୯ ମାସରେ ପାଇଛନ୍ତି ମୋଟ ବଜେଟ୍‌ର ୪୩% ଅର୍ଥ: ଜିଏସ୍‌ଡିପିରେ ଋଣ ୧୦.୧୨%

Advertisment

୨୪ ବର୍ଷ ପରେ ରାଜ୍ୟର ଶାସନ ଡୋରି ବିଜେଡି ହାତରୁ ବିଜେପିକୁ ଯିବା ପରେ ‌ମୁଖ୍ୟମନ୍ତ୍ରୀ ମୋହନ ମାଝୀ ୨୦୨୪-୨୫ ଆର୍ଥିକବର୍ଷ ପାଇଁ ମୋଟ ୨ ଲକ୍ଷ ୬୫ ହଜାର କୋଟି ଟଙ୍କାର ବଜେଟ୍‌ ବିଧାନସଭାରେ ଆଗତ କରିଥିଲେ।

୨୪ ବର୍ଷ ପରେ ରାଜ୍ୟର ଶାସନ ଡୋରି ବିଜେଡି ହାତରୁ ବିଜେପିକୁ ଯିବା ପରେ ‌ମୁଖ୍ୟମନ୍ତ୍ରୀ ମୋହନ ମାଝୀ ୨୦୨୪-୨୫ ଆର୍ଥିକବର୍ଷ ପାଇଁ ମୋଟ ୨ ଲକ୍ଷ ୬୫ ହଜାର କୋଟି ଟଙ୍କାର ବଜେଟ୍‌ ବିଧାନସଭାରେ ଆଗତ କରିଥିଲେ।

ବଜେଟ୍‌ରେ କୃଷି: ନା ନ୍ୟାୟ ନା ପୁରସ୍କାର ନା କୃତଜ୍ଞତା

ଭୁବନେଶ୍ବର: ୨୪ ବର୍ଷ ପରେ ରାଜ୍ୟର ଶାସନ ଡୋରି ବିଜେଡି ହାତରୁ ବିଜେପିକୁ ଯିବା ପରେ ‌ମୁଖ୍ୟମନ୍ତ୍ରୀ ମୋହନ ମାଝୀ ୨୦୨୪-୨୫ ଆର୍ଥିକବର୍ଷ ପାଇଁ ମୋଟ ୨ ଲକ୍ଷ ୬୫ ହଜାର କୋଟି ଟଙ୍କାର ବଜେଟ୍‌ ବିଧାନସଭାରେ ଆଗତ କରିଥିଲେ। ଇତିମଧ୍ୟରେ ଆର୍ଥିକବର୍ଷର ୯ ମାସ ବିତି ସାରିଛି। ୯ ମାସ ମଧ୍ୟରେ ରାଜ୍ୟ ସରକାର ମୋଟ ବଜେଟ୍‌ ରାଶିର ୪୩ ପ୍ରତିଶତ ବା ୧ ଲକ୍ଷ ୧୨ ହଜାର ୬୯୭ କୋଟି ଟଙ୍କା ପାଇଛନ୍ତି। ରାଜସ୍ବ ଓ ପୁଞ୍ଜି ପ୍ରାପ୍ତି ବାବଦରେ ସରକାରଙ୍କୁ ଏହା ମିଳିଛି। ଆଜି ବିଧାନସଭାରେ ଚଳିତ ଆର୍ଥିକବର୍ଷ ପାଇଁ ଆଗତ ହୋଇଥିବା ଅତିରିକ୍ତ ବଜେଟ୍‌ରୁ ଏହି ତଥ୍ୟ ସାମ୍ନାକୁ ଆସିଛି। 

ଏଥିରୁ ଜଣାଯାଇଛି ଯେ ରାଜ୍ୟ ସରକାର ନିଜସ୍ବ ଟିକସରୁ ଚଳିତବର୍ଷ ୬୦ ହଜାର କୋଟି ଟଙ୍କା ଆଦାୟ ଲକ୍ଷ୍ୟ ରଖିଛନ୍ତି। କିନ୍ତୁ ଏଥିରୁ ଅକ୍ଟୋବର ଶେଷ ସୁଦ୍ଧା ୩୧ ହଜାର ୫୧ କୋଟି ଟଙ୍କା (୫୨%) ଆଦାୟ ହୋଇଛି। ସେହିଭଳି ନିଜସ୍ବ ଅଣରାଜସ୍ବ ଟିକସରୁ ୫୮ ହଜାର କୋଟି ଟଙ୍କା ଆଦାୟ ଲକ୍ଷ୍ୟ ରଖାଯାଇଥିବାବେଳେ ବର୍ତ୍ତମାନ ସୁଦ୍ଧା ୫୪ ପ୍ରତିଶତ (୩୧ ହଜାର ୫୫୫ କୋଟି) ଆଦାୟ ହୋଇଛି। ବଜେଟ୍‌ରେ ୧ ଲକ୍ଷ ୧୮ ହଜାର କୋଟି ଟଙ୍କା ରାଜ୍ୟର ନିଜସ୍ବ ରାଜସ୍ବ ହେବ ବୋଲି ଆକଳନ କରାଯାଇଥିଲା। କିନ୍ତୁ ବର୍ତ୍ତମାନ ସୁଦ୍ଧା ଏହା ୬୨ ହଜାର ୬୦୬ କୋଟି (୫୩%) ରହିଛି। 

କାର୍ଯ୍ୟକ୍ଷମ ଖର୍ଚ୍ଚ ୫୧,୯୦୦ କୋଟି ଟଙ୍କା
ଜିଏସ୍‌ଡିପିରେ ଋଣ ୧୦.୧୨%

ଏହାବ୍ୟତୀତ କେନ୍ଦ୍ରୀୟ ଟିକସକୁ ରାଜ୍ୟର ଅଂଶ ବାବଦରେ ୫୫ ହଜାର ୨୩୨ କୋଟି, କେନ୍ଦ୍ରୀୟ ଅନୁଦାନ ବାବଦରେ ୩୭ ହଜାର ୭୬୮ କୋଟି ମିଳିବା ନେଇ ଆକଳନ କରଯାଇଥିଲା। କିନ୍ତୁ ଅକ୍ଟୋବର ସୁଦ୍ଧା ଏହି ରାଶି ଯଥାକ୍ରମେ ୩୨ ହଜାର ୭୩୬ କୋଟି (୫୯%) ଏବଂ ୭୭୫୩ କୋଟି (୨୧%)ରହିଛି। ଅର୍ଥାତ୍‌ ରାଜ୍ୟ ସରକାରଙ୍କ ମୋଟ ରାଜସ୍ବ ପ୍ରାପ୍ତି ସମୁଦାୟ ଆର୍ଥିକ ବର୍ଷର ୪୯ ପ୍ରତିଶତରେ ରହିଛି। ରାଜ୍ୟ ସରକାର ବଜେଟ୍‌ରେ ୨ ଲକ୍ଷ ୧୧ ହଜାର କୋଟି ଟଙ୍କାର ଅଟକଳ କରିଥିଲେ ମଧ୍ୟ ଏହା ଏବେ ୧ ଲକ୍ଷ ୩ ହଜାର ୯୬ କୋଟି ଟଙ୍କାରେ ରହିଛି। ଏହାବ୍ୟତୀତ ମୋଟ ପୁଞ୍ଜି ପ୍ରାପ୍ତି (ରାଜ୍ୟ ସରକାର ଋଣ ଓ ଅଗ୍ରିମ ଆଦାୟ, ସରକାରୀ ଋଣ, ନିଟ୍‌ ସରକାରୀ ହିସାବ) ବାବଦରେ ୫୪ ହଜାର କୋଟି ଟଙ୍କା ଆଦାୟ କରିବା ପାଇଁ ଧାର୍ଯ୍ୟ କରିଥିଲେ। କିନ୍ତୁ ଏ ବାବଦରେ ୯୬୦୧ କୋଟି ଟଙ୍କା (୧୯%) ଆଦାୟ ହୋଇଛି ବୋଲି ଅତିରିକ୍ତ ବଜେଟ୍‌ରେ ଦର୍ଶାଯାଇଛି। 

ଅନ୍ୟପକ୍ଷରେ ୨ ଲକ୍ଷ ୬୫ ହଜାର କୋଟି ଟଙ୍କାର ନିଟ୍ ବ୍ୟୟ ଅଟକଳ ମଧ୍ୟରୁ ରାଜ୍ୟ ସରକାର ଅକ୍ଟୋବର ସୁଦ୍ଧା ୧ ଲକ୍ଷ ୨ ହଜାର ୫୯୩ କୋଟି ଟଙ୍କା ବ୍ୟୟ କରିବାକୁ ସମର୍ଥ ହୋଇଛନ୍ତି। ଏଥିରୁ ପ୍ରଶାସନିକ ଖର୍ଚ୍ଚ ବାବଦରେ ନିଟ୍ ବ୍ୟୟ ଅଟକଳ ୧ ଲକ୍ଷ ୧୦ ହଜାର କୋଟି ଏବଂ କାର୍ଯ୍ୟକ୍ରମ ଖର୍ଚ୍ଚ ୧ ଲକ୍ଷ ୫୫ ହଜାର କୋଟି ଟଙ୍କା ଧାର୍ଯ୍ୟ କରାଯାଇଥିଲା। କିନ୍ତୁ ଅକ୍ଟୋବର ସୁଦ୍ଧା ଏଥିରୁ ଯଥାକ୍ରମେ ୫୦ ହଜାର ୬୯୩ କୋଟି ଏବଂ ୫୧ ହଜାର ୯୦୩ କୋଟି ଟଙ୍କା ଖର୍ଚ୍ଚ ହୋଇଛି।  ଏହାବ୍ୟତୀତ ଅକ୍ଟୋବର ପର୍ଯ୍ୟନ୍ତ ରାଜ୍ୟ ସରକାରଙ୍କ ଋଣ ମୋଟ ଘରୋଇ ଉତ୍ପାଦ (ଜିଏସ୍‌ଡିପି)ର ୧୦.୧୨ ପ୍ରତିଶତ ରହିଛି। ସେହିଭଳି ସୁଧ ଦେୟ ଓ ରାଜସ୍ବ ଆୟର ଅନୁପାତ ୧.୮୫ ପ୍ରତିଶତ ରହିଥିବା‌ ଅତିରିକ୍ତ ବଜେଟ୍‌ରେ ଉଲ୍ଲେଖ କରାଯାଇଛି। ଏଥିସହିତ ରାଜସ୍ବ ବଳକା ୩.୦୧ ପ୍ରତିଶତ ରହିଥିବା ଦର୍ଶାଯାଇଛି। ଅକ୍ଟୋବର ପର୍ଯ୍ୟନ୍ତ ଏଫ୍‌ଆର୍‌ବିଏମ୍‌ (ବିତ୍ତୀୟ ଦାୟିତ୍ବ ଏବଂ ବଜେଟ୍‌ ପରିଚାଳନା) ଆଇନର ଅନୁପାଳନ କରାଯାଇଛି ବୋଲି କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe