ନବ ନିର୍ବାଚିତ ବିଧାୟକମାନଙ୍କ ଭିତରୁ ଜଣେ ହେବେ ମୁଖ୍ୟମନ୍ତ୍ରୀ: କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀ

Advertisment
ନବ ନିର୍ବାଚିତ ବିଧାୟକମାନଙ୍କ ଭିତରୁ ଜଣେ ହେବେ ମୁଖ୍ୟମନ୍ତ୍ରୀ: କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀ

ଭୁବନେଶ୍ୱର: ଦିଲ୍ଲୀରୁ ଫେରିଛନ୍ତି କନ୍ଧମାଳର ନବନିର୍ବାଚିତ ସାଂସଦ ସୁକାନ୍ତ ପାଣିଗ୍ରାହୀ। ବିମାନ ବନ୍ଦରରେ ତାଙ୍କୁ ସ୍ବାଗତ କରିଛନ୍ତି କର୍ମୀ। ଏହି ଅବସରରେ ସେ କହିଛନ୍ତି, ଓଡ଼ିଶାର ମୁଖ୍ୟମନ୍ତ୍ରୀ କିଏ ହେବେ ସେ ନେଇ ସିଦ୍ଧାନ୍ତ ସରିଛି। ଆଉ କୌଣସି ଉପନିର୍ବାଚନ ହେବାର ପ୍ରଶ୍ନ ଉଠୁ ନାହିଁ। କାରଣ ନବ ନିର୍ବାଚିତ ବିଧାୟକମାନଙ୍କ ଭିତରୁ ଜଣେ ହେବେ ମୁଖ୍ୟମନ୍ତ୍ରୀ ବୋଲି ସେ କହିଛନ୍ତି। ବିଜେପିର ସମସ୍ତେ ଜଣେ ଜଣେ ମୁଖ୍ୟମନ୍ତ୍ରୀ ଚେହେରା । ସେହିଭଳି ଓଡ଼ିଶାରୁ ତିନି ଜଣ ଦକ୍ଷ ସାଂସଦଙ୍କୁ କ୍ୟାବିନେଟ୍ ରେ ସୁଯୋଗ ମିଳିଛି। ରାଜ୍ୟ ତଥା ଦେଶର ଦ୍ରୁତ ବିକାଶ ହେବ।

ଏଣେ ରାଜନୀତିରୁ ସନ୍ନ୍ୟାସ ନେଇଥିବା ଅଚ୍ୟୁତ ସାମନ୍ତଙ୍କ ଉପରେ ପ୍ରତିକ୍ରିୟା ରଖି ସୁକାନ୍ତ ପାଣିଗ୍ରାହୀ କହିଛନ୍ତି, ଅଚ୍ୟୁତ ସାମନ୍ତ ହେଉଛନ୍ତି ବିରାଡ଼ି ବୈଷ୍ଣବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe