୨୦ ସୁଦ୍ଧା ବାକି ରହିଥିବା ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯିବ: ବିଜୟ ପାଲ ସିଂହ ତୋମାର

Advertisment
୨୦ ସୁଦ୍ଧା ବାକି ରହିଥିବା ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯିବ: ବିଜୟ ପାଲ ସିଂହ ତୋମାର

ଭୁବନେଶ୍ବର: ବିଜେପିର ରାଜ୍ୟ ନିର୍ବାଚନ ପ୍ରଭାରୀ ବିଜୟ ପାଲ ସିଂହ ତୋମାର ଆଜି ଭୁବନେଶ୍ବରରେ ପୁଣି ପହଞ୍ଚିଛନ୍ତି। ଭୁବନେଶ୍ବର ବିମାନବନ୍ଦରରେ ସେ ସାମ୍ବାଦିକମାନଙ୍କୁ କହିଛନ୍ତି, ବିଜେପିର ବାକି ରହିଥିବା ପ୍ରାର୍ଥୀଙ୍କ ତାଲିକା ଖୁବ୍ ଶୀଘ୍ର ଆସିବ। ୨୦ ତାରିଖ ସୁଦ୍ଧା ରାଜ୍ୟରେ ବାକି ରହିଥିବା ସମସ୍ତ ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯିବ।

ଆଶାୟୀଙ୍କ ବିକ୍ଷୋଭ ପ୍ରତିବାଦକୁ ନେଇ ତୋମାର କହିଛନ୍ତି, ଆଶାୟୀ ପ୍ରାର୍ଥୀ ଦଳୀୟ କାର୍ଯ୍ୟାଳୟରେ ଟିକେଟ ପାଇଁ ଦାବି କରିବା କିଛି ନୂଆ କଥା ନୁହେଁ। ବିଦ୍ରୋହ କରୁଥିବା ସମସ୍ତେ ଦଳର ବିଚାରଧାରା ସହ ଜଡ଼ିତ। ସମସ୍ତେ ଆମ ସାଙ୍ଗରେ ଅଛନ୍ତି। ଘୋଷଣା ହୋଇଥିବା ପ୍ରାର୍ଥୀ ବଦଳିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ତୋମାର। ଏହାସହ କେନ୍ଦ୍ରୀୟ ନେତୃତ୍ୱ ଓଡ଼ିଶାରେ ଆସି ପ୍ରଚାର କରିବା ନେଇ ମଧ୍ୟ ୨ ତିନି ଦିନ ଭିତରେ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe