୩୪ ବୁଥ୍‌ରେ ସାନି ମତଦାନ ଆଜି

Advertisment
ଗଞ୍ଜାମ ଜିଲ୍ଲାରେ ୫୦୩ ପଂଚାୟତ ପ୍ରତିନିଧି, ୬୯ ଜିଲ୍ଲା ପରିଷଦ ସଦସ୍ୟଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୨୪.୪୩ ଲକ୍ଷ ଭୋଟର

NewsX

ଭୁବନେଶ୍ବର : ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟରେ ଓଡ଼ିଶାରେ ହୋଇଥିବା ନିର୍ବାଚନରେ କିଛି ବୁଥ୍‌ରେ ଅନିୟମିତତା ଓ ତ୍ରୁଟି ଅଭିଯୋଗ ଆସିଥିଲା। ସେଗୁଡ଼ିକୁ ବିଚାରକୁ ନେଇ ୩୪ଟି ବୁଥ୍‌ରେ ରବିବାର ଦିନ ସାନି ମତଦାନ ହେବ। ଏହା ମଧ୍ୟରେ ତୃତୀୟ ପର୍ଯ୍ୟାୟର ୧୨ଟି ବୁଥ୍‌ ଓ ଚତୁର୍ଥ ପର୍ଯ୍ୟାୟର ୨୨ଟି ବୁଥ୍‌ ରହିଛି। ଶାନ୍ତିଶୃଙ୍ଖଳାର ସହ ମତଦାନ ନେଇ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ଆବଶ୍ୟକ ବନ୍ଦୋବସ୍ତ କରାଯାଇଛି। ବରୀରେ ୫ଟି ବୁଥ୍‌, ବାରିପଦା, ମାହାଙ୍ଗା ଓ ଆଠଗଡ଼ରେ ୪ଟି ‌େଲଖାଏ ବୁଥ୍‌, ଜଳେଶ୍ବର, ବ୍ରହ୍ମଗିରି ଓ ବିଞ୍ଝାରପୁରରେ ୨ଟି ଲେଖାଏ ବୁଥ୍‌, ବଡ଼ମ୍ବା, ଦେବଗଡ଼, ସତ୍ୟବାଦୀ, ତାଳଚେର, ଘଷିପୁରା, ଭୁବନେଶ୍ବର ମଧ୍ୟ, ଧର୍ମଶାଳା, ସୁକିନ୍ଦା, ବାଙ୍ଗିରିପୋଷି, ସାଲେପୁର ଓ ପାରାଦୀପରେ ଗୋଟିଏ ଲେଖାଏ ବୁଥ୍‌ରେ ସାନି ମତଦାନ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe