ମୁଁ ଘଟଣାକୁ ନେଇ ଦୁଃଖିତ‌; ଆନ୍ଧ୍ର ପଥର ଖଣି ବିସ୍ଫୋରଣ ଘଟଣାରେ ଓଡ଼ିଶା ଶ୍ରମ ମନ୍ତ୍ରୀଙ୍କ ପ୍ରତିକ୍ରିୟା

Untitled

ଭୁବନେଶ୍ବର: ରବିବାର ଆନ୍ଧ୍ରପ୍ରଦେଶର ବାପଟଲାରେ ଏକ ପଥର ଖଣିରେ ଦୁର୍ଘଟଣା ଘଟି ଛଅ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିଲା। ଏହି ଦୁର୍ଘଟଣାରେ ଅନ୍ୟ ୧୦ଜଣ ଶ୍ରମିକ ମଧ୍ୟ ଆହତ ହୋଇଥିଲେ। ଆହତ ଶ୍ରମିକଙ୍କ ମଧ୍ୟରୁ କିଛିଙ୍କ ଅବସ୍ଥା ଗୁରୁତର ବୋଲି କୁହାଯାଉଛି। ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ସମସ୍ତ ଶ୍ରମିକ ଓଡ଼ିଶାର ବାସିନ୍ଦା ଥିଲେ। ଏହି ଦୁର୍ଘଟଣା ପରେ ଏବେ ଓଡ଼ିଶାର ଶ୍ରମ ମନ୍ତ୍ରୀ ଗଣେଶ ରାମ ସିଂହ ଖୁଣ୍ଟିଆଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି।

ସେ କହିଛନ୍ତି ଯେ, ରବିବାର ଯେଉଁ ଘଟଣା ଘଟିଗଲା ତାକୁ ନେଇ ମୁଁ ଦୁଃଖିତ। ଏହି ଦୁର୍ଘଟଣାରେ ୬ଜଣ ଓଡ଼ିଆଙ୍କ ମୃତ୍ୟୁ ହୋଇଛି। ଆମେ ଏକ ଟିମକୁ ସେଠାକୁ ପଠାଇଛୁ। ସେଠାରେ ସେମାନେ ଘଟଣା ତଦନ୍ତ କରିବେ। ଦୁର୍ଘଟଣା ପରେ ୩ଟି ଆମ୍ବୁଲାନ୍ସରେ ଶ୍ରମିକଙ୍କ ମୃତଦେହକୁ ଓଡ଼ିଶାକୁ ଅଣାଯାଉଛି। ଲେବର କାର୍ଡ ଥାଇ ମଧ୍ୟ ଆମ ରାଜ୍ୟରେ କିଛି ଲୋକ ଲୁଚି ଲୁଚି ବାହାରକୁ କାମ କରିବାକୁ ଯାଉଥିବା ସାମ୍ନାକୁ ଆସିଛି। ‌ସେମାନେ ଏଭଳି କାହିଁକି କରୁଛନ୍ତି, ତା’ର ସମୀକ୍ଷା ଆମେ କରିବୁ। ଏବେ ଆମେ ୩୧୪ବ୍ଲକରେ ନୂଆ ଲେବର ଅଫିସର ନିଯୁକ୍ତି ଦେଇଛୁ। ସେମାନେ ସ୍ଥାନ ଅନୁସାରେ ଶ୍ରମିକଙ୍କ ସ୍କିଲ ମ୍ୟାପିଂ କରୁଛନ୍ତି। ସେହି ଅନୁସାରେ ରାଜ୍ୟ ଭିତରେ କାମ ଯୋଗାଇ ଦିଆଯିବ।
ଦାଦନ ରୋକିବା ପାଇଁ ଗଠନ ହେଇଥିବା ଟାସ୍କ ଫୋର୍ସ ମଧ୍ୟ ଏ ଦିଗରେ କାମ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe