୨୦୨୪ ସାଧାରଣ ନିର୍ବାଚନ ଜନମତ ନରେନ୍ଦ୍ର ମୋଦୀଙ୍କ ସପକ୍ଷରେ ରହିବ: ବିଜେପି

Advertisment

ବିରୋଧୀଙ୍କ ଏକତାରେ ବିଜେଡି ନାହିଁ: ଦେବୀ ମିଶ୍ର

ବିରୋଧୀଙ୍କ ଏକତାରେ ବିଜେଡି ନାହିଁ: ଦେବୀ ମିଶ୍ର

୨୦୨୪ ସାଧାରଣ ନିର୍ବାଚନ ଜନମତ ନରେନ୍ଦ୍ର ମୋଦୀଙ୍କ ସପକ୍ଷରେ ରହିବ: ବିଜେପି

ଭୁବନେଶ୍ୱର:ଜୁନ ୨୩ରେ ହେବାକୁ ଥିବା ବିରୋଧୀ ଦଳମାନଙ୍କ ମହାମେଳିକୁ ନେଇ ବିଜେପିର ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ପ୍ରତିକ୍ରିୟା ରଖି କହିଛନ୍ତି, ମେଣ୍ଟ କରି ବିଲୁଆ ବିଚାର ଯେତେ କଲେ ବି ମ୍ୟାଣ୍ଡେଟ ବିଜେପି ଓ ନରେନ୍ଦ୍ର ମୋଦୀଙ୍କ ସପକ୍ଷରେ ରହିବ। ଅତୀତରେ ଏଭଳି ଥାର୍ଡ ଫ୍ରଣ୍ଟ, ଫୋର୍ଥ ଫ୍ରଣ୍ଟ ବହୁତ ମେଣ୍ଟ ତିଆରି କରିବା ଆରମ୍ଭ କରିଛନ୍ତି, କିନ୍ତୁ ଲୋକଙ୍କ ମ୍ୟାଣ୍ଡେଟ ଆଗରେ କୌଣସି ମେଣ୍ଟ ସଫଳ ହୋଇନାହିଁ | ଲୋକ ଏମାନଙ୍କୁ ସବୁବେଳେ ଅଗ୍ରାହ୍ୟ କରିଛନ୍ତି, ତେଣୁ ଆଜି ବି ସ୍ପଷ୍ଟ ଅଛି ଯେ ୨୦୨୪ରେ ପ୍ରଧାନମନ୍ତ୍ରୀ ଭାବେ ଆଉ ଥରେ ନରେନ୍ଦ୍ର ମୋଦୀ ଅଧିଷ୍ଠିତ ହେବେ। ଏଥିରେ କୌଣସି ପ୍ରକାର ଦ୍ଵନ୍ଦ ନାହିଁ। ଭାରତର ସାଧାରଣ ଲୋକ, ଧନୀ ଲୋକଙ୍ଠୁ ଆରମ୍ଭ କରି ମଧ୍ୟବିତ୍ତଙ୍କଠୁ ଆରମ୍ଭ କରି ଗରିବ ଲୋକଙ୍କ ପର୍ଯ୍ୟନ୍ତ ସମସ୍ତେ ଅନୁଭବ କରିଛନ୍ତି ଏ କଥାକୁ ଯେ ଦେଶକୁ କିଏ ନେତୃତ୍ୱ ଦେଇ ପାରୁଛନ୍ତି ବା ଦେଇ ପାରିବେ। ସେଥିପାଇଁ ନରେନ୍ଦ୍ର ମୋଦୀଙ୍କ ଛଡ଼ା ଆଉ କେହି ଦ୍ଵିତୀୟ ଲୋକ ନାହିଁ। ତେଣୁ ସେ ଦିଗରୁ ମେଣ୍ଟ କରି ବିଲୁଆ ବିଚାର ଯେତେ କଲେ ବି ମ୍ୟାଣ୍ଡେଟ ବିଜେପି ଓ ନରେନ୍ଦ୍ର ମୋଦୀଙ୍କ ସପକ୍ଷରେ ରହିବ।

publive-image Telegraph India

ଏଣେ  ବିରୋଧୀଙ୍କ ଏକତା ପ୍ରସଙ୍ଗ ବିଜେଡି ଆଭିମୁଖ୍ୟକୁ ନେଇ ବିଜେଡି ଉପ ସଭାପତି ଦେବୀ ମିଶ୍ର ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ବିରୋଧୀ ଏକତାରେ ଯେଉଁମାନେ ଯୋଗଦେଇଛନ୍ତି ସେମାନଙ୍କ ସହ ଆମର କୌଣସି ସମ୍ବନ୍ଧ ନାହିଁ। ଗଣମାଧ୍ୟମ ଯେମିତି ଜାଣୁଛି, ଆମେ ମଧ୍ୟ ସେମିତି ଜାଣୁଛୁ। ଆମ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ୍ଲିୟର କରିଛନ୍ତି ବର୍ତମାନ ସେଭଳି କୌଣସି କମ୍ବିନେଶନରେ ବିଜେଡି ନାହିଁ। ତତ୍କାଳୀନ ପରିସ୍ଥିତି ଆସୁ ତାଙ୍କ ଆମନ୍ତ୍ରଣ ଆସୁ ଆମ ଦଳର ସୁପ୍ରିମୋ ବିଚାର ଆଲୋଚନା କରି ନିଷ୍ପତ୍ତି ନେବେ। ଏବେ ସେ ସମ୍ବନ୍ଧରେ ଆଲୋଚନା କରିବା ଯୁକ୍ତିସଂଗତ ନୁହେଁ। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଯାହା ନିଷ୍ପତ୍ତି ନେବେ, ତାକୁ ଆମେ ଗ୍ରହଣ କରିବୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe