ଗୃହରକ୍ଷୀଙ୍କୁ ପୁନଃନିଯୁକ୍ତି ପ୍ରସଂଗ: ପୁନର୍ବିଚାର ପାଇଁ କମାଣ୍ଡାଣ୍ଟ ଜେନେରାଲଙ୍କୁ ନିର୍ଦ୍ଦେଶ

Advertisment

ଆବେଦନକାରୀଙ୍କୁ ପକ୍ଷ ରଖିବାକୁ ଦିଆଯିବ ସୁଯୋଗ

ଆବେଦନକାରୀଙ୍କୁ ପକ୍ଷ ରଖିବାକୁ ଦିଆଯିବ ସୁଯୋଗ

ଅଧ୍ୟାପକଙ୍କୁ ୟୁଜିସି ସ୍କେଲ୍‌ ପ୍ରସଙ୍ଗ: ହାଇକୋର୍ଟରେ ସରକାରଙ୍କ ଆବେଦନ ଖାରଜ

new india express

କଟକ: ଗୃହରକ୍ଷୀ ପଦରେ ପୁନର୍ବାର ଅବସ୍ଥାପିତ ପ୍ରସଂଗ ନେଇ ଦାୟର ଦରଖାସ୍ତକୁ ଖାରଜ କରି କମାଣ୍ଡାଣ୍ଟ ଜେନେରାଲ ପ୍ରଦାନ କରିଥିବା ନିର୍ଦ୍ଦେଶକୁ ହାଇକୋର୍ଟ ରଦ୍ଦ କରିଛନ୍ତି। ଏଥି ସହିତ ଆବେଦନକାରୀଙ୍କ ଏ ସଂପର୍କିତ ଦରଖାସ୍ତ ପୁନର୍ବିଚାର ପାଇଁ ହାଇକୋର୍ଟ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି। ଓଡ଼ିଶା ଗୃହରକ୍ଷୀ ବାହିନୀ ଆଇନ, ୧୯୬୧ର ଧାରା ୮(୩) ଅନୁସାରେ ଏହି ପ୍ରସଂଗରେ ଶୁଣାଣି ସମୟରେ ଆବେଦନକାରୀଙ୍କୁ ପକ୍ଷ ରଖିବାକୁ ସୁଯୋଗ ‌ଦିଆଯିବ। ଏହା ପରେ ଏହି ପ୍ରସଂଗରେ କମାଣ୍ଡାଣ୍ଟ ଜେନେରାଲ ଚୂଡାନ୍ତ ନିଷ୍ପତ୍ତି ନେବେ। ସମସ୍ତ ପ୍ରକ୍ରିୟା ୮ ସପ୍ତାହ ଭିତରେ ଶେଷ ହେବ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ ଆର.କେ.ପଟ୍ଟନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠ ମୁକ୍ତି ତିର୍କୀଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ ଯେ ଆବେଦନକାରୀ ୧୯୯୬ରେ ସୁନ୍ଦରଗଡ଼ ଜିଲ୍ଲା‌ରେ ଗୃହରକ୍ଷୀ ଭାବେ ଯୋଗ ଦେଇ ୨୦୦୫ ପର୍ଯ୍ୟନ୍ତ ସୁଚାରୁ ଭାବେ ଦାୟିତ୍ବ ସଂପାଦନ କରିଥିଲେ। ୨୦୦୫ରେ ହଠାତ ଆବେଦନକାରୀଙ୍କୁ ଆଉ ଦାୟିତ୍ବ ନିର୍ବାହ ପାଇଁ ସୁଯୋଗ ଦିଆଯାଇ ନଥିଲା। ତାଙ୍କୁ କାର୍ଯ୍ୟରୁ ଅନ୍ତର କରାଯାଉଥିବା ନେଇ ମଧ୍ୟ କୌଣସି ଭାବେ କୁହାଯାଇ ନଥିଲା। ଏହି ପ୍ରସଂଗରେ ଆବେଦନକାରୀ ଗୃହରକ୍ଷୀ ବାହିନୀର ବରିଷ୍ଠ ଅଧିକାରୀଙ୍କୁ ବାରମ୍ବାର ଅନୁରୋଧ କରିବା ପରେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନଥିଲା। ଆବେଦନକାରୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ।

ହାଇକୋର୍ଟ ଦରଖାସ୍ତକୁ ଆଇନ ଅନୁସାରେ ବିଚାର କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ କମାଣ୍ଡାଣ୍ଟ ଜେନେରାଲ ବିଚାର କରି ଆବେଦନକାରୀଙ୍କ ଦରଖାସ୍ତକୁ ଖାରଜ କରିଥିଲେ। ଏପରି ଖାରଜ ନିର୍ଦ୍ଦେଶକୁ ଚାଲେଞ୍ଜ କରି ଆବେଦନକାରୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଧାରା ୮(୩) ଅନୁସାରେ ଆବେଦନକାରୀଙ୍କ ପକ୍ଷ ଶୁଣିବା ପରେ କମାଣ୍ଡାଣ୍ଟ ଜେନେରାଲ ଦରଖାସ୍ତ ଉପରେ ନିଷ୍ପତ୍ତି ନେବା କଥା। କିନ୍ତୁ ପକ୍ଷ ରଖିବାକୁ ସୁଯୋଗ ନ ଦେଇ ତଥା ଧାରା ୮(୩) ଉଲ୍ଲଂଘନରେ ଆବେଦନକାରୀଙ୍କ ଦରଖାସ୍ତ ଉପରେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ଏପରି ନିଷ୍ପତ୍ତି ଆଇନ ଅନୁସାରେ ଗ୍ରହଣୀୟ ନୁହେଁ ବୋଲି ଆବେଦନକାରୀ ଦର୍ଶାଇଥିଲେ। ଆବେଦନକାରୀଙ୍କ ତରଫରୁ ଆଇନଜୀବୀ ଶଙ୍କରାଚାର୍ଯ୍ୟ ଚୌଧୁରୀ ମାମଲା ପରିଚାଳନା କରୁଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe