ରେଭେନ୍ସା କୁଳପତି ନିଯୁକ୍ତି ମାମଲା: ମିସ୍‌କେସ୍‌ ଶୁଣାଣି ଶେଷ

Advertisment
ପୁଣି ଅଟକିଲା ବିଶ୍ବବିଦ୍ୟାଳୟ ଶିକ୍ଷକ ନିଯୁକ୍ତି, ପରବର୍ତୀ ବିଜ୍ଞପ୍ତିକୁ ଅପେକ୍ଷା କରିବାକୁ କୁଳସଚିବଙ୍କୁ ନିର୍ଦେଶ

କଟକ : ରେଭେନ୍ସା ବିଶ୍ୱବିଦ୍ୟାଳୟର କୁଳପତି ନିଯୁକ୍ତି ପ୍ରକ୍ରିୟା ପ୍ରସଂଗରେ ୨୦୧୭, ଡିସେମ୍ବର ୧୪ରେ ହାଇକୋର୍ଟ ପ୍ରଦାନ କରିଥିବା ଅନ୍ତରୀଣ ନିର୍ଦ୍ଦେଶ ଉଠାଇବା ପାଇଁ ରେଭେନ୍ସା କର୍ତ୍ତୃପକ୍ଷଙ୍କ ତରଫରୁ ଦାଖଲ ମିସ୍‌ କେସ୍‌ ଉପରେ ଶୁଣାଣି ଶେଷ ହୋଇଛି। ଡିସେମ୍ବର ୧୮ରେ ମାମଲାର ପ୍ରତିପକ୍ଷ ଥିବା ରେଭେନ୍ସା ରେଜିଷ୍ଟ୍ରାରଙ୍କ ପକ୍ଷରୁ ହାଇକୋର୍ଟରେ ଏହି ମିସ୍‌ କେସ୍‌ ଦାଖଲ କରାଯାଇଥିଲା। ଆଜି ଏହି ମିସ୍‌ କେସ୍‌ ଉପରେ ଉଭୟ ରେଭେନ୍ସା ବିଶ୍ୱବିଦ୍ୟାଳୟ ଓ ରିଟ୍‌ ପିଟିସନର ଆବେଦନକାରୀଙ୍କ ପକ୍ଷରୁ ଯୁକ୍ତି ଉପସ୍ଥାପନ କରାଯାଇଥିଲା।

ଏଠାରେ ସୂଚନା ଯୋଗ୍ୟ ଯେ ରେଭେନ୍ସା ବିଶ୍ୱବିଦ୍ୟାଳୟର କୁଳପତି ନିଯୁକ୍ତି ପାଇଁ ପ୍ରକାଶିତ ବିଜ୍ଞପ୍ତି ୟୁଜିସି ନିୟମାବଳୀ ଉଲ୍ଲଂଘନ କରୁଛି ଦର୍ଶାଇ ପ୍ରଫେସର ଡକ୍ଟର ନଚିକେତା ଦାସ ହାଇକୋର୍ଟରେ ମାମଲାର ରୁଜୁ କରିଥିଲେ। ୨୦୧୭, ଡିସେମ୍ବର ୧୪ରେ ମାମଲାର ପ୍ରାରମ୍ଭିକ ଶୁଣାଣି କରି ହାଇକୋର୍ଟ କୁଳପତି ନିଯୁକ୍ତି ପ୍ରକ୍ରିୟା ଉପରେ ଚୂଡାନ୍ତ ନିଷ୍ପତ୍ତି ଅଦାଲତଙ୍କ ବିନା ଅନୁମତିରେ ନିଆଯାଇ ପାରିବ ନାହିଁ ବୋଲି ଅନ୍ତରୀଣ ନିର୍ଦ୍ଦେଶ ଦେଇଥିଲେ। ଚୟନ ପ୍ରକ୍ରିୟା ଜାରି ରହି ପାରିବ। କିନ୍ତୁ ହାଇକୋର୍ଟଙ୍କ ବିନା ଅନୁମତିରେ କୁଳପତି ନିଯୁକ୍ତି ପ୍ରସଂଗରେ ଚୂଡାନ୍ତ ନିଷ୍ପତ୍ତି ନିଆଯାଇ ପାରିବ ନାହିଁ ବୋଲି ରାୟରେ ସ୍ପଷ୍ଟ କରାଯାଇଥିଲା। ଏଥି ସହିତ ମାମଲାରେ ରେଭେନ୍ସା ବିଶ୍ୱବିଦ୍ୟାଳୟ ରେଜିଷ୍ଟ୍ରାର, କୁଳପତି, ସର୍ଚ୍ଚ କମିଟି ଅଧ୍ୟକ୍ଷ ଓ ଯୁଜିସିକୁ ହାଇକୋର୍ଟ ନୋଟିସ୍‌ ଜାରି କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe