ସମ୍ବଲପୁର : ବିଳମ୍ବରେ ହେଲେ ବି ଦେବୋତ୍ତର ବିଭାଗ ଚଳିତ ବର୍ଷର ଶୀତଳଷଷ୍ଠୀ ବାବଦକୁ ଅନୁଦାନ ପ୍ରଦାନ କରିଛନ୍ତି। ୨୦୨୩ ଶୀତଳଷଷ୍ଠୀ ଯାତ୍ରା ଆୟୋଜନ ପାଇଁ ମିଳିତ ସମନ୍ବୟ ସମିତି ଅନ୍ତର୍ଗତ ନନ୍ଦପଡ଼ା, ଝାଡ଼ୁଆପଡ଼ା ଓ ମୁଦିପଡ଼ା ଯାତ୍ରା କମିଟିକୁ ୪ ଲକ୍ଷ ଲେଖାଏଁ ମୋଟ ୧୨ ଲକ୍ଷ ଟଙ୍କାର ଅନୁଦାନ ପ୍ରଦାନ କରାଯାଇଛି। ହେଲେ ଗତ ବର୍ଷ ଅର୍ଥାତ୍ ୨୦୨୨ର ଶୀତଳଷଷ୍ଠୀ ଯାତ୍ରା ଅନୁଦାନ ଦିଆଯାଇ ନାହିଁ। ଚଳିତ ବର୍ଷର ଅନୁଦାନ ପ୍ରଦାନ ପାଇଁ ମିଳିତ ସମନ୍ବୟ ସମିତି ବିଭାଗକୁ ଧନ୍ୟବାଦ ଦେଇଥିଲେ ବି ଗତ ବର୍ଷର ଅନୁଦାନ ମଧ୍ୟ ଦେବାକୁ ଦାବି କରିଛି।
ସୂଚନାଯୋଗ୍ୟ, ରାଜ୍ୟ ସଂସ୍କୃତି ବିଭାଗ ଗତ ବର୍ଷର ଅନୁଦାନ ଦେଇଥିବାବେଳେ ଚଳିତ ବର୍ଷ ପାଇଁ ଅର୍ଥ ମଞ୍ଜୁର କରିଛି। ସେହିପରି ରାଜ୍ୟ ସରକାର ଚଳିତ ବର୍ଷ ଏହି ତିନି ସମିତିକୁ ୩୫ ଲକ୍ଷ ଟଙ୍କାର ସ୍ବତନ୍ତ୍ର ଅନୁଦାନ ଦେଇଛନ୍ତି।
Follow Us