ସିଭିଲଟାଉନସିପ୍‌ରେ ଦୁଇ ପ୍ଲଟ୍‌ ଖାଲି କଲା ଆର୍‌ଡିଏ

Advertisment

ଉଚ୍ଛେଦ ହେବ ୪ କୋଟି ବାକି ଥିବା ଅନ୍ୟ ୪ ପ୍ଲଟ୍‌

ଉଚ୍ଛେଦ ହେବ ୪ କୋଟି ବାକି ଥିବା ଅନ୍ୟ ୪ ପ୍ଲଟ୍‌

ସିଭିଲଟାଉନସିପ୍‌ରେ ଦୁଇ ପ୍ଲଟ୍‌ ଖାଲି କଲା ଆର୍‌ଡିଏ

ରାଉରକେଲା: ରାଉରକେଲା ଉନ୍ନୟନ କର୍ତ୍ତୃପକ୍ଷ (ଆର୍‌ଡିଏ)ରୁ ପ୍ଲଟ ହାତେଇ ଘର କିମ୍ବା ବ୍ୟବସାୟିକ ସଂସ୍ଥା ନିର୍ମାଣ କରି ନଥିବା ବ୍ୟବସାୟୀଙ୍କୁ ମହଙ୍ଗା ପଡିଛି। ଆର୍‌ଡିଏ ଏନ୍‌ଫୋର୍ସମେଣ୍ଟ ଟିମ୍‌ ଆଜି ସିଭିଲଟାଉନସିପ୍‌ ଶନିମନ୍ଦିର ପାର୍ଶ୍ବର ଦୁଇ ପ୍ଲଟକୁ ଖାଲି କରି ନିଜ ଦଖଲକୁ ନେଇଛି। ଦୁଇ ପ୍ଲଟଧାରୀ ହେଲେ ସଜନ ଅଗ୍ରୱାଲ ଓ ଧର୍ମେନ୍ଦ୍ର ସିଂ ପରମାର। ଦୁହେଁ ୧୯୯୮ରେ ଆର୍‌ଡିଏରୁ ୨୫ ହଜାର ଟଙ୍କା ଲେଖାଏଁ ଅମାନତ ଜମା କରି ସିଭିଲଟାଉନସିପ୍‌ର ଦୁଇଟି ପ୍ଲଟ ନେଇଥିଲେ। ୨୦୧୧ ଡିସେମ୍ବର ପର୍ଯ୍ୟନ୍ତ ଆର୍‌ଡିଏ ପକ୍ଷରୁ ଧାର୍ଯ୍ୟ ହୋଇଥିବା ଭଡା ଦେଇଥିଲେ। ତା’ ପରେ ଦୁହେଁ ଆର୍‌ଡିଏକୁ କୌଣସି ଭଡା ଦେଇ ନଥିଲେ।

ଆର୍‌ଡିଏ ଦୁହିଁଙ୍କୁ ବାରମ୍ବାର ନୋଟିସ୍‌ କରିଥିଲେ। ଭଡା ଓ ଅନ୍ୟାନ୍ୟ ବାବଦରେ ପାଖାପାଖି ୧୨ ଲକ୍ଷ ଟଙ୍କା ଦେବାକୁ  ମଧ୍ୟ ଦୁଇ ବ୍ୟବସାୟୀଙ୍କୁ ନୋଟିସ୍‌ କରାଯାଇଥିଲା। ଆର୍‌ଡିଏର ନୀତିନୀୟମକୁ ଜଳାଞ୍ଜଳି ଦେଇ ଦୁଇ ବ୍ୟବସାୟୀ ଅନ୍ୟମାନଙ୍କୁ ଭଡା ସୂତ୍ରରେ ଦେଇଥିଲେ। ଆର୍‌ଡିଏ ଗତ ୨୦୧୮ରେ ଦୁଇଟି ପ୍ଲଟକୁ ବାତିଲ କରି ଦେଇଥିଲେ।  ଅତିରିକ୍ତ ଜିଲ୍ଲାପାଳ ତଥା  ଆର୍‌ଡିଏ ସମ୍ପାଦକଙ୍କ ନିର୍ଦ୍ଦେଶକ୍ରମେ ଏନ୍‌ଫୋର୍ସମେଣ୍ଟ ଟିମ୍‌ ଦୁଇଟି ପ୍ଲଟରେ ନିର୍ମାଣ ଦୋକାନକୁ ଭାଙ୍ଗି ଦେଇଥିଲେ। ଉଚ୍ଛେଦ ଦୁଇ ପ୍ଲଟ ପାର୍ଶ୍ବରେ ଆହୁରି ୪ଟି ପ୍ଲଟ ରହିଛି।  ପ୍ରତ୍ୟେକ ପ୍ଲଟରେ ଭଡା ବାବଦରେ ପାଖାପାଖି ୧ କୋଟି ଲେଖାଏଁ ଟଙ୍କା ବାକି ପଡିଛି। ଚାରି ବ୍ୟବସାୟୀ ଆର୍‌ଡିଏ ବିରୋଧରେ କୋର୍ଟର ଦ୍ବାରସ୍ଥ ହୋଇଛି। କୋର୍ଟ ମାମଲା ବିଚାରଧୀନ ରହିଥିବାରୁ ଆର୍‌ଡିଏ କର୍ତ୍ତୃପକ୍ଷ ଏହି ଚାରିଟି ପ୍ଲଟ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ପାରୁ ନାହାନ୍ତି। ଉଲ୍ଲେଖଯୋଗ୍ୟ, ଗତ ୩ ମାସ ତଳେ ସଞ୍ଜୟ ମାର୍କେଟରୁ ଆର୍‌ଡିଏ କିଛି ଘରକୁ ଉଚ୍ଛେଦ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe