ଆର୍‌ଡିସିଙ୍କ ହରିଶଙ୍କର ଗସ୍ତ, ଉନ୍ନୟନ କାମ ତଦାରଖ

Advertisment
ଆର୍‌ଡିସିଙ୍କ ହରିଶଙ୍କର ଗସ୍ତ, ଉନ୍ନୟନ କାମ ତଦାରଖ

ଖପ୍ରାଖୋଲ/ଧଣ୍ଡାମୁଣ୍ଡା: ପଶ୍ଚିମ ଓଡ଼ିଶାର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ହରିଶଙ୍କର ପୀଠର ଉନ୍ନୟନ କାମ ତଦାରଖ ପାଇଁ ଶନିବାର ଉତ୍ତରାଞ୍ଚଳ ଆର୍‌ଡିସି ସୁରେଶ ଚନ୍ଦ୍ର ଦଳେଇ ହରିଶଙ୍କର ଗସ୍ତ କରିଥିଲେ। ସୂଚନାନୁସାରେ ସରକାର ପର୍ଯ୍ୟଟନସ୍ଥଳୀଗୁଡ଼ିକର ରୂପାନ୍ତରୀକରଣ ନିମନ୍ତେ ଅନୁଦାନ ଦେଉଥିବା ବେଳେ ହରିଶଙ୍କର ପୀଠକୁ ବି ସରସ ସୁନ୍ଦର କରି ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ପ୍ରଥମ ପର୍ଯ୍ୟାୟରେ ୧୫ କୋଟି ଟଙ୍କା ପ୍ରଦାନ କରିଛନ୍ତି। ଉକ୍ତ ଅନୁଦାରେ ବିଭିନ୍ନ ଉନ୍ନୟନ କାମ ଚାଲୁରହିଛି।

ପ୍ରଥମେ ଶ୍ରୀ ଦଳେଇ ପ୍ରଭୁ ହରିଶଙ୍କରଙ୍କୁ ଦର୍ଶନ କରିବା ପରେ ମିସନ ଶକ୍ତି ଦ୍ୱାରା ପରିଚାଳିତ କାଫେ ବୁଲି ଦେଖିଥିଲେ। ପରେ ସେ ବିଭିନ୍ନ ଉନ୍ନୟନ କାମ ବୁଲି ଦେଖିବା ସହ ବିଭାଗୀୟ ଯନ୍ତ୍ରୀ ଓ ଅଧିକାରୀମାନଙ୍କୁ ଅଗ୍ରଗତି ସଂପର୍କରେ ପଚାରି ବୁଝିଥିଲେ। ୨୦୨୪ ମଧ୍ୟରେ କାମ ସମ୍ପୂର୍ଣ୍ଣ କରିବାକୁ ସେ କହିଥିଲେ। ଏହି ଅବସରରେ ପାଟଣାଗଡ଼ ଉପଜିଲ୍ଲାପାଳ ବିଜୟାନନ୍ଦ ସେଠୀ, ଖପ୍ରାଖୋଲ ବିଡିଓ ରଶ୍ମିରଞ୍ଜନ ରାଉତ, ତହସିଲଦାର ଆଦିତ୍ୟ ପ୍ରସାଦ ମିଶ୍ର, ଖପ୍ରାଖୋଲ ଥାନାଧିକାରୀ ରମାକାନ୍ତ ସାହୁ, ପୂର୍ତ୍ତ ନିର୍ବାହୀ ଯନ୍ତ୍ରୀ ଇଂ ଅର୍ଜୁନ ବେହେରା, ଜେଇ ବେଦବ୍ୟାସ ଭୋଇ, ହରିଶଙ୍କର ମନ୍ଦିର ପରିଚାଳକ ଗୁପ୍ତେଶ୍ୱର କୁଅଁର ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe