ବିଜେଡି ହାତରୁ ଖସିଲା ଦୁଇ ବ୍ଲକ୍‌

Advertisment

ଗୁଣପୁରରେ ଝିଲି, ରାମନାଗୁଡ଼ାରେ ରବି

ଗୁଣପୁରରେ ଝିଲି, ରାମନାଗୁଡ଼ାରେ ରବି

ବିଜେଡି ହାତରୁ ଖସିଲା ଦୁଇ ବ୍ଲକ୍‌

ରାୟଗଡ଼ା : ଜିଲ୍ଲା ପରିଷଦ ନିର୍ବାଚନରେ ବାଜିମାତ୍ କରିଥିବା ଶାସକ ବିଜେଡି ପଞ୍ଚାୟତ ସମିତି ଅଧ୍ୟକ୍ଷ ନିର୍ବାଚନରେ କଡା ଟକ୍କରର ସମ୍ମୁଖୀନ ହୋଇଛି। ଦଳୀୟ କନ୍ଦଳ ପାଇଁ ଗୁଣପୁର, ରାମନାଗୁଡ଼ା ବ୍ଲକ୍ ବିଜେଡି ହାତରୁ ଖସି ବିଦ୍ରୋହୀଙ୍କ କବ୍‌ଜାକୁ ଯାଇଛି।

ବିଦ୍ରୋହୀଙ୍କ କବଜାକୁ ଯାଇଥିବା ଗୁଣପୁର ବ୍ଲକ୍‌ର ଅଧ୍ୟକ୍ଷା ଭାବେ ଝିଲି ଶବର ନିର୍ବାଚିତ ହୋଇଛନ୍ତି। ବିଦ୍ରୋହୀଙ୍କ ପକ୍ଷରୁ ଡମ୍ବସରା ସମିତିସଭ୍ୟା ଝିଲି, ବିଜେଡି ପକ୍ଷରୁ ଚିନାସାରି ପଞ୍ଚାୟତ ସମିତିସଭ୍ୟା ପ୍ରାର୍ଥୀ ସିନେମି ଶବର ନିର୍ବାଚନ ଲଢ଼ିଥିଲେ। ଭୋଟ ଗଣତି ପରେ ଝିଲିଙ୍କ ସପକ୍ଷରେ ୧୫ଟି, ସିନେମିଙ୍କ ସପକ୍ଷରେ ୪ଟି ଭୋଟ ପଡିଥିଲା। ନିର୍ବାଚନ ଅଧିକାରୀ ଝିଲିଙ୍କୁ ବିଜୟୀ ଘୋଷଣା କରିଥିଲେ। ସେହିପରି ରାମନାଗୁଡା ବ୍ଲକ୍‌ରେ ମଧ୍ୟ ବିଜେପି-କଂଗ୍ରେସର ସମର୍ଥନରେ ଅଧ୍ୟକ୍ଷ ପ୍ରାର୍ଥୀ ହୋଇଥିବା ରବି ଗମାଙ୍ଗ ବିଜୟୀ ହୋଇଛନ୍ତି। ଅଧ୍ୟକ୍ଷା ନିର୍ବାଚନରେ କଂଗ୍ରେସ ପକ୍ଷରୁ ରବି, ବିଜେଡି ସମର୍ଥନରେ ପାରିଖିତି ସମିତିସଭ୍ୟା ଲକ୍ଷ୍ମୀ କାଡ୍ରକା ନିର୍ବାଚନ ଲଢ଼ିଥିଲେ। ଭୋଟ ଗଣତି ପରେ ରବିଙ୍କ ସପକ୍ଷରେ ୮ଟି ଏବଂ ଲକ୍ଷ୍ମୀଙ୍କ ସପକ୍ଷରେ ୪ଟି ଭୋଟ ଯାଇଥିଲା। ନିର୍ବାଚନ ଅଧିକାରୀ ରବି ଗମାଙ୍ଗଙ୍କୁ ବିଜୟୀ ଘୋଷଣା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe