ମୁଖ୍ୟମନ୍ତ୍ରୀ ନବୀନଙ୍କୁ ଭେଟିଲେ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର

ମୁଖ୍ୟମନ୍ତ୍ରୀ ନବୀନଙ୍କୁ ଭେଟିଲେ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର

ଭୁବନେଶ୍ୱର: ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଗୁରୁବାର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି। ଉଭୟ ମୁଖ୍ୟମନ୍ତ୍ରୀ ଓ ଆରବିଆଇ ଗଭର୍ଣ୍ଣର ସାକ୍ଷାତ ସମୟରେ ବ୍ୟାଙ୍କିଙ୍ଗ ସେବା ନେଇ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିଥିବା ଜଣାପଡ଼ିଛି।

ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପରେ ନିଜ ପ୍ରତିକ୍ରିୟାରେ ଗଣମାଧ୍ୟମର ପ୍ରତିନିଧିଙ୍କୁ ଆରବିଆଇ ଗଭର୍ଣ୍ଣର ଶ୍ରୀ ଦାସ କହିଛନ୍ତି, ଏହା ଏକ ସୌଜନ୍ୟମୂଳକ ସାକ୍ଷାତକାର ଥିଲା। ରାଜ୍ୟର ବିଭିନ୍ନ ଆର୍ଥିକ କାର୍ଯ୍ୟକ୍ରମ ଓ ବ୍ୟାଙ୍କିଙ୍ଗ ସେବା ନେଇ ସାକ୍ଷାତକାର ସମୟରେ ଆଲୋଚନା ହୋଇଥିଲା।

ରାଜ୍ୟରେ ବ୍ୟାଙ୍କଗୁଡ଼ିକର ଅଧିକ ଶାଖା ବୃଦ୍ଧି କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କୁ କହିଛନ୍ତି। ସେହିଭଳି କୃଷି କ୍ଷେତ୍ରରେ ଚାଷୀମାନଙ୍କୁ ବ୍ୟାଙ୍କ ଋଣ କିଭଳି ଠିକ ଭାବେ ଦିଆଯାଇପାରିବ ଏବଂ ଡିବିଟି (ଡାଇରେକ୍ଟ ବେନିଫିଟ ଟ୍ରାନ୍ସଫର) ଭଳି ବ୍ୟାଙ୍କ ଜରିଆରେ ଦେୟ କେମିତି ଅଧିକ ସହଜ ହେବ ସେ ସଂପର୍କରେ ଆଲୋଚନା ହୋଇଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe