Odisha Bytes
ଭୁବନେଶ୍ବର: କୃଷକ ଆନ୍ଦୋଳନକୁ ନେଇ ଆଭିମୁଖ୍ୟ ସ୍ପଷ୍ଟ କଲା ବିଜେଡି। ବିଜେଡି ରାଷ୍ଟ୍ରୀୟ ମୁଖପାତ୍ର ଡକ୍ଟର ସସ୍ମିତ ପାତ୍ର ଏ ସଂପର୍କରେ କହିଛନ୍ତି ଯେ ଆଲୋଚନା ମାଧ୍ୟମରେ ଏହି ସମସ୍ୟାର ସମାଧାନ ହେବା ଉଚିତ। ଆଗାମୀ ଡିସେମ୍ବର ୯ ତାରିଖରେ କେନ୍ଦ୍ର ସରକାର ଓ କୃଷି ସଙ୍ଗଠନ ଆଲୋଚନାକୁ ଅପେକ୍ଷା କରିଛି ବିଜେଡି। ଏଥିରେ କୌଣସି ସମାଧାନର ରାସ୍ତା ବାହାରିବ ବୋଲି ବିଜେଡି ଆଶାବାଦୀ।
ସେ ଆହୁରି ମଧ୍ୟ କହିଛନ୍ତି ଯେ ଚାଷୀର ହିତ ପାଇଁ ସବୁବେଳେ ବିଜେଡି ରହି ଆସିଛି। ଏମଏସପି ଦୁଇଗୁଣା କରିବାକୁ ବିଜେଡି ସବୁବେଳେ ଦାବି ରଖିଆସିଛି। ଏମଏସପି ପ୍ରସଙ୍ଗରେ ସ୍ୱାମୀନାଥନ କମିଟିର ରିପୋର୍ଟକୁ ମାନିବା ଦରକାର ବୋଲି ସେ କହିଛନ୍ତି। କୃଷକଙ୍କ ମନରେ ଥିବା ଆଶଙ୍କା ଓ ଦ୍ବନ୍ଦ୍ବ ହେବା ଗୁରୁତ୍ତ୍ବପୂର୍ଣ୍ଣ ବୋଲି ଡକ୍ଟର ସସ୍ମିତ ପାତ୍ର କହିଛନ୍ତି।
Follow Us