ପ୍ରେମିକା ସୋମାଲିକାଙ୍କୁ ବିବାହ କରିବାକୁ ରାଜି ଅଛି: ତି‌ର୍ତ୍ତୋଲ ବିଧାୟକ ବିଜୟଶଙ୍କର

Advertisment

ସମୟ ମାଗିଲେ ସୋମାଲିକା, ବୟାନ ରେକର୍ଡ ପରେ ଆରମ୍ଭ ହେବ ତଦନ୍ତ

ସମୟ ମାଗିଲେ ସୋମାଲିକା, ବୟାନ ରେକର୍ଡ ପରେ ଆରମ୍ଭ ହେବ ତଦନ୍ତ

ପ୍ରେମିକା ସୋମାଲିକାଙ୍କୁ ବିବାହ କରିବାକୁ ରାଜି ଅଛି: ତି‌ର୍ତ୍ତୋଲ ବିଧାୟକ ବିଜୟଶଙ୍କର

ଜଗତସିଂହପୁର ଟାଉନ: ତିର୍ତ୍ତୋଲ ବିଧାୟକ ବିଜୟଶଙ୍କର ଦାସଙ୍କ ବିରୋଧରେ ମାମଲା ରୁଜୁ ହେବା ପରେ ଅଭିଯୋଗକାରୀ ତଥା ପ୍ରେମିକା ସୋମାଲିକା ଦାଶଙ୍କ ବୟାନ ରେକର୍ଡ ପାଇଁ ପ୍ରସ୍ତୁତି କରିଥିଲା ପୁଲିସ। ଜଣେ ମହିଳା ଅଧିକାରୀଙ୍କୁ ଦାୟିତ୍ବ ମଧ୍ୟ ଦିଆଯାଇଥିଲା। କିନ୍ତୁ ଭାଇଙ୍କର ବିବାହ ଉତ୍ସବ ଥିବାରୁ ସୋମାଲିକା ୫/୬ ଦିନ ସମୟ ମାଗିଛନ୍ତି। ପୁଲିସ ମାମଲା ରୁଜୁ କରିଥିଲେ ହେଁ ବୟାନ ରେକର୍ଡ, ତଥ୍ୟ ସଂଗ୍ରହ ପରେ ତଦନ୍ତ ଆରମ୍ଭ ହେବ ବୋଲି ଜଣେ ଅଧିକାରୀ କହିଛନ୍ତି। ସୋମାଲିକାଙ୍କ ଠାରୁ ଅଭିଯୋଗର ବୟାନ ରେକର୍ଡ କରାଯିବା ସହ ପୁଲିସ ତଥ୍ୟ ସଂଗ୍ରହ କରିବ। ବିଧାୟକ ବିଜୟଶଙ୍କର ପ୍ରତିଶ୍ରୁତି ଦେଇ ଆସି ନଥିବା, ଆଇନଜୀବୀଙ୍କୁ ଧମକ, ଅଶ୍ଳୀଳ ଭାଷାରେ କଥାବାର୍ତ୍ତା, ସେକ୍ସ ରୢାକେଟ୍ ସମ୍ପର୍କରେ ଥିବା ତଥ୍ୟ ସଂଗ୍ରହ କରାଯିବ।

ସୋମାଲିକାଙ୍କ ସଙ୍ଗିନ ଅଭିଯୋଗ ପରେ ଗଣମାଧ୍ୟମରେ ମୁହଁ ଖୋଲିଛନ୍ତି ବିଧାୟକ ବିଜୟଶଙ୍କର। ସେ କହିଛନ୍ତି, ‘ବିବାହ ପାଇଁ ମୁଁ ରାଜି। ଏଥିପାଇଁ ଦେଢ଼ମାସ ସମୟ ମାଗିଥିଲି। ମା’ଙ୍କ ସ୍ବାସ୍ଥ୍ୟାବସ୍ଥା ସୁଧୁରିଲେ ବିବାହ କରିବି। ବିଧାୟକ ଥିବାରୁ ବଦନାମ୍ ପାଇଁ ଚେଷ୍ଟା କରାଯାଉଛି। ମୋ ପରିବାର ପକ୍ଷରୁ କାହାକୁ ଧମକ ଦିଆଯାଇନି, କିନ୍ତୁ ଆମ ପରିବାରକୁ ଧମକ ମିଳିଛି। ମୋ ଅଞ୍ଚଳବାସୀ ଜାଣନ୍ତି ମୁଁ ନାରୀଙ୍କୁ କେତେ ସମ୍ମାନ ଦିଏ।’ ବିଧାୟକ ମୁହଁ ଖୋଲିବା ପରେ ମାମଲା କେଉଁ ମୋଡ଼ ନେଉଛି ତା’ ଉପରେ ସମସ୍ତଙ୍କ ନଜର।

ଅନ୍ୟପକ୍ଷରେ ଦୁଇଜଣ ବ୍ୟକ୍ତିଙ୍କର କଥୋପକଥନକୁ ନେଇ ଅଡିଓ ଭାଇରାଲ୍ ହେବାରେ ଲାଗିଛି। ଅଡିଓରେ ଜାତିଆଣ ଆକ୍ଷେପ କରାଯିବା ସହ ‘ମୋ ଝିଅକୁ ବାହା ହେବ। ଏମ୍‌ଏଲ୍‌ଏକୁ ମର୍ଡର କରିଦେବି। ଆକ୍ସିଡେଣ୍ଟ୍ କରି ମାରିଦେବି। ଏମ୍‌ଏଲ୍‌ଏ କ’ଣ, ନବୀନ ପଟ୍ଟନାୟକଙ୍କୁ ମାରିବାକୁ କେତେ ସମୟ ଲାଗିବ?’ ଏହି ଅଡିଓ ଭାଇରାଲ୍ ହେବା ପରେ ଜିଲ୍ଲାରେ ଜୋରଦାର୍ ଚର୍ଚ୍ଚା ଚାଲିଛି। ଅଡିଓଟି ସୋମାଲିକାଙ୍କ ବାପା ଓ ତାଙ୍କର ଜଣେ ଚିହ୍ନା ପରିଚିତ ବ୍ୟକ୍ତିଙ୍କ କଥୋପକଥନ ବୋଲି କୁହାଯାଉଛି। ମାମଲା ଦିନକୁ ଦିନ ବିବାଦୀୟ ହୋଇ ଚାଲିଥିବା ବେଳେ ଘଡ଼ିସନ୍ଧି ମୁହୂର୍ତ୍ତରେ କିଏ ଏହି ଅଡିଓ ଭାଇରାଲ୍ କଲା ତାହା ଜଣାପଡ଼ି ନାହିଁ। ଏ ସମ୍ପର୍କରେ ସୋମାଲିକାଙ୍କ ବାପାଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe