ରେଭେନ୍ସାରେ ୧୭୯ ସ୍ଥାୟୀ ଅଧ୍ୟାପକ ନିଯୁକ୍ତି ପାଇଁ ପ୍ରକାଶ ପାଇବ ବିଜ୍ଞପ୍ତି

Advertisment
ରେଭେନ୍ସାରେ ୧୭୯ ସ୍ଥାୟୀ ଅଧ୍ୟାପକ ନିଯୁକ୍ତି ପାଇଁ ପ୍ରକାଶ ପାଇବ ବିଜ୍ଞପ୍ତି

କଟକ: ରେଭେନ୍ସା ବିଶ୍ବବିଦ୍ୟାଳୟ‌େର ଅଧ୍ୟାପକ ଅଭାବ ସମସ୍ୟା ଦୂର ହେବ। ଆସନ୍ତା ଏକ ସପ୍ତାହ ମଧ୍ୟରେ ବିଶ୍ବବିଦ୍ୟାଳୟର ୧୭୯ଟି ସ୍ଥାୟୀ ଅଧ୍ୟାପକ ପଦବି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ। ବିଜ୍ଞପ୍ତି ପ୍ରକାଶ ପାଇଁ ଆଜି କୁଳପତିଙ୍କ ଅଧ୍ୟକ୍ଷତ‌ାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ପୂର୍ବରୁ ସ୍ଥାୟୀ ଅଧ୍ୟାପକ ନିଯୁକ୍ତିକୁ ନେଇ ଅନେକ ବିବାଦ ଦେଖାଯାଇଥିବାବେଳେ ମାମଲା କୋର୍ଟକୁ ଯାଇଥିଲା। ଅତୀତରେ ହାଇକୋର୍ଟ ନିଯୁକ୍ତି ବିଜ୍ଞପ୍ତିକୁ ରଦ୍ଦ କରିବା ସହିତ ନିୟମାବଳୀ ପାଳନ କରି ସାନି ପ୍ରକ୍ରିୟା ଆରମ୍ଭ ପାଇଁ ନିର୍ଦ୍ଦେଶ ଦେଇଥିଲେ। ରେଭେନ୍ସାରେ ଅଧ୍ୟାପକ, ଆସୋସିଏଟ୍‌ ପ୍ରଫେସର ଓ ପ୍ରଫେସର ପଦ ପୂରଣ ପ୍ରସଙ୍ଗକୁ ନେଇ ଅତୀତରେ ଅନେକ ଥର ବିବାଦ ଉପୁଜିଥିବା ବେଳେ ମାମଲା ଯାଇ ଅଦଲାତରେ ପହଞ୍ଚି ଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe