ଗାଡ଼ି କ୍ରେତା ଚାହିଁଲେ ଡାକରେ ଯିବ ଆର୍‌ସି ଓ ଡିଏଲ୍‌

Advertisment

ପିଭିସି କାର୍ଡ ପାଇଁ ୧୦୦ଟଙ୍କା ଜମା କରିବାକୁ ପଡ଼ିବ

ପିଭିସି କାର୍ଡ ପାଇଁ ୧୦୦ଟଙ୍କା ଜମା କରିବାକୁ ପଡ଼ିବ

ଗାଡ଼ି କ୍ରେତା ଚାହିଁଲେ ଡାକରେ ଯିବ ଆର୍‌ସି ଓ ଡିଏଲ୍‌

ଭୁବନେଶ୍ବର : ଡାକରେ ପଠା ଯାଉଥିବା ଗାଡ଼ିର ପଞ୍ଜୀକରଣ ସାର୍ଟିଫିକେଟ୍ (ଆର୍‌ସି)ର ସ୍ମାର୍ଟ କାର୍ଡ ଏବଂ ଡ୍ରାଇଭିଂ ଲାଇସେନ୍ସର ସ୍ମାର୍ଟ କାର୍ଡ ଲୋକଙ୍କ ପାଖରେ ପହଞ୍ଚୁନଥିବାରୁ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଡାକରେ ସ୍ମାର୍ଟ କାର୍ଡ ପଠାଇବା ବନ୍ଦ କରି ଦିଆଯାଇଥିଲା। ଗତବର୍ଷ ନଭେମ୍ବର ୧୨ତାରିଖରୁ ଏହି ବ୍ୟବସ୍ଥା ଆରମ୍ଭ ହେବା ପରେ ଗାଡ଼ି କ୍ରେତା ଓ ଚାଳକଙ୍କୁ ସ୍ମାର୍ଟ କାର୍ଡ ବଦଳରେ ଡିଜିଟାଲ ଦସ୍ତଖତ ଡକୁମେଣ୍ଟ ପିଡିଏଫ୍ ମାଧ୍ୟମରେ ତାଙ୍କ ଇମେଲ୍‌କୁ ପଠାଯାଉଥିଲା। ହେଲେ ବହୁ ଲୋକ ଏହି ପିଡିଏଫ୍ ଡାଉନଲୋଡ୍ କରିବାରେ ସମସ୍ୟା ହେବାରୁ ଏବେ ପରିବହନ ବିଭାଗ ଉକ୍ତ ନିୟମରେ ପରିବର୍ତ୍ତନ ଆଣିଛି।

ବାଣିଜ୍ୟ ପରିବହନ ବିଭାଗ ପକ୍ଷରୁ ପ୍ରକାଶ ପାଇଥିବା ବିଜ୍ଞପ୍ତି ଅନୁଯାୟୀ, ଏଣିକି ଗାଡ଼ି କ୍ରେତା/ଚାଳକ ତାଙ୍କର ଆର୍‌ସି ଓ ଡ୍ରାଇଭିଂ ଲାଇସେନ୍ସ ପ୍ଲାଷ୍ଟିକ (ପିଭିସି) କାର୍ଡ ପାଇବାକୁ ଚାହୁଁଥିଲେ କାର୍ଡ ଓ ପୋଷ୍ଟାଲ ଫି’ ବାବଦକୁ ୧୦୦ଟଙ୍କା ଜମା କରିବାକୁ ହେବ ବୋଲି ନିର୍ଦ୍ଦେଶନାମା ପ୍ରକାଶ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe