ଅନଲାଇନରେ ସେପ୍ଟେମ୍ବର ୧୫ରୁ ୩୦ ମଧ୍ୟରେ ହେବ ରେଭେନ୍ସା ୟୁଜି/ପିଜି ପରୀକ୍ଷା

Advertisment
ରେଭେନ୍ସା-୭୦ ବନ୍ଧୁ ମିଳନ ୧୧ରେ

Collegedunia.com

ଭୁବନେଶ୍ୱର : କଟକସ୍ଥିତ ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଅନଲାଇନରେ ଅଣ୍ଡର ଗ୍ରାଜୁଏଟ (ୟୁଜି) ଓ ପୋଷ୍ଟ ଗ୍ରାଜୁଏଟ (ପିଜି) ଶେଷ ସେମିଷ୍ଟର ପରୀକ୍ଷା ହେବ । ଉଭୟ ରେଗୁଲାର ଓ ବ୍ୟାକ ପିଲାଙ୍କ ପାଇଁ ଏସବୁ ପରୀକ୍ଷା କରାଯିବ । ଏସବୁ ପରୀକ୍ଷା ଆସନ୍ତା ୧୫ରୁ ୩୦ ତାରିଖ ମଧ୍ୟରେ ହେବ ଓ ପରୀକ୍ଷାସୂଚୀ ଖୁବଶୀଘ୍ର ଜାରି କରାଯିବ ବୋଲି ରେଭେନ୍ସାର ପରୀକ୍ଷା ନିୟନ୍ତ୍ରକ ନୋଟିସ ଜାରି କରିଛନ୍ତି ।

ଅନ୍ୟପକ୍ଷରେ ଓଡ଼ିଶା ମୁକ୍ତ ବିଶ୍ୱ ବିଦ୍ୟାଳୟ ପକ୍ଷରୁ ମଧ୍ୟ ଆସନ୍ତା ସେପ୍ଟେମ୍ବର ୨୦ରୁ ୩୦ ମଧ୍ୟରେ ଶେଷ ସେମିଷ୍ଟର ପରୀକ୍ଷା ଆୟୋଜନ କରାଯିବ । ୪ର୍ଥ ସେମିଷ୍ଟରର ଛାତ୍ରଛାତ୍ରୀମାନେ ନିଜର ବ୍ୟାକ ପେପର ଓ ବାକିଥିବା ପେପର ପରୀକ୍ଷା ମଧ୍ୟ ଦେଇପାରିବେ । ଖୁବଶୀଘ୍ର ବିଶ୍ୱ ବିଦ୍ୟାଳୟ ପକ୍ଷରୁ ପରୀକ୍ଷା ସୂଚୀ ଜାରି କରାଯିବ ।

publive-image

ଆସନ୍ତା ସେପ୍ଟେମ୍ବର ୩୦ ମଧ୍ୟରେ ସମସ୍ତ ୟୁଜି ଓ ପିଜି ଶେଷ ସେମିଷ୍ଟର ପରୀକ୍ଷା ସାରିବାକୁ ଗତକାଲି ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ନିର୍ଦ୍ଦେଶ ଜାରି କରିଥିଲା ।
ବିଭାଗ ପକ୍ଷରୁ କୁହାଯାଇଥିଲା ଯେ ୟୁଜିସି ମାର୍ଗଦର୍ଶିକା ଅନୁସାରେ ରାଜ୍ୟ ବିଶ୍ୱବିଦ୍ୟାଳୟ ଓ ସ୍ୱୟଂଶାସିତ ମହାବିଦ୍ୟାଳୟର ଅଣ୍ଡର ଗ୍ରାଜୁଏଟ୍ ଶେଷ ବର୍ଷ ସେମିଷ୍ଟାର ଫାଇନାଲ ପରୀକ୍ଷା ଏବଂ ପୋଷ୍ଟ୍ ଗ୍ରାଜୁଏଟ୍ ଶେଷବର୍ଷ ସେମିଷ୍ଟାର ଫାଇନାଲ ପରୀକ୍ଷା ସେପ୍ଟମ୍ବର ୩୦ ତାରିଖ ମଧ୍ୟରେ ଅନୁଷ୍ଠିତ ହେବ ଏବଂ ଅକ୍ଟୋବର ୩୧ ତାରିଖ ସୁଦ୍ଧା ସମସ୍ତ ପରୀକ୍ଷା ଫଳ ପ୍ରକାଶ କରାଯିବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe