ବିଧାନସଭା ଅଧିବେଶନରେ ପ୍ରଥମ ଥର ଯୋଗ ଦେଲି, ହେଲେ ଦେଖିବାକୁ ନାହାନ୍ତି ବାପା: ଦୀପାଳି ଦାସ

ନବ ଦାସ ହତ୍ୟା ଘଟଣାରେ କ୍ରାଇମ୍‌ବ୍ରାଞ୍ଚ ତା କାମ କରୁଛି, ରିପୋର୍ଟ ଆସିଲା ପରେ ଏବିଷୟରେ କିଛି କହିହେବ: ଦୀପାଳି ଦାସ

ଭୁବନେଶ୍ବର: ଆଜିଠାରୁ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହୋଇଛି। ବିଧାୟିକା ଭାବେ ନିର୍ବାଚିତ ହେବା ପରେ ପ୍ରଥମ କରି ବିଧାନସଭା ଅଧିବେଶନରେ ଯୋଗ ଦେଇଛନ୍ତି ସ୍ବର୍ଗତ ନବ ଦାସଙ୍କ ଝିଅ ତଥା ଝାରସୁଗୁଡ଼ା ବିଧାୟିକା ଦୀପାଳି ଦାସ।

ଏହି ଅବସରରେ ସେ କହିଛନ୍ତି, ଆଜି ମୋ ପାଇଁ ଗର୍ବ ଓ ଗୌରବ ଦିନ। ଆଜି ମୁଁ ବହୁତ ଭାବବିହ୍ଵୋଳ ହୋଇଗଲି। ବାପା ଯେଉଁ ଆସନରେ ବସୁଥିଲେ ତାହାକୁ ଦେଖିଲି। ମୁଁ  ଖୁବ୍ ବ୍ୟଥିତ ହେଲି। ମୁଖ୍ୟମନ୍ତ୍ରୀ ଓ ଅନ୍ୟ ବରିଷ୍ଠ ନେତାମାନଙ୍କୁ ଭେଟି ଆର୍ଶୀବାଦ ନେଲି। ମୋ ବାପା ଚାହୁଁଥିଲେ ମୁଁ ବି ତାଙ୍କ ପରି ଲୋକଙ୍କ ପାଇଁ ସ୍ୱର ଉଠାଏ। ଆଜି ବିଧାନସଭା ଆସିଛି। କିନ୍ତୁ ବାପା ଦେଖିବାକୁ ନାହାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe