ବଜେଟକୁ ନେଇ ପ୍ରତିକ୍ରିୟା: ପର୍ଯ୍ୟଟନ ବଜେଟ୍ ଆହୁରି ବଢ଼ିବାର ଥିଲା

Advertisment
ବଜେଟକୁ ନେଇ ପ୍ରତିକ୍ରିୟା: ପର୍ଯ୍ୟଟନ ବଜେଟ୍ ଆହୁରି ବଢ଼ିବାର ଥିଲା

ହୋଟେଲ୍ ଶିଳ୍ପ ପାଇଁ ଇସିଏଲ୍‌ଜିଏସ୍‌ ଋଣ ଭାବେ ଅତିରିକ୍ତ ୫୦ ହଜାର କୋଟି ଟଙ୍କାର ବ୍ୟବସ୍ଥା ସ୍ବାଗତଯୋଗ୍ୟ। କିନ୍ତୁ ମହାମାରୀ ସମୟରେ ଏହା ଏକ ରିଲିଫ୍ ନୁହେଁ। ୨୦୨୩ ମାର୍ଚ୍ଚ ଯାଏ ମୋରାଟୋରିୟମ୍ ସମୟସୀମାକୁ ସମ୍ପ୍ରସାରଣ କରାଯାଇଛି, ଯାହା କି ଯଥେଷ୍ଟ ନୁହେଁ। ଗତ ଦୁଇ ବର୍ଷ ଭିତରେ ହୋଟେଲ୍ ଶିଳ୍ପ ଏତେ ମାତ୍ରାରେ କ୍ଷତି ସହିଛି ଯେ ୨୦୨୫ ମାର୍ଚ୍ଚ ଯାଏ ଏହାକୁ ସମ୍ପ୍ରସାରଣ କରାଯାଉ। ପିଏମ୍ ଗତି ଶକ୍ତି ପାଇଁ ଉତ୍ତର ପୂର୍ବାଞ୍ଚଳ ପରିଷଦ(ଏନ୍ଇସି) ପାଇଁ ଅତିରିକ୍ତ ୧୫୦୦ କୋଟି ଟଙ୍କା ମଞ୍ଜୁର କରାଯିବା ସ୍ବାଗତଯୋଗ୍ୟ। ପର୍ଯ୍ୟଟନ ମନ୍ତ୍ରଣାଳୟର ବଜେଟ୍ ୨୦୨୬ କୋଟିରୁ ବଢ଼ାଯାଇ ୨୪୦୦ କୋଟି କରାଯାଇଛି। କିନ୍ତୁ ଭାରତ ପରି ବିଶାଳ ରାଜ୍ୟରେ ଏହା ଯଥେଷ୍ଟ ନୁହେଁ। ଦେଶରେ ୮ଟି ରୋପ୍‌ୱେ ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି। ଏଥିରୁ ଓଡ଼ିଶା ଭାଗରେ କିଛି ଆସିବାର ଆଶା ରହିଛି।
ଜେ କେ ମହାନ୍ତି, ଅଧ୍ୟକ୍ଷ- ହାରୋ

publive-image

ଅଭିବୃଦ୍ଧି ଭିତ୍ତିକ ଦୂରଦୃଷ୍ଟି ସମ୍ପନ୍ନ ବଜେଟ୍
ଏହା ଏକ ବିସ୍ତୃତ, ଅଭିବୃଦ୍ଧି ଭିତ୍ତିକ ତଥା ଦୂରଦୃଷ୍ଟି ସମ୍ପନ୍ନ ବଜେଟ୍। ଦୃଢ଼ ଓ ପୂର୍ବାନୁମାନଯୋଗ୍ୟ ନୀତି ପ୍ରଣୟନ ସହ ଇଜ୍ ଅଫ୍ ଡୁଇଂ ବିଜ୍‌ନେସ୍ ୨.୦ର ଶୁଭାରମ୍ଭ ଏକ ବିଶ୍ବାସ ଆଧାରିତ ଶାସନ ବ୍ୟବସ୍ଥାର ସଙ୍କେତ ପ୍ରଦାନ କରୁଛି। ଏମ୍ଏସ୍ଏମ୍ଇ ଶିଳ୍ପ ପ୍ରତି ସ୍ବତନ୍ତ୍ର ଧ୍ୟାନ ଦିଆଯାଇଛି। ଆତିଥ୍ୟ କ୍ଷେତ୍ର ପାଇଁ ଇସିଏଲ୍‌ଜିଏସ୍‌ ଯୋଜନାର ସମ୍ପ୍ରସାରଣ କରି ଅତିରିକ୍ତ ୫୦ ହଜାର କୋଟି ଟଙ୍କାର ଅର୍ଥ ବ୍ୟବସ୍ଥା କରାଯିବା ଦ୍ବାରା କରୋନା ମହାମାରୀ ଯୋଗୁ ପ୍ରଭାବିତ ଏହି କ୍ଷେତ୍ରରେ ଥିବା ଉଦ୍ୟୋଗୀମାନେ ଆଶ୍ବସ୍ତ ହେବେ।
ଶୁଭ୍ରକାନ୍ତ ପଣ୍ଡା, ବରିଷ୍ଠ ଉପସଭାପତି- ଫିକି ଇଣ୍ଡିଆ

publive-image

ଅଭିବୃଦ୍ଧି ଭିତ୍ତିକ ବଜେଟ୍
କେନ୍ଦ୍ର ବଜେଟ୍ ଏକ ଅଭିବୃଦ୍ଧି ଭିତ୍ତିକ ବଜେଟ୍ ଯାହା କାପେକ୍ସ ମଡେଲ୍ ଉପରେ ଆଧାରିତ। ଏହି ବଜେଟ୍‌ରେ କୃଷି, ଏମ୍ଏସ୍ଏମ୍ଇ, ଡିଜିଟାଲ୍ ଅର୍ଥନୀତି, ଭିତ୍ତିଭୂମି ବୃଦ୍ଧି ପାଇଁ କେନ୍ଦ୍ର ସରକାର ଅଧିକ ପ୍ରାଧାନ୍ୟ ଦେଇଛନ୍ତି। ତେବେ ଅପରିବର୍ତ୍ତିତ ପ୍ରତ୍ୟକ୍ଷ ଟିକସ ବ୍ୟବସ୍ଥା ହେତୁ ଟିକସଦାତାମାନଙ୍କ ଆଶା ପୂରଣ ହେଲା ନାହିଁ। ବ୍ୟାଙ୍କିଙ୍ଗ୍ କ୍ଷେତ୍ରରେ ଆରମ୍ଭ ହୋଇଥିବା ସଂସ୍କାର ବିଶେଷ ଭାବେ ୭୫ଟି ଡିଜିଟାଲ୍ ବ୍ୟାଙ୍କିଙ୍ଗ୍ ୟୁନିଟ୍ ଓ ୧.୫ ଲକ୍ଷ ଡାକଘର ମୂଳ ବ୍ୟାଙ୍କିଙ୍ଗ୍ ସେବା ସହିତ ସଂଯୁକ୍ତ ହେବା ଯୋଜନା ଦ୍ବାରା ଦେଶର ଗ୍ରାମାଞ୍ଚଳଗୁଡ଼ିକ ଅଧିକ ଲାଭବାନ ହେବେ।
ଡି ଏନ୍ ମିଶ୍ର, ଅଧ୍ୟକ୍ଷ- ଡିଏସ୍‌ବିଏମ୍

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe