ଜେଲ୍ ଫେରନ୍ତା ରବିକୁ ହତ୍ୟା: ବୋମା ଫିଙ୍ଗିଲେ, ହାଣିଲେ ପ୍ରତି‌ଶୋଧ ନେଲେ ୨ ପୁତୁରା

Advertisment

ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ତୁଳସୀପୁର ପଞ୍ଚାୟତ ହରିପୁର ଗ୍ରାମ ବଡ଼ସାହିରେ ଆଜି ସକାଳେ ଦୁର୍ଦ୍ଦାନ୍ତ ଅପରାଧୀ ରବୀନ୍ଦ୍ର ଦାସ (୫୦) ଓରଫ୍ ଖଣ୍ଡି ରବିକୁ ନିର୍ମମ ଭାବେ ହତ୍ୟା କରାଯାଇଛି।

ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ତୁଳସୀପୁର ପଞ୍ଚାୟତ ହରିପୁର ଗ୍ରାମ ବଡ଼ସାହିରେ ଆଜି ସକାଳେ ଦୁର୍ଦ୍ଦାନ୍ତ ଅପରାଧୀ ରବୀନ୍ଦ୍ର ଦାସ (୫୦) ଓରଫ୍ ଖଣ୍ଡି ରବିକୁ ନିର୍ମମ ଭାବେ ହତ୍ୟା କରାଯାଇଛି।

murder22

ଖଲ୍ଲିକୋଟ: ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ତୁଳସୀପୁର ପଞ୍ଚାୟତ ହରିପୁର ଗ୍ରାମ ବଡ଼ସାହିରେ ଆଜି ସକାଳେ ଦୁର୍ଦ୍ଦାନ୍ତ ଅପରାଧୀ ରବୀନ୍ଦ୍ର ଦାସ (୫୦) ଓରଫ୍ ଖଣ୍ଡି ରବିକୁ ନିର୍ମମ ଭାବେ ହତ୍ୟା କରାଯାଇଛି। ପୂର୍ବ ଶତ୍ରୁତା ଏବଂ ଏକ ବୋମାମାଡ଼ ଘଟଣାର ପ୍ରତିଶୋଧ ନେବାକୁ ଯାଇ ତା’ର ନିଜର ଦୁଇ ପୁତୁରା ଏହି ଜଘନ୍ୟ କାଣ୍ଡ ଘଟାଇଛନ୍ତି। ବୋମା ଫିଙ୍ଗିବା ସହ ବିଚ୍‌ରାସ୍ତାରେ ଖଣ୍ଡାରେ ହାଣି ହତ୍ୟା କରିବା ପରେ ତା’ର ବୁଲେଟ୍ ଓ ମୋବାଇଲ୍ ଫୋନ୍‌ ଲୁଟି ନେଇଛନ୍ତି। ମୃତକର ପତ୍ନୀ ତଥା ନାଏବ ସରପଞ୍ଚ ମିନତି କୁମାରୀ ଦାସଙ୍କ ଏତଲା କ୍ରମେ ଖଲ୍ଲିକୋଟ ଥାନାରେ କେସ୍ ନମ୍ବର ୧୮୧/୨୫ରେ ଏକ ହତ୍ୟା ମାମଲା ରୁଜୁ ହୋଇଛି। ଅଭିଯୁକ୍ତ ଦୁଇ ପୁତୁରା ଓ ସେମାନଙ୍କ ଜଣେ ସହଯୋଗୀ ଫେରାର ହୋଇଯାଇଥିବା ବେଳେ ସେମାନଙ୍କୁ ଧରିବାକୁ ସ୍ବତନ୍ତ୍ର ଟିମ୍ ଗଠିତ ହୋଇଛି। 

hfhfvbg

ମିଳିଥିବା ସୂଚନା ଅନୁସାରେ, ରବି ବର୍ଷ ବର୍ଷ ଧରି ବିଭିନ୍ନ ଆପରାଧିକ ମାମଲାରେ ଜଡ଼ିତ ରହିଥିଲା। ୨୦୨୩ରେ ବେଆଇନ ମଦ ବ୍ୟବସାୟକୁ କେନ୍ଦ୍ର କରି ହରିପୁର ଗ୍ରାମରେ ବୋମାମାଡ଼ ହୋଇଥିଲା। ଏଥିରେ ତା’ର ଦୁଇ ପୁତୁରା ଶୂନ୍ୟବାସୀ ଦାସ ଓ ନୀଳାଞ୍ଚଳ ଦାସ ଆହତ ହୋଇଥିଲେ। ରବି ହିଁ ଏହି ବୋମାମାଡ଼ କରିଥିବା ନେଇ ଉଭୟ ସନ୍ଦେହ କରୁଥିଲେ। ଏଣୁ ସେମାନେ ପ୍ରତିଶୋଧ ନେବାକୁ ଯୋଜନା କରିଥିଲେ। ଏହି ଘଟଣା ପରଠୁ ରବି ନିଜ ଗାଁ ହରିପୁରରେ ନରହି କଞ୍ଚଣା ଗ୍ରାମରେ ଶ୍ବଶୁର ଘରେ ରହୁଥିଲା। ଏହାମଧ୍ୟରେ ଏକ ମାମଲାରେ ଗିରଫ ହୋଇ ଜେଲ୍ ଯାଇଥିବା ବେଳେ ତିନିମାସ ତଳେ ଜାମିନରେ ମୁକୁଳିଥିଲା।

ଗତକାଲି ରାତିରେ ରବି ହରିପୁର ବଡ଼ସାହି ସ୍ଥିତ ନିଜ ଘରକୁ ଆସିଥିଲା। ପଡ଼ିଶାରେ ରହୁଥିବା ପୁତୁରାମାନେ ଏହା ଜାଣିବା ପରେ ତାକୁ ହତ୍ୟା କରିବାକୁ ବ୍ଲୁପ୍ରିଣ୍ଟ୍ ପ୍ରସ୍ତୁତ କରିଥିଲେ। ଆଜି ସକାଳ ପ୍ରାୟ ୭ଟା ବେଳେ ରବି ବୁଲେଟ୍‌ ମୋଟରସାଇକଲ୍‌ ଧରି ଘରୁ ବାହାରିବା କ୍ଷଣି ଗାଁ ରାସ୍ତାରେ ତା’ ଉପରକୁ ବୋମାମାଡ଼ ହୋଇଥିଲା। ରବି ତଳେ ପଡ଼ିଯିବା ପରେ ଦୁଇ ପୁତୁରା ଓ ସହଯୋଗୀ ମିଶି ଖଣ୍ଡାରେ ହାଣି ନିର୍ମମ ଭାବେ ହତ୍ୟା କରି ଫେରାର ହୋଇଯାଇଥିଲେ।  ଛତ୍ରପୁର ଏସ୍‌ଡିପିଓ ଚନ୍ଦନ ‌ଘଡ଼େଇ ଓ ଖଲ୍ଲିକୋଟ ଥାନାଧିକାରୀ ରମେଶ କୁମାର ପ୍ରଧାନ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଘଟଣାସ୍ଥଳରୁ ଏକ ଖଣ୍ଡା ଜବତ ହୋଇଥିବା ବେଳେ ରକ୍ତନମୁନା ସଂଗ୍ରହ କରାଯାଇଛି। ହତ୍ୟାକାରୀଙ୍କୁ ଧରିବା ପାଇଁ ଏକ ସ୍ବତନ୍ତ୍ର ଟିମ୍‌ ଗଠନ କରାଯାଇ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe