ଆଉ ୧୦ ଦିନ ପରେ ରେଭେନ୍‌ସା ମହାମିଳନ-୨୦୧୮ : ପଞ୍ଜୀକରଣ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା

Advertisment
ଆଉ ୧୦ ଦିନ ପରେ ରେଭେନ୍‌ସା ମହାମିଳନ-୨୦୧୮ : ପଞ୍ଜୀକରଣ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା

ଭୁବନେଶ୍ୱର : ରେଭେନ୍‌ସା ମହାବିଦ୍ୟାଳୟର ୧୫୦ ବର୍ଷ ପୂର୍ତ୍ତିି ଅବସରରେ ରେଭେନ୍‌ସା ପୁରାତନ ଛାତ୍ରସଂଘ ତରଫରୁ ‘ମହାମିଳନ-୨୦୧୮ ପର୍ବ’ ପାଳିତ ହେବାକୁ ଯାଉଛି। ଏଥିପାଇଁ ପଞ୍ଜୀକରଣ ଚାଲୁ ରହିଛି। ବିଭିନ୍ନ ବୈଷୟିକ କାରଣ ପାଇଁ ଅନଲାଇନ୍‌ ପଞ୍ଜୀକରଣରେ ଅସୁବିଧା ହୋଇଥିବାରୁ ଅନଲାଇନ୍‌ ପଞ୍ଜୀକରଣ ବନ୍ଦ କରି ସିଧାସଳଖ ପଞ୍ଜୀକରଣ ବ୍ୟବସ୍ଥା କରାଯାଇଛି। ଏଥିପାଇଁ ରେଭେନ୍‌ସା ବିଶ୍ୱବିଦ୍ୟାଳୟର ମନସ୍ତତ୍ତ୍ଵ ବିଭାଗ ଓ ଭୁବନେଶ୍ୱରସ୍ଥିତ ସମ୍ବାଦ ଭବନ, ରସୁଲଗଡ଼ଠାରେ ସ୍ୱତନ୍ତ୍ର ପଞ୍ଜୀକରଣ ସେଲ୍‌ ଖୋଲାଯାଇଛି।

ଯେଉଁମାନେ ପଞ୍ଜୀକରଣ କରିବାକୁ ଚାହୁଁଛନ୍ତି ସେମାନେ ମନସ୍ତତ୍ତ୍ଵ ବିଭାଗ ପ୍ରଫେସର ସଂଗୀତା ରଥଙ୍କ କାର୍ଯ୍ୟାଳୟରେ ଅପରାହ୍ନ ୩ଟାରୁ ସଂଧ୍ୟା ୫ଟା ପର୍ଯ୍ୟନ୍ତ ଏବଂ ‘ସମ୍ବାଦ ଭବନ’ରେ ଯେକୌଣସି ସମୟରେ (୨୪x୭) କରିପାରିବେ। କଟକ ଓ ଭୁବନେଶ୍ୱର ଛଡ଼ା ଓଡ଼ିଶାର ଅନ୍ୟାନ୍ୟ ସ୍ଥାନରେ ପଞ୍ଜୀକରଣ କରିବାକୁ ଚାହୁଥିବା ପୁରାତନ ଛାତ୍ରଛାତ୍ରୀମାନେ ସ୍ଥାନୀୟ ‘ସମ୍ବାଦ’ ପ୍ରତିନିଧିମାନଙ୍କୁ ମଧ୍ୟ ଯୋଗାଯୋଗ କରିପାରିବେ। ଏହା ବ୍ୟତିତ ‘ମହାମିଳନ ପର୍ବ’ ଦିନ ମଧ୍ୟ ତ୍ଵରିତ ପଞ୍ଜୀକରଣ ବ୍ୟବସ୍ଥା ହୋଇଛି।

ଏଠାରେ ସୂଚନାଯୋଗ୍ୟ ଯେ ରେଭେନ୍‌ସା ପୁରାତନ ଛାତ୍ରସଂଘ ତରଫରୁ ଆୟୋଜିତ ହେବାକୁ ଯାଉଥିବା ଏହି ‘ମହାମିଳନ ପର୍ବ’ ରେଭେନ୍‌ସା ପରିସରରେ ଆସନ୍ତା ଜାନୁଆରି ୨୧, ରବିବାର ଦିନ ୧୦ ଘଟିକା ସମୟରେ ଅନୁଷ୍ଠିତ ହେବା। ଏହି ଅବସରରେ ବରିଷ୍ଠ ଏବଂ ବିଶିଷ୍ଟ ପୁରାତନ ଛାତ୍ରଛାତ୍ରୀମାନଙ୍କୁ ସମ୍ବର୍ଦ୍ଧିତ କରାଯିବ। ଅଧିକ ବିବରଣୀ ପାଇଁ ୯୪୩୭୫୭୭୨୧୧,୯୪୩୭୩୦୧୯୫୨,୯୮୬୧୦୯୪୮୩, ୮୮୯୫୩୦୧୭୩୭,୯୯୩୭୦୨୫୦୦୦ ନମ୍ବରରେ ଯୋଗାଯୋଗ ପାଇଁ ରେଭେନ୍‌ସା ଆଲୁମୁନି ଆସୋସିଏସନ୍‌ ପକ୍ଷରୁ ଅନୁରୋଧ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe