ପ୍ରାଥମିକ ସ୍କୁଲ ପିଲାଙ୍କ ପାଇଁ ନିଦ ଭାଙ୍ଗିଲା: ୨୭ରୁ ୟୁ-ଟ୍ୟୁବ୍‌ ପାଠପଢ଼ା

Advertisment
କରୋନା ବେଳେ ପାଠ ଛାଡ଼ିଛନ୍ତି ପିଲା: ସ୍କୁଲକୁ ଫେରାଇ ଆଣିବାକୁ ତିନି ବିଭାଗକୁ ନିର୍ଦେଶ

Pratidin Time

ପୁଣିଥରେ ‘ଶିକ୍ଷା ଦର୍ପଣ’, ରେଡିଓ ପାଠଶାଳା
‌ବୈଠକ ପରେ ଗାଇଡ୍‌ଲାଇନ୍‌ ଜାରି କଲା ଓସେପା
ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ସଚେତନତାକୁ ଗୁରୁତ୍ବ

ଭୁବନେଶ୍ବର : ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଲାଗି ପୁଣିଥରେ ୟୁ-ଟ୍ୟୁବ୍‌ ପାଠପଢ଼ା ଆରମ୍ଭ ହେବ। ଆସନ୍ତା ୨୭ ତାରିଖଠାରୁ ଛାତ୍ରଛାତ୍ରୀ ପୂର୍ବଭଳି ୟୁ-ଟ୍ୟୁବ୍‌ରେ କ୍ଲାସ କରିପାରିବେ। ସୋମବାରଠାରୁ ଶୁକ୍ରବାର ପର୍ଯ୍ୟନ୍ତ ନିୟମିତ ଭାବେ କ୍ଲାସ ଚାଲିବ। ଜିଲ୍ଲାଗୁଡ଼ିକୁ ପୂର୍ବରୁ ଯେଉଁ ଦାୟିତ୍ବ ଦିଆଯାଇଥିଲା, ତାହାକୁ ମଧ୍ୟ ଏଥର ପାଳନ କରାଯିବ। ‘ୟୁ-ଟ୍ୟୁବ୍‌ ପାଠପଢ଼ା ବନ୍ଦ’ ସମ୍ପର୍କରେ ଦୁଇ ଦିନ ତଳେ ‘ସମ୍ବାଦ’ରେ ଖବର ପ୍ରସାରଣ ପରେ ଓସେପା ରାଜ୍ୟ ପ୍ରକଳ୍ପ ନିର୍ଦେଶକଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି। ଯେଉଁଥିରେ ଜିଲ୍ଲା ଶିକ୍ଷା ଅଧିକାରୀ(ଡିଇଓ), ଏଡିଓଙ୍କ ସମେତ ବିଭାଗୀୟ ଅଧିକାରୀ ଉପସ୍ଥିତ ରହି ଏହା ଉପରେ ବିଶଦ୍‌ ଆଲୋଚନା କରିଛନ୍ତି। ପାଠପଢ଼ା କିଭଳି ହେବ, ସେନେଇ ଗାଇଡ୍‌ଲାଇନ୍‌ ଜାରି ସହ ସେଗୁଡ଼ିକ ପାଳନ ଦିଗରେ ଡିଇଓମାନେ ପଦକ୍ଷେପ ନେବାକୁ କୁହାଯାଇଛି। ଛାତ୍ରଛାତ୍ରୀ, ଅଭିଭାବକଙ୍କୁ ୟୁ-ଟ୍ୟୁବ୍‌ ପାଠପଢ଼ା ସମ୍ପର୍କରେ ସଚେତନ କରାଇବାକୁ ନିର୍ଦ୍ଦେଶ ଦିଆଯାଇଛି।

ନିଷ୍ପତ୍ତି ଅନୁଯାୟୀ, ଜାନୁଆରି ୨୭ରୁ ୟୁ-ଟ୍ୟୁବ୍‌ ଲାଇଭ୍‌ ଷ୍ଟ୍ରିମିଂ କ୍ଲାସ ଚାଲିବ। ପ୍ରଥମ, ଦ୍ବିତୀୟ, ତୃତୀୟ ଶ୍ରେଣୀର ଓଡ଼ିଆ ଓ ଗଣିଷ ବିଷୟ ପାଇଁ ଖୋର୍ଧା ଜିଲ୍ଲାକୁ ଦାୟିତ୍ବ ଦିଆଯାଇଛି। ଦୈନିକ ଗୋଟିଏ ଶ୍ରେଣୀର ଗୋଟିଏ କ୍ଲାସ ଅନୁଷ୍ଠିତ ହେବ। ୭୦% କାଣ୍ଟଛାଣ୍ଟରେ ପ୍ରସ୍ତୁତ ହୋଇଥିବା ସିଲାବସ୍‌ ପାଠପଢ଼ା ଡିସେମ୍ବର ସୁଦ୍ଧା ଶେଷ ହୋଇଥିବାରୁ ଦ୍ବିତୀୟ ପର୍ଯ୍ୟାୟ ୟୁଟ୍ୟୁବ୍‌ କ୍ଲାସରେ କେବଳ ରିଭିଜନ୍‌ ହେବ। ପ୍ରତି ବିଷୟର ଗୁରୁତ୍ବପୂର୍ଣ୍ଣ ନୋଟ୍‌ ଉପରେ ୫ରୁ ୧୦ମିନିଟ୍‌ ଆଲୋଚନା ହେବା ସହ ପ୍ରଶ୍ନୋତ୍ତର ଅଧିବେଶନ କରାଯିବ। ପ୍ରଶ୍ନୋତ୍ତର କପିଗୁଡ଼ିକୁ ସ୍କୁଲସ୍ତରରେ ଶିକ୍ଷକ ଶିକ୍ଷୟିତ୍ରୀ ମୂଲ୍ୟାୟନ କରିବେ। ୪ର୍ଥରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ୟୁ-ଟ୍ୟୁବ୍‌ କ୍ଲାସ ପାଇଁ ପୂର୍ବରୁ ସ୍ଥିର ହୋଇଥିବା ୧୫ଜିଲ୍ଲା ନିଜ ନିଜ ଦାୟିତ୍ବ ତୁଲାଇବେ। କେଉଁଭଳି ଭାବେ ପଢ଼ାଇବେ, ଜିଲ୍ଲାଗୁଡ଼ିକ ତାହା ପ୍ରସ୍ତୁତ କରିବା ସହ କ୍ଲାସ ଅନୁଯାୟୀ ହ୍ବାଟସପ୍‌ ଗ୍ରୁପ ଗଢ଼ିବେ।

publive-image

ପ୍ରଥମ ପର୍ଯ୍ୟାୟରେ ଜାନୁଆରି ୨୭ରୁ ଫେବ୍ରୁଆରି ୧୧ ଯାଏ ତଥ୍ୟ ସେୟାର କରିବେ। ପ୍ରତି ଲାଇଭ୍‌ ଷ୍ଟ୍ରିମିଂ କ୍ଲାସର ଲିଙ୍କ୍‌ ପୂର୍ବଦିନ ସନ୍ଧ୍ୟା ୫ଟା ସୁଦ୍ଧା ଛାତ୍ରଛାତ୍ରୀଙ୍କ ନିକଟରେ ପହଞ୍ଚିବ ଏବଂ ଛାତ୍ରଛାତ୍ରୀଙ୍କୁ ଏ ସମ୍ପର୍କରେ ସଚେତନ କରାଇବା ଦିଗରେ ଶିକ୍ଷକ ଶିକ୍ଷୟିତ୍ରୀ ପ୍ରମୁଖ ଭୂମିକା ଗ୍ରହଣ କରିବେ। ପ୍ରତି ଶ୍ରେଣୀର ଓ ବିଷୟର ପାଠପଢ଼ା ସମ୍ପର୍କରେ ପିଲାଙ୍କୁ ଅବଗତ କରାଯିବ। ଅଭିଭାବକ ଓ ଗୋଷ୍ଠୀ ସଚେତନତା ମାଧ୍ୟମରେ ୟୁଟ୍ୟୁବ୍‌ କ୍ଲାସର ଦର୍ଶକଙ୍କ ସଂଖ୍ୟା ବୃଦ୍ଧି ଦିଗରେ ପଦକ୍ଷେପ ନେବାକୁ କୁହାଯାଇଛି। ଆଇଇସି ସାମଗ୍ରୀଗୁଡ଼ିକ ହ୍ବାଟସପ୍‌ ଗ୍ରୁପ୍‌ ମାଧ୍ୟମରେ ସେୟାର କରାଯିବ। ସବୁ ପିଲାଙ୍କ ନିକଟରେ କିଭଳି ତାହା ପହଞ୍ଚି ହେବ, ସେନେଇ ସ୍କୁଲସ୍ତରରେ ଯୋଜନା ପ୍ରସ୍ତୁତ ହେବ। ସ୍କୁଲ ବନ୍ଦ ରହିଥିବାରୁ ପ୍ରଥମରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ନିକଟରେ ପହଞ୍ଚିବା ପାଇଁ ଜିଲ୍ଲା, ବ୍ଲକ, ସିଆସିସି ଓ ସ୍କୁଲସ୍ତର‌ରେ ଯୋଜନା କରିବାକୁ କୁହାଯାଇଛି।

ସେହିପରି ପ୍ରଥମରୁ ୮ମ ଶ୍ରେଣୀ ପିଲାଙ୍କ ପାଇଁ ଦୂରଦର୍ଶନରେ ପ୍ରସାରିତ ‘ଶିକ୍ଷା ଦର୍ପଣ’, ରେଡିଓ ପାଠଶାଳା ସମ୍ପର୍କରେ ପିଲାମାନେ କିଭଳି ଜାଣିପାରିବେ, ସେନେଇ ସ୍କୁଲଗୁଡ଼ିକ ପଦକ୍ଷେପ ନେବେ। ଜିଲ୍ଲାସ୍ତରରେ କେଉଁ ଦିଗ କେତେ ଦର୍ଶକ ୟୁ-ଟ୍ୟୁବ୍‌, ଦୂରଦର୍ଶନ ଦେଖିଲେ, ତାହାର ସବିଶେଷ ତଥ୍ୟ ଡିଇଓମାନେ ପ୍ରତିଦିନ ଗୁଗୁଲ-ଟ୍ରାକ୍‌ରରେ ପଠାଇବେ। ୨୭ ତାରିଖଠାରୁ ହିଁ ଏହାକୁ କାର୍ଯ୍ୟକାରୀ କରାଯିବ। ଅନ୍‌ଲାଇନ୍‌ କ୍ଲାସର ଭଲ ଫଟୋ ମଧ୍ୟ ସେମା‌ନେ ସେୟାର କରିବେ। ପ୍ରଥମ ପର୍ଯ୍ୟାୟ ୟୁଟ୍ୟୁବ୍‌ ଲାଇଭ୍‌ ଷ୍ଟ୍ରିମିଂ ସମୟରେ ଜାରି ହୋଇଥିବା ଗାଇଡ୍‌ଲାଇନ୍‌ ଅନୁଯାୟୀ ଟିଏ/ଡିଏ, ଷ୍ଟୁଡିଓ ଚାର୍ଜ ଆଦି ବ୍ୟବସ୍ଥା‌ ହେବ। ଏହି ସମସ୍ତ କାର୍ଯ୍ୟର ତଦାରଖ ଲାଗି ଏଡିଇଓ(ଏକାଡେମିକ୍‌)ଙ୍କୁ ନୋଡାଲ ଅଫିସର୍‌ ଭାବେ ନିଯୁକ୍ତି ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe