ଝାରସୁଗୁଡ଼ା: ମହାଲକ୍ଷ୍ମୀ କମ୍ପାନିରେ ପୁନଃ ନିଯୁକ୍ତି ଦାବିରେ ଏମ୍ସିଏଲ୍ ଜିଏମ୍ ଅଫିସ ସମ୍ମୁଖରେ ଆମରଣ ଅନଶନ ଚାଲିଥିଲା। ଆଜି ପୁଣିଥରେ ଭିପିଆର୍ କମ୍ପାନିର ଏହି ପୂର୍ବତନ କର୍ମଚାରୀମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନରେ ବସିଛନ୍ତି। ପୁରୁଣା ଭିପିଆର୍ କମ୍ପାନି କର୍ମଚାରୀଙ୍କ ସହ ହୋଇଥିବା ତ୍ରିପାକ୍ଷିକ ଚୁକ୍ତିକୁ କାର୍ଯ୍ୟକାରୀ କରିବାକୁ ଅନଶନକାରୀ ଦାବି କରିଛନ୍ତି। ଭିପିଆର୍ କମ୍ପାନି ଚାଲିଯିବା ପରେ ଏମ୍ସିଏଲ୍ ନୂଆ କମ୍ପାନି ମହାଲକ୍ଷ୍ମୀ ସହ ଚୁକ୍ତି କରି କାମ ଆରମ୍ଭ କରିଛି।କିନ୍ତୁ ମହାଲକ୍ଷ୍ମୀ କମ୍ପାନି ଏହି ପୁରୁଣା କର୍ମଚାରୀଙ୍କୁ ପୁନଃନିଯୁକ୍ତି ଦେବାରେ ଟାଳଟୁଳ ନୀତି କରୁଥିବା ନେଇ ଅଭିଯୋଗ ହୋଇଛି।
ପୁନଃ ନିଯୁକ୍ତି ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନ
Advertisment
Follow Us