ରାଜ୍ୟସଭା ବିଜ୍ଞପ୍ତି ପ୍ରକାଶ ପାଇବା ପରେ ମୁଖ୍ୟମନ୍ତ୍ରୀ ଦେଇଥିବା ପ୍ରତିଶ୍ରୁତି କଥା ମନେପକାଇଦେଲେ ଦୁଇ ଆଶାୟୀ

Advertisment
ରାଜ୍ୟସଭା ବିଜ୍ଞପ୍ତି ପ୍ରକାଶ ପାଇବା ପରେ ମୁଖ୍ୟମନ୍ତ୍ରୀ ଦେଇଥିବା ପ୍ରତିଶ୍ରୁତି କଥା ମନେପକାଇଦେଲେ ଦୁଇ ଆଶାୟୀ

ଭୁବନେଶ୍ବର: ନିର୍ବାଚନ କମିସନ୍ ଗୁରୁବାର ଦିନ ରାଜ୍ୟସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି। ରାଜ୍ୟସଭା ବିଜ୍ଞପ୍ତି ପ୍ରକାଶ ପାଇବା ପରେ ବିଜେଡିର ଦୁଇ ଆଶାୟୀ ପ୍ରାର୍ଥୀ ତଥା ବରିଷ୍ଠ ନେତା ନିଜର ପ୍ରତିକ୍ରିୟା ରଖିଛନ୍ତି। ଦୁଇ ନେତା ମୁଖ୍ୟମନ୍ତ୍ରୀ ଦେଇଥିବା ପ୍ରତିଶ୍ରୁତିର କଥା ମନେପକାଇଦେଇଛନ୍ତି। ବରିଷ୍ଠ ନେତା ପ୍ରସନ୍ନ ପାଟଶାଣୀ କହିଛନ୍ତି, ମୁଁ ଆଦୌ ନିରାଶ ହୋଇନି। ନବୀନ ଯାହା କୁହନ୍ତି ତାହା କରିକି ଦେଖାନ୍ତି। ମୋର ଭରସା ଓ ବିଶ୍ୱାସ ରହିଛି ସୁପ୍ରିମୋଙ୍କ ଉପରେ। ଏଥର ରାଜ୍ୟସଭା ପଠେଇବେ।ଦଳରେ କାମ କରି ଆସୁଛି। ଏବେ ବି କରୁଛି। ସୁପ୍ରିମୋ ଯାହା ନିଷ୍ପତ୍ତି ତାହା ମୁଁ ମାନିନେବି।
ଏଣେ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ନିଜର ପ୍ରତିକ୍ରିୟାରେ କହିଛନ୍ତି, ଆଶା ତ ନିଶ୍ଚୟ ରହିବ। ଆଶା ରହିଲେ ବି ମୁଖ୍ୟମନ୍ତ୍ରୀ ଯେବେ ଯାହା ବିଚାର କରନ୍ତି ତାହା କରନ୍ତି। ତେଣୁ ଯଦି ଏଥର ଚାହିଁବେ ତ କରିବେ। ବୟସ ଅଧିକ ହେଲେ ବି ମୁଁ ସବୁକିଛି କରି ପାରୁଛି ଓ କରି ପାରିବି। ସେ ମନୋବଳ ମୋର ଅଛି। ସେ ହିସାବରେ ମୁଁ ଯଦି ରାଜ୍ୟସଭା ଯାଏ ରାଜ୍ୟର ଯାହା ସ୍ୱାର୍ଥ ଅଛି ତାକୁ ଉପସ୍ଥାପନ କରି ପାରିବି।
ସେ ଆହୁରି କହିଛନ୍ତି, ମୁଖ୍ୟମନ୍ତ୍ରୀ କହିଥିଲେ ରାଜ୍ୟସଭା ପଠାଇବା ପାଇଁ। ତାଙ୍କର ନିଷ୍ପତ୍ତି ଉପରେ ନିର୍ଭର କରୁଛି। କାରଣ ବର୍ତ୍ତମାନ ତିନୋଟି ଆସନ ଖାଲି ହୋଇଛି। ମୋତେ ଯେଉଁ ଦାୟିତ୍ୱ ଦେଇଛନ୍ତି ମୁଁ ତାକୁ ସୁଚାରୁ ରୁପେ ପରିଚାଳନା କରିବା ପାଇଁ ଚେଷ୍ଟା କରିଛି। ଯେତେବେଳେ ଯାହା ବି ଦାୟିତ୍ୱ ଦେବେ ମୁଁ ତାହା ମାଧମରେ ଲୋକଙ୍କ ସେବା କରିବି। ମୁଖ୍ୟମନ୍ତ୍ରୀ କହିଥିଲେ ରାଜସଭା ପଠେଇବେ ବୋଲି ତେଣୁ ସେ ପଠେଇବେ କି ନାହିଁ ସେଇଟା ନିଜର ମାନବିକତା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe