Advertisment

ବିଧାନସଭାରେ ବିରୋଧୀ ଦଳ ନେତାଙ୍କ ପ୍ରଶ୍ନ: ସିଏମଓ କହିଲେ କ’ଣ କେବଳ ଜଣେ ବ୍ୟକ୍ତିଙ୍କୁ ବୁଝାଏ?

Advertisment

ଜବାବ ରଖିଲେ ଅରୁଣ ସାହୁ

ଜବାବ ରଖିଲେ ଅରୁଣ ସାହୁ

ପ୍ରଧାନମନ୍ତ୍ରୀ ମୋଦୀ ଓ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ସହ କଥାବାର୍ତ୍ତା ଆମକୁ ବହୁ ଉତ୍ସାହିତ କରିଛି: ଜୟନାରାୟଣ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଦୁଇ ଥର ନବ ଦାସ ଓ ୫-ଟି ପ୍ରସଙ୍ଗରେ ନିଜଆଡ଼ୁ ବିବୃତି ଗୃହରେ ରଖିଲେ। କିନ୍ତୁ ଯେଉଁ କଲେଜ ଛାତ୍ରଛାତ୍ରୀମାନଙ୍କୁ ବୁହା ହୋଇ ଅଣାଗଲା ସେଇଟା କେଉଁ ପ୍ରକାର ଜନ ଶୁଣାଣି। ହେଲିକପ୍ଟର ହିସାବ ଆମେ ମାଗି ନଥିଲୁ ସେଇଟା ଦେଲେ ଆଉ କହିଲେ ୪୦ କୋଟି ବୋଲି। କିନ୍ତୁ ଟେଣ୍ଟ ଓ ଚେୟାର ପକେଇବା ପାଇଁ ହୋଇଥିବା ଖର୍ଚ୍ଚ କେତେ? ସିକ୍ୟୁରିଟି ଆରେଂଜମେଣ୍ଟର ଖର୍ଚ୍ଚ କେତେ ତାହାର ହିସାବ ଦିଅନ୍ତୁ ମୁଖ୍ୟମନ୍ତ୍ରୀ। ଆଜି ବିଧାନସଭାରେ ଏଭଳି ପ୍ରଶ୍ନ କରିଛନ୍ତି ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର।

ବିରୋଧୀ ଦଳ ନେତା ଆହୁରି କହିଛନ୍ତି, ପାଲଲହଡା ବିଧାୟକଙ୍କ ବାହାଘର ଓ ତାଳଚେର ବିଧାୟକଙ୍କ ବାପାଙ୍କ ଶୁଦ୍ଧିକ୍ରିୟାରେ ୫-ଟି ସଚିବ ଯିବା ସମୟରେ ହେଲିକପ୍ଟର ବ୍ୟବହାର କଣ ପାଇଁ ହେଲା? କଟକ ଓ ଖୋର୍ଦ୍ଧା କେତେ ଦୂର? ମନ୍ତ୍ରୀ ପ୍ରଦୀପ ଅମାତଙ୍କ ନାଁ ରେ ବୁକ ଥିବା ହେଲିକପ୍ଟରକୁ କଟକ ଯିବା ପାଇଁ ୫-ଟି ସଚିବ ବ୍ୟବହାର କଲେ କେମି? ଜଣେ ବ୍ୟକ୍ତି କଣ ସିଏମଓ ? ସିଏମଓ କହିଲେ କଣ କେବଳ ଜଣେ ବ୍ୟକ୍ତି କି ? ଅଭିଯୋଗ ଶୁଣାଣି ପାଇଁ ଏତେ ବ୍ୟବସ୍ଥା ଥିବା ସତେ ଜଣେ ଯଦି ଅଭିଯୋଗ ଶୁଣିବ ତେବେ ଆମେ ଏତେ ଧଳା ହାତୀ କାହିଁକି ପୋଷିବା? ସରକାରକୁ ଏଠି ଲିଜରେ ଦେଇ ଦିଆଯାଇଛି।

publive-image

ବିରୋଧୀଙ୍କୁ ଶୂନ୍ୟକାଳରେ ଟାର୍ଗେଟ କରି ବିଜେଡି ବିଧାୟକ ଅରୁଣ ସାହୁ କହିଛନ୍ତି, ବିରୋଧୀ ଜ୍ଞାନ ବାଣ୍ଟୁଛନ୍ତି କିନ୍ତୁ ଜ୍ଞାନ ଗ୍ରହଣ କରୁନାହାନ୍ତି। ବିଧାନସଭା ଜ୍ଞାନ ବିତରଣ ସଭା ନୁହେଁ, ଗୃହରେ ଯାହା ଚାହିଁବେ ତାହା କହିବେ। ସୁପର ସିଏମ ଶବ୍ଦକୁ ବାଦ ଦେବାକୁ ଅରୁଣ ବାଚସ୍ପତିଙ୍କୁ ଦାବି କରିଛନ୍ତି। ଏପଟେ ଯେଉଁମାନେ ଅଭିଯୋଗ ଆଣୁଛନ୍ତି, ସେମାନଙ୍କ ମେଣ୍ଟାଲ ହେଲଥ ଭଲ ନାହିଁ, ସମ୍ପୂର୍ଣ ତଥ୍ୟ ନେଇକି ଆସନ୍ତୁ। ଯେଉଁମାନେ କହୁଛନ୍ତି ମୁଖ୍ୟ ଶାସନ ସଚିବ ଏବଂ ଉନ୍ନୟନ କମିଶନର ଯାଉନାହାନ୍ତି ତେବେ କୋଭିଡରେ କିଏ ଯାଉଥିଲେ?
୫-ଟି ହେଉଛି ଏକ କନସେପ୍ଟ, ଯିଏ ପ୍ରଭାବିତ ହୁଅନ୍ତୁ କି ନ ହୁଅନ୍ତୁ କିନ୍ତୁ ଦୁଇ ବିରୋଧୀ ମିଶ୍ର ବେଶୀ ପ୍ରଭାବିତ ହୋଇଛନ୍ତି।  ୫-ଟିକୁ ଦୁଇ ମିଶ୍ର ପିଇ ଦେଇଛନ୍ତି। ୫-ଟି ଯୋଗୁଁ କଣ ହୋଇଛି ଆଗ ନିଜ ନିର୍ବାଚନ ଅଂଚଳର ବିକାଶକୁ ଦେଖନ୍ତୁ। ମୁଁ ବିତର୍କ କୁ ଆହ୍ୱାନ କରୁଛି, ଯଦି ୫-ଟି ଦ୍ୱାରା ତାଙ୍କ ଅଂଚଳରେ କିଛି ହୋଇନଥିବ ତେବେ ମୁଁ ରାଜନୀତିରୁ ସନ୍ନ୍ୟାସ ନେବି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe