ଅଫିସ୍‌ରେ ମଦ୍ୟପାନ ଘଟଣା: ବଦଳିଲେ ଆରବିଏସକେ ଅଧିକାରୀ

Advertisment
ଅଫିସ୍‌ରେ ମଦ୍ୟପାନ ଘଟଣା: ବଦଳିଲେ ଆରବିଏସକେ ଅଧିକାରୀ

ବ୍ରହ୍ମପୁର, : ଅଫିସ୍‌ ଭିତରେ ମଦ୍ୟପାନ କରି ସହକର୍ମୀଙ୍କୁ ଗାଳିଗୁଲଜ କରିବା ଅଭିଯୋଗରେ ଜାତୀୟ ସ୍ବାସ୍ଥ୍ୟ ମିସନ୍‌ର ରାଷ୍ଟ୍ରୀୟ ବାଲ୍ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମ(ଆର୍‌ବିଏସ୍‌କେ)ର ଆସିଷ୍ଟାଣ୍ଡ ମ୍ୟାନେଜର ସନ୍ଦୀପ କୁମାର ତ୍ରିପାଠୀଙ୍କୁ ବଦଳି କରାଯାଇଛି। ଏଠାରୁ ତାଙ୍କୁ ବୁର୍ଲା ଭିଏସ୍‌ଏସ୍‌ ମେଡ଼ିକାଲକୁ ବଦଳି କରାଯାଇଥିବା ବେଳେ ତାଙ୍କ ସ୍ଥାନରେ ଏମ୍‌କେସିଜି ମେଡ଼ିକାଲ କଲେଜ ଆଣ୍ଡ ହସ୍ପିଟାଲ୍‌ ଆର୍‌ବିଏସ୍‌କେର ଆସିଷ୍ଟାଣ୍ଡ ମ୍ୟାନେଜର ଲୋପାମୁଦ୍ରା ମିଶ୍ରଙ୍କୁ ବଦଳି ହୋଇଥିବା ନେଇ ଜାତୀୟ ସ୍ବାସ୍ଥ୍ୟ ମିସନ୍‌ର ନିର୍ଦ୍ଦେଶିକା ଡା. ବୃନ୍ଦା. ଡି ନିର୍ଦ୍ଦେଶ ଜାରି କରିଛନ୍ତି।

ପ୍ରକାଶ ଥାଉକି ଆସିଷ୍ଟାଣ୍ଡ ମ୍ୟାନେଜର ତ୍ରିପାଠୀ କାର୍ଯ୍ୟାଳୟରେ ମଦ ପିଉଥିବା ଫଟୋ ଭାଇରାଲ୍ ହେବା ପରେ ପ୍ରଶାସନ ପକ୍ଷରୁ ତଦନ୍ତ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe