ଡିସେମ୍ବର ୧ରେ କଂଗ୍ରେସର ତୁଳସୀ ଯାତ୍ରା: ବିଜେଡି କହିଲା, ପଡ଼ିବନି କିଛି ପ୍ରଭାବ

Advertisment
ଡିସେମ୍ବର ୧ରେ କଂଗ୍ରେସର ତୁଳସୀ ଯାତ୍ରା: ବିଜେଡି କହିଲା, ପଡ଼ିବନି କିଛି ପ୍ରଭାବ

ଭୁବନେଶ୍ବର: ଶ୍ରୀମନ୍ଦିରର ୪ ଦ୍ୱାର ଓ ରତ୍ନଭଣ୍ଡାର ଖୋଲିବା ଦାବିରେ ଡିସେମ୍ବର ୧ ତାରିଖରେ କଂଗ୍ରେସ ପକ୍ଷରୁ ତୁଳସୀ ଯାତ୍ରା ଆୟୋଜିତ ହେବ। ଏନେଇ ସୂଚନା ଦେଇଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ। ଏଣେ କଂଗ୍ରେସର ତୁଳସୀ ଯାତ୍ରା ପ୍ରସଙ୍ଗରେ ସରକାରୀ ଦଳର ମୁଖ୍ୟ ସଚେତକ ତଥା ବିଜେଡି ବିଧାୟକ ପ୍ରଶାନ୍ତ ମୁଦୁଲି ପ୍ରତିକ୍ରିୟା ରଖିଛନ୍ତି।
ପ୍ରଶାନ୍ତ ମୁଦୁଲି କହିଛନ୍ତି, ବିରୋଧୀ ତୁଳସୀ ଯାତ୍ରା କରନ୍ତୁ କି ବ୍ଲକ ପଞ୍ଚାୟତ ଘେରାଉ କରନ୍ତୁ, ତାହା ଲୋକଙ୍କ ମନକୁ ଛୁଇଁବା ଆବଶ୍ୟକ। ଲୋକଙ୍କ ମାନସିକତା ପ୍ରଭାବିତ ହେବାର ଅଛି। କିନ୍ତୁ ବିଜେଡି ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ବିକାଶକୁ ପ୍ରାଥମିକତା ଦେଇଛି। ବିକାଶ କାର୍ଯ୍ୟ ଆଗକୁ ବଢ଼ୁଥିବାରୁ ଲୋକ ବିକାଶରେ ପ୍ରଭାବିତ ହେଉଛନ୍ତି। ବିରୋଧୀଙ୍କ କୌଣସି କାମର ପ୍ରଭାବ ପଡ଼ିବନି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe