କଣ୍ଟାମାଳ ବିଧାନସଭା ଆସନ: ମେ’ ୨୩ରେ ଏହି ୨ଟି ବୁଥ୍‌ରେ ହେବ ସାନି ମତଦାନ

Advertisment
କଣ୍ଟାମାଳ ବିଧାନସଭା ଆସନ: ମେ’ ୨୩ରେ ଏହି ୨ଟି ବୁଥ୍‌ରେ ହେବ ସାନି ମତଦାନ

କଣ୍ଟାମାଳ: ବୌଦ୍ଧ ଜିଲ୍ଲା କଣ୍ଟାମାଳ ବିଧାନସଭା ନିର୍ବାଚନ ମଣ୍ଡଳୀର ୨ଟି ବୁଥରେ ସାନି ମତଦାନ ହେବ। ଭାରତୀୟ ନିର୍ବାଚନ କମିସନଙ୍କ ନିର୍ଦ୍ଦେଶରେ ଆସନ୍ତା ୨୩ ତାରିଖ ଦିନ ଏହି ନିର୍ବାଚନ ମଣ୍ଡଳୀର ୨୬ ଓ ୨୮ ନମ୍ବର ବୁଥରେ ସାନି ମତଦାନ ହେବ। ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଂଜ ବିହାରୀ ଧଳ ସୂଚନା ଜାରି କରିଛନ୍ତି।

କନ୍ଧମାଳ ସଂସଦୀୟ କ୍ଷେତ୍ର ଅଧୀନ କଣ୍ଟାମାଳ ନିର୍ବାଚନ ମଣ୍ଡଳୀର ସାନକିରାସିରାସ୍ଥିତ ବୁଥ୍‌ ନମ୍ବର ୨୬ ଓ ମହେଶ୍ବରପିଣ୍ଡାସ୍ଥିତ ବୁଥ ନମ୍ବର ୨୮ରେ ଆସନ୍ତା ୨୩ ତାରିଖ ଦିନ ସକାଳ ୭ଟାରୁ ଅପରାହ୍ଣ ୪ଟା ଯାଏଁ ପୁଣି ଥରେ ମତଦାନ କରାଯିବ। ଏଥି ପାଇଁ ନିର୍ବାଚନ କମିସନଙ୍କ ନିର୍ଦ୍ଦେଶ ଦେଇଛନ୍ତି।

publive-image

ସୂଚନାଯୋଗ୍ୟ, ଗତ ୨୦ ତାରିଖ ଦିନ କନ୍ଧମାଳ ଲୋକସଭା ନିର୍ବାଚନ ମଣ୍ଡଳୀ ଓ ଏହାର ଅଧୀନ ୭ଟି ବିଧାନସଭା ଆସନରେ ମତଦାନ ହୋଇଥିଲା। କଣ୍ଟାମାଳ ବିଧାନସଭା ଆସନ ଅଧୀନ ମହେଶ୍ବରପିଣ୍ଡା ବିଦ୍ୟାଳୟରେ କରାଯାଇଥିବା ୨୮ ନମ୍ବର ବୁଥ କ୍ୟାପଚରିଂ ହୋଇଥିଲା। ଦିନ ପ୍ରାୟ ୧ଟାରେ ଏକ ରାଜନୈତିକ ଦଳର କର୍ମୀମାନେ ବଳପୂର୍ବକ ବୁଥ୍‌ କ୍ୟାପଚରିଂ କରିଥିଲେ। ସେହିପରି ୨୬ ନମ୍ବର ବୁଥରେ ମଧ୍ୟ କ୍ୟାଚଚରିଂ ସଂପର୍କିତ ଖବର ପୁଲିସକୁ ମିଳିଥିଲା। ସୂଚନା ପାଇ ଘଟଣାସ୍ଥଳରେ ବ୍ୟାପକ ପୁଲିସ ଟିମ୍‌ ପହଞ୍ଚି ଥିଲେ। ଇଭିଏମ୍‌ ଓ ଭିଭିପ୍ୟାଟ ଜବତ କରିଥିଲେ। ଏହା ପରେ ବିଜେପି ବିଧାୟକ ପ୍ରାର୍ଥୀ କହ୍ନେଇ ଚରଣ ଡାଙ୍ଗ ଓ କର୍ମୀମାନେ ଉତ୍ତେଜନା ସୃଷ୍ଟି କରିଥିଲେ। ଏଥିସହିତ ୫୭ ନମ୍ବର ଜାତୀୟ ରାଜପଥକୁ ସନ୍ଧ୍ୟା ୫ଟାରୁ ୮ଟା ପର୍ଯ୍ୟନ୍ତ ଅବରୋଧ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe