ନରେନ୍ଦ୍ର ମୋଦୀ ପୁଣି ଭାରତର ପ୍ରଧାନମନ୍ତ୍ରୀ ଓ ନବୀନ ପଟ୍ଟନାୟକ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେବେ: କାର୍ତ୍ତିକ ପାଣ୍ଡିଆନ

Advertisment

ବିଜେଡି- ବିଜେପି ମେଣ୍ଟ ପ୍ରସଙ୍ଗରେ ପ୍ରତିକ୍ରିୟା

ବିଜେଡି- ବିଜେପି ମେଣ୍ଟ ପ୍ରସଙ୍ଗରେ ପ୍ରତିକ୍ରିୟା

ନରେନ୍ଦ୍ର ମୋଦୀ ପୁଣି ଭାରତର ପ୍ରଧାନମନ୍ତ୍ରୀ ଓ ନବୀନ ପଟ୍ଟନାୟକ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେବେ: କାର୍ତ୍ତିକ ପାଣ୍ଡିଆନ

ଭୁବନେଶ୍ବର: ବିଜେଡି- ବିଜେପି ମେଣ୍ଟ ଚର୍ଚ୍ଚାକୁ ନେଇ ୫ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ପ୍ରତିକ୍ରିୟା ରଖିଛନ୍ତି। ନେଟୱାର୍କ ୧୮ କନକ୍ଲେଭରେ ସାମିଲ ହୋଇ ଉଭୟ ମୁଖ୍ୟମନ୍ତ୍ରୀ ଏବଂ ପ୍ରଧାନମନ୍ତ୍ରୀଙ୍କୁ ଷ୍ଟେଟସମ୍ୟାନ ବୋଲି କହିଛନ୍ତି ପାଣ୍ଡିଆନ୍। ରାଜନୀତିକୁ ଛାଡ଼ି ଦୁଇ ଜଣ ଭଲ ବନ୍ଧୁ ବୋଲି ସେ କହିଛନ୍ତି। ମେଣ୍ଟ ବାବଦରେ ସେ କେବଳ କହିଛନ୍ତି ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ଏକାଠି ହୋଇପାରନ୍ତି। କିନ୍ତୁ ହେବ କି ନାହିଁ ସ୍ପଷ୍ଟ କରିନାହାନ୍ତି। ଓଡ଼ିଶାରେ ନବୀନ ପଟ୍ଟନାୟକ ଆଗାମୀ ଦିନରେ ମୁଖ୍ୟମନ୍ତ୍ରୀ ହେବେ ଏବଂ ନରେନ୍ଦ୍ର ମୋଦୀ ମଧ୍ୟ ପ୍ରଧାନମନ୍ତ୍ରୀ ହେବେ ବୋଲି ସେ କହିଛନ୍ତି। ବଡ଼ କଥା ହେଉଛି ସେ କହିଛନ୍ତି, ଓଡ଼ିଶାରେ ବିଜେଡିକୁ ସରକାର ଗଢ଼ିବାକୁ ହେଲେ ବିଜେପିର ଆବଶ୍ୟକତା ନାହିଁ କି କେନ୍ଦ୍ରରେ ବିଜେପିକୁ ସରକାର ଗଢ଼ିବାକୁ ହେଲେ ବିଜେଡିର ସହଯୋଗ ଆବଶ୍ୟକ ପଡ଼ିନପାରେ। ତେବେ ଦୁଇଟି ଦଳ ନିଜ ନିଜ ସ୍ଥାନରେ ମଜବୁତ ଅଛନ୍ତି।

ଶ୍ରୀ ପାଣ୍ଡିଆନ୍ ଆହୁରି କହିଛନ୍ତି ଯେ, ଜଣେ କଣ ପାଇଁ ମେଣ୍ଟରେ ସାମିଲ ହେବ? ଜଣେ ନିର୍ବାଚନ ଜିତିବାକୁ ମେଣ୍ଟରେ ସାମିଲ ହୁଏ। ହେଲେ ଏଠାରେ ମୁଖ୍ୟମନ୍ତ୍ରୀ ବେଶ ଲୋକପ୍ରିୟ ଆଉ ସେ ଲଗାତାର ନିର୍ବାଚନ ଜିତୁଛନ୍ତି। ନବୀନ ପଟ୍ଟନାୟକଙ୍କୁ ମେଣ୍ଟର ଆବଶ୍ୟକତା ନାହିଁ। ଖାଲି ସେତିକି ନୁହେଁ, ବିଜେଡିକୁ ବିଜେପିର ଆବଶ୍ୟକତା ନାହିଁ, ବିଜେପିକୁ ମଧ୍ୟ କେନ୍ଦ୍ରରେ ସରକାର ଗଢିବାକୁ ବିଜେଡିର ଆବଶ୍ୟକତା ନାହିଁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe