ଲୋକଙ୍କୁ ଲୋକଙ୍କ ସହ ଯୋଡ଼ିବା ଗଣମାଧ୍ୟମର ପ୍ରକୃତ ଭୂମିକା: ସୌମ୍ୟରଞ୍ଜନ

ମୋବାଇଲ୍ ଓ ଅଟୋମୋବାଇଲ୍‌ ରେଡିଓର ଭାଗ୍ୟ ବଦଳାଇଦେଲା

ଲୋକଙ୍କୁ ଲୋକଙ୍କ ସହ ଯୋଡ଼ିବା ଗଣମାଧ୍ୟମର ପ୍ରକୃତ ଭୂମିକା: ସୌମ୍ୟରଞ୍ଜନ

ଜଗତସିଂହପୁର: ଏବେ ଭାଇ-ଭାଇ ଭିତରେ କଳି ଲାଗୁଛି। ବାପ-ପୁଅ ଅଲଗା ହୋଇ ରହୁଛନ୍ତି। ସାରା ବିଶ୍ବ ବିଭାଜିତ ହେବାକୁ ଚେଷ୍ଟା କରୁଛି। କିନ୍ତୁ ଗଣମାଧ୍ୟମର ପ୍ରକୃତ ଭୂମିକା ହେଉଛି ଲୋକଙ୍କୁ ଲୋକଙ୍କ ସହ ଯୋଡ଼ିବା ବୋଲି କହିଛନ୍ତି ‘ଆମ ଓଡ଼ିଶା’ ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକ। ଜଗତସିଂହପୁରର ଆଦିକବି ସାରଳା ଦାସ ସଂସ୍କୃତି ଭବନରେ ଆୟୋଜିତ ‘ରେଡିଓ ଆଉଟରିଚ୍‌’ର ପ୍ରଥମ ସ୍ବନକ୍ଷତ୍ର ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀ ପଟ୍ଟନାୟକ କହିଲେ ଯେ, ଯେତେବେଳେ କେହି ନୂଆ କରିବାର ନିଷ୍ପତ୍ତି ନିଏ ସେତେବେଳେ ଅନେକ ଏହାକୁ ଦୁର୍ବୁଦ୍ଧି କୁହନ୍ତି। କିନ୍ତୁ ପରେ ଏହାକୁ ଠିକ୍ ବୋଲି ବିବେଚନା କରନ୍ତି। ‘ରେଡିଓ ଚକଲେଟ୍’ ଆରମ୍ଭ କରିବା ସମୟରେ ମଧ୍ୟ ସେଇ ଅବସ୍ଥା ହୋଇଥିଲା। ଆଜିକାଲି ରେଡିଓ ଆଉ କିଏ ଶୁଣୁଛି ବୋଲି ସେତେବେଳେ ଶୁଭେଚ୍ଛୁମାନେ କହିଥିଲେ।

ଏପରିକି ଜଣେ ବନ୍ଧୁଙ୍କ ସହ ଯୁକ୍ତି ଥିଲା.. ୧୦ ଜଣଙ୍କ ଘର ବୁଲିବା, କେତେ ଜଣଙ୍କର ରେଡିଓ ଅଛି ବୋଲି ବୁଝିବା ଓ ସେଇଠୁ ନିଷ୍ପତ୍ତି ନେବା। ୧୦ ଜଣଙ୍କ ଘର ବୁଲିବା ପରେ ମାତ୍ର ଜଣଙ୍କ ଘରୁ ରେଡିଓ ମିଳିଲା। କିନ୍ତୁ ଆଜି ଆଉ ସେ ସମୟ ନାହିଁ। ମୋବାଇଲ୍ ଓ ଅଟୋ ମୋବାଇଲ୍ ରେଡିଓର ଭାଗ୍ୟ ବଦଳାଇ ଦେଇଛି। ଆଜିକାଲି ଗା଼ଡ଼ିରେ, ମୋବାଇଲ୍ ଫୋନ୍‌ରେ ରେଡିଓ ରହିଛି। ସମସ୍ତଙ୍କ ପକେଟରେ ରେଡିଓ ଅଛି। ରେଡିଓ ଚକଲେଟ ହେବା ପରେ ଯେତେବେଳେ ମହିଳାମାନେ ଯୋଡ଼ିହୋଇ ସେମାନଙ୍କ ମନର ପ୍ରଶ୍ନ ପଚାରି ପାରିଲେ ସେତେବେଳେ ରେଡିଓ ନାରୀ ଜାଗରଣ ଭୂମିକା ନିର୍ବାହ କରିପାରିଲା। ଓଡ଼ିଶାର ଲୋକ ମୋତେ ଦୁଇଟି କାମ ପାଇଁ ସବୁବେଳେ ଶୁଭେଚ୍ଛା ଜଣାନ୍ତି, ଗୋଟିଏ ଖବରକାଗଜ ପାଇଁ ଓ ଅନ୍ୟଟି ରକ୍ତଦାନ ଶିବିର ପାଇଁ। ଓଡ଼ିଶାରେ ଅନେକ କିଛି କରିହେବ। ‘ରେଡିଓ ଆଉଟରିଚ୍’ କମ୍ୟୁନିଟି ରେଡିଓ ସ୍ଥାପନ କରିବା ଲାଗି ସାହସ ଦେଖାଇଥିବାରୁ ଏହାର ନିର୍ଦ୍ଦେଶକ ସୁବ୍ରତ ପତିଙ୍କୁ ଶ୍ରୀ ପଟ୍ଟନାୟକ ସାଧୁବାଦ ଜଣାଇଥିଲେ।

ମୋବାଇଲ୍ ଓ ଅଟୋମୋବାଇଲ୍‌ ରେଡିଓର ଭାଗ୍ୟ ବଦଳାଇଦେଲା
‘ରେଡିଓ ଆଉଟରିଚ୍‌’ର ପ୍ରଥମ ସ୍ବନକ୍ଷତ୍ର ଉତ୍ସବ

ଆଉଟରିଚ୍ ୯୦.୮ କମ୍ୟୁନିଟି ରେଡିଓ ଷ୍ଟେସନ୍ ନିର୍ଦ୍ଦେଶକ ସୁବ୍ରତ ପତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଜିଲ୍ଲାପରିଷଦ ସଭାପତି ମନୋଜ ଭୋଇ, ବରିଷ୍ଠ ସାମ୍ବାଦିକ ଏନ୍‌.ଏ ସାହା ଅନ୍‌ସାରି, ବରିଷ୍ଠ ସାମ୍ବାଦିକ ସତ୍ୟପ୍ରକାଶ ନାୟକ ଯୋଗ ଦେଇଥିଲେ। ଏହି ଅବସରରେ ରେଡିଓ ଆଉଟରିଚ୍‌ର ସ୍ବନକ୍ଷତ୍ର ବିଶେଷାଙ୍କ ‘ପ୍ରତିଧ୍ବନି’କୁ ଅତିଥିମାନେ ଉନ୍ମୋଚନ କରିଥିଲେ। ନିର୍ଦ୍ଦେଶକ ଶ୍ରୀ ପତି ଅତିଥି ପରିଚୟ ପ୍ରଦାନ କରିବା ସହ ଖୁବଶୀଘ୍ର ଅନ୍ୟ ଏକ ଜିଲ୍ଲାରେ ଆଉଟରିଚ୍‌ର ଆଉ ଏକ ଷ୍ଟେସନ୍ ଖୋଲିବ ବୋଲି ଘୋଷଣା କରିଥିଲେ। ଏରସମା ଏକ ବାତ୍ୟାପ୍ରବଣ ଅଞ୍ଚଳ ହୋଇଥିବାରୁ ରେଡିଓ ଆଉଟରିଚ୍ ଲୋକଙ୍କୁ ବିପର୍ଯ୍ୟୟ ସୂଚନା ଦେଇପାରିବ ବୋଲି କହିଥିଲେ। କାର୍ଯ୍ୟକ୍ରମରେ ସାହିତ୍ୟିକ, ଶିକ୍ଷାବିତ, ବୁଦ୍ଧିଜୀବୀ, ସାମ୍ବାଦିକ, ମହିଳା, ସମାଜସେବୀ, ସମ୍ବାଦ-ସାହିତ୍ୟଘରର ସଦସ୍ୟମାନ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe