ସ୍ଥାନୀୟ ନିଯୁକ୍ତି ପ୍ରସଙ୍ଗ: ଆରଡିସି ଘେରାଉ ବେଳେ ଯୁବ ଗୋଷ୍ଠୀ ଓ ପୁଲିସ ମଧ୍ୟରେ ଧସ୍ତାଧସ୍ତି

Advertisment
ସ୍ଥାନୀୟ ନିଯୁକ୍ତି ପ୍ରସଙ୍ଗ: ଆରଡିସି ଘେରାଉ ବେଳେ ଯୁବ ଗୋଷ୍ଠୀ ଓ ପୁଲିସ ମଧ୍ୟରେ ଧସ୍ତାଧସ୍ତି

ସମ୍ବଲପୁର: ସ୍ଥାନୀୟ ନିଯୁକ୍ତି ପ୍ରସଙ୍ଗରେ ଆଜି ଅପରାହ୍‌ଣରେ ସମ୍ବଲପୁରସ୍ଥିତ ଉତ୍ତରାଞ୍ଚଳ ରାଜସ୍ବ କମିସନ୍‌ (ଆରଡିସି) ଘେରାଉ ବେଳେ ୟୁଥ୍‌ ଫର ଆକ୍ସନ (ଅପରାଜିତା ସେନା) ଏବଂ ପୁଲିସ ମଧ୍ୟରେ ଧସ୍ତାଧସ୍ତି ହୋଇଛି। ସେନାର ଯୁବକମାନେ ଆରଡିସି କାର୍ଯ୍ୟାଳୟରେ ପ୍ରବେଶ କରିବାକୁ ଉଦ୍ୟମ କରୁଥିବା ବେଳେ, ସେଠାରେ ମୁତୟନ ପୁଲିସ ଅଟକାଇଥିଲା। ଫଳରେ ଧସ୍ତାଧସ୍ତି ହୋଇଥିଲା।

publive-image

ସୂଚନା ଅନୁସାରେ ୟୁଥ ଫର ଆକ୍ସନର ରାଜ୍ୟ କାର୍ଯ୍ୟକାରୀ ସଭାପତି ସୁଜିତି ସିଂହ, ପଶ୍ଚିମ ଓଡ଼ିଶା ଜୋନ୍‌ ସଭାପତି ମାନସ ରଥ ଓ ସଂଗଠନ ଉପସଭାପତି ଅମ୍ଲାନ ଷଡ଼ଙ୍ଗୀଙ୍କ ନେତୃତ୍ବରେ ଆଜି ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଶତାଧିକ ଯୁବକ ଆସି ଉତ୍ତରାଞ୍ଚଳ ରାଜସ୍ବ କମିସନଙ୍କ କାର୍ଯ୍ୟାଳୟ ଘେରାଉ କରିଥିଲେ।

publive-image

ସେମାନଙ୍କର ଦାବି ଥିଲା ଯେ, ରାଜ୍ୟର ଶିଳ୍ପାନୁଷ୍ଠାନ ଗୁଡ଼ିକରେ ନିଯୁକ୍ତି କ୍ଷେତ୍ରରେ ଉପେକ୍ଷା କରାଯାଉଛି। ଓଡ଼ିଆ ପିଲାମାନଙ୍କୁ ନିଯୁକ୍ତି ମିଳୁନାହିଁ। ବାହାର ରାଜ୍ୟର ଯୁବକମାନଙ୍କୁ  ନିଯୁ୍କ୍ତି କ୍ଷେତ୍ରରେ ପ୍ରାଥମିକତା ଦିଆଯାଉଛି। ଶିଳ୍ପାନୁଷ୍ଠାନ ସ୍ଥାପନ ସମୟରେ ରାଜ୍ୟ ସରକାର ସହିତ ଯେଉଁ ଚୁକ୍ତି ହେଉଛି, ତାହାକୁ କାର୍ଯ୍ୟକାରୀ କରାଯାଉ ନାହିଁ। ଆସନ୍ତା ବିଧାନସଭା ଅଧିବେଶନରେ ଓଡ଼ିଆ ଯୁବକଙ୍କୁ ଶିଳ୍ପାନୁଷ୍ଠାନରେ ୮୦  ପ୍ରତିଶତ ନିଯୁକ୍ତି ପାଇଁ ଆଇନ ଆଣିବା ଏବଂ ଯେଉଁ ଶିଳ୍ପାନୁଷ୍ଠାନ ଏହାକୁ ନ ମାନିବେ‌ ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଦାବି କରି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଆରଡିସିଙ୍କ ଜରିଆରେ ଦାବିପତ୍ର ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe