ରାୟଗଡ଼ା: ଜିଲ୍ଲାରେ ଏକ ଲକ୍ଷ କୋଟିରୁ ଅଧିକ ଟଙ୍କାର ଶିଳ୍ପ ପ୍ରକଳ୍ପ କାର୍ଯ୍ୟକାରୀ ହେବ। ପ୍ରକଳ୍ପ ଦ୍ବାରା ୩୦ ହଜାରରୁ ଊର୍ଦ୍ଧ୍ବ ସ୍ଥାନୀୟ ଯୁବକ ଯୁବତୀ ନିଯୁକ୍ତି ପାଇବେ। ୮୦ ପ୍ରତିଶତ ସ୍ଥାନୀୟ ଯୁବକ ଯୁବତୀଙ୍କୁ ଅଗ୍ରାଧିକାର ଦିଆଯିବ। ନିଯୁକ୍ତି ଦେବାରେ ଅବହେଳା ହେଲେ କମ୍ପାନି ଆରମ୍ଭ ପାଇଁ ଏନ୍‌ଓସି ଦିଆଯିବ ନାହିଁ। ଖଣିଜ ସମ୍ପଦ ଓ ସୁଦୃଢ଼ ରେଳ ଭିତ୍ତିଭୂମି ଯୋଗୁଁ ଖୁବ୍‌ଶୀଘ୍ର ରାୟଗଡ଼ା ଏକ ଆଧୁନିକ ଶିଳ୍ପାଞ୍ଚଳରେ ପରିଣତ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। 

Advertisment

Pakistan: ପାକିସ୍ତାନରେ ବଲୋଚ ବିଦ୍ରୋହୀଙ୍କ ଭିତରେ ମହିଳା ଆତ୍ମଘାତୀଙ୍କ ସଂଖ୍ୟା ବୃଦ୍ଧି

ଦିନିକିଆ ରାୟଗଡ଼ା ଗସ୍ତରେ ଆସି ମୁଖ୍ୟମନ୍ତ୍ରୀ ଜେଏସ୍‌କୋ ପଡ଼ିଆରେ ଅନୁଷ୍ଠିତ ସୁଭଦ୍ରା ଶକ୍ତିମେଳାର ଉଦ୍‌ଘାଟନ କରିବା ସହ ୬୦୦ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ୧୦୯ଟି ଉନ୍ନୟନମୂଳକ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ଏଥିରେ ୨୩୮ କୋଟିର ୨୨ଟି ପ୍ରକଳ୍ପର ଉଦ୍‌ଘାଟନ ଏବଂ ୩୬୬ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ୮୭ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର କରାଯାଇଛି। ଏସବୁ ପ୍ରକଳ୍ପ ମଧ୍ୟରେ ସଡ଼କ, ସେତୁ, ସ୍ବାସ୍ଥ୍ୟସେବା, ବିଦ୍ୟାଳୟ, ମହିଳା ସଶକ୍ତିକରଣ ଭଳି ଅନେକ ଉନ୍ନୟନମୂଳକ ପ୍ରକଳ୍ପ ରହିଛି। ସ୍ବଂୟ ସହାୟକ ଗୋଷ୍ଠୀ ମହିଳାଙ୍କ ପାଇଁ ମଧ୍ୟ ଅନୁଦାନ ବର୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ।

ସୁଭଦ୍ରା ଶକ୍ତିମେଳା ଉଦ୍‌ଘାଟିତ, ୬୦୦ କୋଟିର ପ୍ରକଳ୍ପ ଶୁଭାରମ୍ଭ
୯୩୩୫ ଏସ୍‌ଏଚ୍‌ଜି ପାଇଁ ୧୪ କୋଟିର ରିଭଲ୍‌ଭିଂ ଫଣ୍ଡ
ଓଡ଼ିଶା ବିକାଶ ଯାତ୍ରାର ଅଂଶୀଦାର ଏସ୍‌ଏଚ୍‌ଜି ମହିଳା

ଉପସ୍ଥିତ ନାରୀ ଶକ୍ତିଙ୍କୁ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ, ରାୟଗଡ଼ା ଜିଲ୍ଲାରେ ୨୦୨୫-୨୬ ଆର୍ଥିକ ବର୍ଷରେ ୪୨୧୭ଟି ଏସ୍‌ଏଚ୍‌ଜିକୁ ୨୦୦ କୋଟି ଟଙ୍କାର ୠଣ ପ୍ରଦାନ କରାଯାଇଛି। ୯୩୩୫ ଏସ୍‌ଏଚଜି ପାଇଁ ୧୪ କୋଟି ଟଙ୍କାର ରିଭଲ୍‌ଭିଂ ଫଣ୍ଡ ଯୋଗାଇ ଦିଆଯାଇଛି। ୧୬୪ଟି ଜିପିଏଲ୍‌ଏଫ୍‌କୁ ୫୩.୧୪ କୋଟି ଟଙ୍କାର କମ୍ୟୁନିଟି ଇନ୍‌ଭେଷ୍ଟ୍‌ମେଣ୍ଟ୍‌ ଫଣ୍ଡ୍‌ (ସିଆଇଏଫ୍‌) ପ୍ରଦାନ ଏବଂ ୪୧୯୫ଟି ଏସ୍‌ଏଚ୍‌ଜିଙ୍କୁ ଜୀବନ ଜୀବିକା କାର୍ଯ୍ୟକ୍ରମ ଆଗକୁ ନେବା ପାଇଁ ୩୭.୫୫ କୋଟି ଟଙ୍କାର ୠଣ ଦିଆଯାଇଛି। ୨୦୨୬-୨୭ କେନ୍ଦ୍ରୀୟ ବଜେଟରେ ମହିଳା ଓ ଶିଶୁଙ୍କ ପାଇଁ ଏଥିରେ ୫ ଲକ୍ଷ କୋଟି ଟଙ୍କାର ପ୍ରାବଧାନ ରହିଛି। ତୃଣମୂଳସ୍ତରରେ ମହିଳାଙ୍କ ଆର୍ଥିକ ଅଂଶଗ୍ରହଣକୁ ସୁଦୃଢ଼ କରିବା ପାଇଁ ସ୍ବୟଂ ସହାୟକ ଉଦ୍ୟୋଗୀ ମାର୍ଟ ପ୍ରତିଷ୍ଠା କରାଯିବ। ଜିଲ୍ଲାର ୧୨୭୮୩ ଏସଏଚଜିରେ ୧ଲକ୍ଷ ୫୨ ହଜାର ମହିଳା ଯୋଡ଼ି ହୋଇ ରହିଛନ୍ତି। ଉକ୍ତ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର କେବଳ ଲାଭାର୍ଥୀ ନୁହନ୍ତି, ଓଡ଼ିଶା ବିକାଶ ଯାତ୍ରାର ଅଂଶୀଦାର ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଥିଲେ।     

History: ଅଭୟାରଣ୍ୟ ମଧ୍ୟରେ ଅଲୋଡ଼ା ହୋଇରହିଛି ‘ବିଚାର ପଥର’

ଏହି ଅବସରରେ ୩୭ କୋଟି ଟଙ୍କାରେ ମା’ ମଝିଘରିଆଣୀ ମନ୍ଦିର ଉନ୍ନତୀକରଣ ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ। କାର୍ଯ୍ୟକ୍ରମରେ ରାୟଗଡ଼ା ବିଧାୟକ କାଡ୍ରାକା ଆପାଲାସ୍ବାମୀ, ବିଷମକଟକ ବିଧାୟକ ନୀଳମାଧବ ହିକକା, ଗୁଣପୁର ବିଧାୟକ ସତ୍ୟଜିତ ଗମାଙ୍ଗ ଉପସ୍ଥିତ ଥିଲେ।