jagranjosh.com
ଭୁବନେଶ୍ୱର: ୨୦୩୧ ସୁଦ୍ଧା ବିଶ୍ୱର ଦ୍ୱିତୀୟ ସର୍ବବୃହତ ଅର୍ଥନୀତି ହେବାର କ୍ଷମତା ରଖିଛି ଭାରତ। ଏମିତିକି ୨୦୬୦ ସୁଦ୍ଧା ଚୀନକୁ ଟପି ବିଶ୍ୱର ସର୍ବବୃହତ ଅର୍ଥନୀତି ହୋଇପାରିବ ଭାରତ। ଏଭଳି ଗୋଲାପି ସ୍ବପ୍ନ ଦେଖାଇଛନ୍ତି ଆରବିଆଇ ଡେପୁଟି ଗଭର୍ଣ୍ଣର ଡକ୍ଟର ମାଇକେଲ ଦେବବ୍ରତ ପାତ୍ର। ଆଜି ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଭୁବନେଶ୍ୱରରେ ଆୟୋଜିତ ଆଜାଦୀକା ଅମୃତ ମହୋତ୍ସବ ପାଳନ ଅବସରରେ ସେ ଏମିତି ସ୍ୱପ୍ନ ଦେଖାଇଛନ୍ତି।
ସେ କହିଛନ୍ତି, ଭାରତ ଏବେ ବିଶ୍ୱର ଷଷ୍ଠ ବୃହତ ଅର୍ଥନୀତି । କିନ୍ତୁ କ୍ରୟ ଶକ୍ତି ସମତା (ପିପିପି) ଆଧାରରେ ଚୀନ ଓ ଆମେରିକା ପରେ ବିଶ୍ୱ ଜିଡିପିର ୭% ଅଂଶୀଦାର ସହ ଭାରତ ଏବେ ବିଶ୍ୱର ତୃତୀୟ ବୃହତ ଅର୍ଥନୀତି । ୨୦୨୭ରେ ୫ ଟ୍ରିଲିୟନ ଡଲାର ଅର୍ଥନୀତିରେ ପରିଣତ ହେବ ଭାରତ। ଓଇସିଡି ଆକଳନ ଅନୁସାରେ ୨୦୪୮ ସୁଦ୍ଧା ଭାରତ ଆମେରିକା ଅର୍ଥନୀତିକୁ ଟପିବ । ଚୀନ ପରେ ବିଶ୍ୱର ଦ୍ୱିତୀୟ ବୃହତ ଅର୍ଥନୀତି ହେବ ଭାରତ। ସେ କହିଛନ୍ତି, ଭାରତ ନିଜର ଡେମୋଗ୍ରାଫିକ ଡିଭିଡ଼େଣ୍ଡ, ମନୁଫାକଚରିଂ, ରପ୍ତାନି ଓ ଆନ୍ତର୍ଜାତିକକରଣ ଜରିଆରେ ଏହି ଲକ୍ଷ୍ୟ ହାସଲ କରିପାରିବ । ତେବେ ଏହି ଲକ୍ଷ୍ୟ ହାସଲରେ ଅନେକ ପ୍ରତିବନ୍ଧକ ରହିଛି।
thehansindia.comକରୋନା ଯୋଗୁଁ ଲୋକଙ୍କ ଜୀବନ ଜୀବିକା ଓ ଉତ୍ପାଦନ ବହୁଳ ପ୍ରଭାବିତ ହୋଇଛି। ଏସବୁରେ ପୂର୍ବ ସ୍ଥିତିକୁ ଫେରିବାକୁ ଭାରତକୁ ଫେରିବାକୁ ପ୍ରାୟ ୧୦ ବର୍ଷ ଲାଗିଯିବ । ସେହିଭଳି ଭିତ୍ତିଭୂମି ନିବେଶରେ ଭାରତ ବିଶ୍ୱରେ ବହୁ ପଛରେ। ଏମିତିକି ଭାରତୀୟ ଶ୍ରମବଳର କେବଳ ୪୬.୨% ନିଯୁକ୍ତିକ୍ଷମ, ଯାହାକି ଅର୍ଥିନୀତି ବିକାଶରେ ପ୍ରତିବନ୍ଧକ। ଆରବିଆଇ ଡେପୁଟି ଗଭର୍ଣ୍ଣର କହିଛନ୍ତି, ଯଦି ଭାରତ ଏସବୁ ଚ୍ୟାଲେଞ୍ଜକୁ ମୁକାବିଲା କରିପାରିବ, ତେବେ ଆଗାମୀ ଦଶନ୍ଧିରେ ୧୧ ପ୍ରତିଶତ ହାରରେ ବିକାଶ କରିପାରିବ। ଏଭଳି ସ୍ଥିତିରେ ଭାରତ ୨୦୪୮ ନୁହେଁ, ୨୦୩୧ରେ ବିଶ୍ୱର ଦ୍ୱିତୀୟ ସର୍ବବୃହତ ଅର୍ଥନୀତିରେ ପରିଣତ ହେବ ଓ ୨୦୬୦ ସୁଦ୍ଧା ବିଶ୍ୱର ସର୍ବବୃହତ ଅର୍ଥନୀତି ହେବ।
Follow Us