ରାୟଗଡ଼ା ନୂଆ ରେଳ ଡିଭିଜନ ପାଇଁ ଅଧିକ ଅର୍ଥ

Advertisment

ଅବିଭକ୍ତ କୋରାପୁଟର ୭ ପ୍ରସ୍ତାବିତ ରେଳପଥ ଭାଗ୍ୟ ଫିଟିବ କି?

ଅବିଭକ୍ତ କୋରାପୁଟର ୭ ପ୍ରସ୍ତାବିତ ରେଳପଥ ଭାଗ୍ୟ ଫିଟିବ କି?

ରାୟଗଡ଼ା ନୂଆ ରେଳ ଡିଭିଜନ ପାଇଁ ଅଧିକ ଅର୍ଥ

India Rail Info

ରାୟଗଡ଼ା : ୨୦୨୨-୨୩ ରେଳ ବଜେଟରେ ଖୋଲିବ କି ରାୟଗଡ଼ା ନୂଆ ରେଳ ଡିଭିଜନର ଭାଗ୍ୟ? ଆରମ୍ଭ ହେବ କି ଗୁଣପୁର-ଥେରୁବାଲି, ଜୟପୁର-ମାଲକାନଗିରି, ଜୟପୁର-ନବରଙ୍ଗପୁର ରେଳପଥ କାମ। ପୁଣି ଟ୍ରାକ୍‌କୁ ଫେରିବ କି କୋଭିଡ୍‌ ପରଠୁ ବନ୍ଦ ଥିବା ୩ ପାସେଞ୍ଜର ଓ ଗୋଟିଏ ଏକ୍ସପ୍ରେସ୍ ଟ୍ରେନ୍। ଶିଳ୍ପ କରିଡରକୁ ସଂଯୋଗ ପାଇଁ ରାୟଗଡ଼ା-ଗୋପାଳପୁର ସହ ସର୍ଭେ ସରିଥିବା ଅନ୍ୟ ୭ ନୂଆ ରେଳପଥକୁ ବଜେଟରେ ମିଳିବ କି ମଞ୍ଜୁରି?

୨୦୧୯ ଜୁଲାଇ ୧୭ରେ ଘୋଷଣା ହୋଇଥିବା ରାୟଗଡ଼ା ନୂଆ ରେଳ ଡିଭିଜନ୍ ଭାଗ୍ୟ ମଧ୍ୟ ଅନିଶ୍ଚିତତା ଭିତରେ ଗତି କରୁଛି। ୨୦୨୦-୨୧ ବଜେଟ୍‌ରେ ଇଷ୍ଟକୋଷ୍ଟ୍ ରେଲୱେ ୧୭୦ କୋଟି ଟଙ୍କାର ଡିପିଆର୍ ଦାଖଲ କରିଥିଲା। ହେଲେ ଆଜି ସୁଦ୍ଧା ଡିଭିଜନ୍ ଅଗ୍ରଗତି ପାଇଁ ମିଳିଛି ମାତ୍ର ୩ କୋଟି ୪୦ ଲକ୍ଷ।

ଅନ୍ୟପକ୍ଷରେ, ବହୁ ପୁରୁଣା କେଆର୍ (କୋରାପୁଟ-ରାୟଗଡ଼ା) ରେଳ ଲାଇନର ଦୋହରୀକରଣ ଓ ବିଦ୍ୟୁତକରଣ ପାଇଁ ୨୦୨୦-୨୧ ବଜେଟରେ ୨୦୧ କୋଟି ଟଙ୍କାର ଅନୁଦାନ ମିଳିଥିଲା। ଇତିମଧ୍ୟରେ ବିଦ୍ୟୁତକରଣ କାମ ସରିଥିଲେ ମଧ୍ୟ ଦୋହରୀକରଣ ଶେଷ ହୋଇପାରୁନି। ଜୟପୁର-ମାଲକାନଗିରି (୧୩୦ କିମି), ଜୟପୁର-ନବରଙ୍ଗପୁର (୩୮ କିମି) ନୂତନ ରେଳପଥକୁ ୨୦୧୬ ରେଳ ବଜେଟରେ ସବୁଜ ସଙ୍କେତ ମିଳିଥିଲା। ଇତିମଧ୍ୟରେ ମାଲକାନଗିରି ପାଇଁ ୬୦ କୋଟି, ନବରଙ୍ଗପୁର ପାଇଁ ୩୫.୧୦ କୋଟିର ଅନୁଦାନ ମିଳିଛି। ଜମିଅଧିଗ୍ରହଣ ପ୍ରକ୍ରିୟା ଶେଷ ହୋଇପାରୁନଥିବାରୁ ଉଭୟ ରେଳପଥର ନିର୍ମାଣ କାମ ଅଟକିଛି। ଅନ୍ୟପକ୍ଷରେ ସର୍ଭେ ସରିଥିବା ରାୟଗଡ଼ା-ଗୋପାଳପୁର, ଗୁଣପୁର-ଗୁମୁଡ଼ା (ପାର୍ବତୀପୁର), ଜୁନାଗଡ଼-ଜୟପୁର, ଜୁନାଗଡ଼-ଶିକରପାଇ, ମାଲକାନଗିରି-ଦାନ୍ତେୱାଡା, କଣ୍ଟାବାଞ୍ଜି-ରାଜଖରିଆର-ଆମପାଣି, ମାଲକାନଗିରି-ଭଦ୍ରାଞ୍ଚଳମ ଭଳି ବହୁ ନୂଆ ରେଳପଥ ପ୍ରକଳ୍ପ ରହିଛି। ଯାହା ଶିଳ୍ପ କରିଡରର ବିକାଶ ଓ ରାଜସ୍ବ ଆଦାୟରେ ସହାୟକ ହେବ।

ଆଜି ସଂସଦରେ ନୂଆ ରେଳ ବଜେଟ୍ ଉପସ୍ଥାପନ ହେବାକୁ ଯାଉଥିବା ବେଳେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଉପରେ ରହିଛି ଅବିଭକ୍ତ କୋରାପୁଟବାସୀଙ୍କ ନଜର।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe