ରାୟଗଡ଼ା ଜିଲ୍ଲାରୁ ଆଜି ୭୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ, କୋଏମ୍ବାଟୁର ଫେରନ୍ତା ସାଜିଲେ ସୁପର୍ ସ୍ପ୍ରେଡର୍

Advertisment
ରାୟଗଡ଼ା ଜିଲ୍ଲାରୁ ଆଜି ୭୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ, କୋଏମ୍ବାଟୁର ଫେରନ୍ତା ସାଜିଲେ ସୁପର୍ ସ୍ପ୍ରେଡର୍

ରାୟଗଡ଼ା: ରାୟଗଡ଼ା ଜିଲ୍ଲାରୁ ଆଜି ୭୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ସ୍ଥିତି ସଙ୍ଗୀନ ହୋଇଛି। ୭୬ଜଣଙ୍କ ଭିତରୁ କେବଳ ଗୋଟିଏ ଗାଁରୁ ୬୩ ଥିବା ଜଣାଯାଇଛି। ପୂର୍ବ ଆକ୍ରାନ୍ତଙ୍କୁ ମିଶାଇ ଗୁଣପୁର ବ୍ଲକର ବିଜୟପୁରଗାଁରେ ଆକ୍ରାନ୍ତଙ୍କ ସଂଖ୍ୟା ୭୯ ହେଲା।

ସୂଚନାଯୋଗ୍ୟ, ଗତ ମାସ ବିଜୟପୁର ଗାଁକୁ ଗୋଟିଏ ପରିବାରର ୩ ଜଣ ତାମିଲନାଡୁର କୋଏମ୍ବଟୁରରୁ ଫେରିଥିଲେ। ସେମାନଙ୍କୁ ଘରୋଇ ସଙ୍ଗରୋଧରେ ରଖାଯାଇଥିଲା। ପରେ ପଜିଟିଭ୍ ଚିହ୍ନଟ ହେବା ପରେ ସେମାନଙ୍କୁ କୋଭିଡ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ଘରୋଇ ସଙ୍ଗରୋଧରେ ଥିବା ବେଳେ ସେମାନଙ୍କ ସଂସ୍ପର୍ଶରେ ଆସି ଗାଁର ଅନ୍ୟମାନେ କରୋନା ଆକ୍ରାନ୍ତ ହୋଇଛନ୍ତି ବୋଲି ଜଣାପଡ଼ିଛି। ଏଣୁ ଏ ପରିବାରକୁ ଏବେ ସୁପର ସ୍ପ୍ରେଡର୍ ବୋଲି କୁହାଯାଉଛି।
ସମସ୍ତ ଆକ୍ରାନ୍ତଙ୍କୁ କୋଭିଡ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି। ଅନ୍ୟପକ୍ଷରେ ଜୁନ୍ ୧୯ ତାରିଖରୁ ଏହି ଗାଁ କଣ୍ଟେନ୍‌ମେଣ୍ଟ ଜୋନ୍ ଘୋଷଣା କରାଯାଇଛି।

ଏବେ ରାୟଗଡ଼ା ଜିଲ୍ଲାର ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୧୫କୁ ବୃଦ୍ଧି ପାଇଛି, ଏଥିରେ ବିଜୟପୁର ଗାଁର ୭୯ ଜଣ ଅଛନ୍ତି। ସମଗ୍ର ଜିଲ୍ଲାରେ ବର୍ତ୍ତମାନ ସକ୍ରିୟ ମାମଲା ସଂଖ୍ୟା ୮୯ରେ ପହଞ୍ଚିଛି ଏବଂ ୧୭ଜଣ ସୁସ୍ଥ ହୋଇଛନ୍ତି।

ଏଣେ ରାଜ୍ୟରେ ଆଜି ରେକର୍ଡସଂଖ୍ୟକ ୫୬୧ ଜଣ କରୋନା ପଜିଟିଭ୍ ଚିହ୍ନଟ ହେବା ଫଳରେ ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୧୦୬କୁ ବୃଦ୍ଧି ପାଇଛି। ଏ ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe