ଗୁଡ଼ଭେଲାରେ ବ୍ୟାପୁଛି ଫାଇଲେରିଆ, ୩ ରୋଗୀ ଚିହ୍ନଟ

ଗୁଡ଼ଭେଲାରେ ବ୍ୟାପୁଛି ଫାଇଲେରିଆ, ୩ ରୋଗୀ ଚିହ୍ନଟ

Navbharat Times

ତୁଷୁରା: ବଲାଙ୍ଗୀର ଜିଲ୍ଲା ଗୁଡ଼ଭେଲା ବ୍ଲକ୍‌ର ବିଭିନ୍ନ ଗାଁରେ ଏବେ ଫାଇଲେରିଆ ରୋଗ ବ୍ୟାପୁଥିବା ଲକ୍ଷ୍ୟ କରାଯାଇଛି। ବ୍ଲକ୍‌ ଅନ୍ତର୍ଗତ ନୂଆପଡ଼ା ଗାଁରେ ଜଣେ ଓ ତୁଷୁରା ଏନ୍‌ଏସିରେ ୨ଜଣ ଫାଇଲେରିଆରେ ଆକ୍ରାନ୍ତ ଥିବା ଚିହ୍ନଟ କରାଯାଇଛି। ଏହା ଏକ ସଂକ୍ରାମକ ରୋଗ ହୋଇଥିବାରୁ ଲୋକଙ୍କ ମଧ୍ୟରେ ଭୟ ଦେଖାଦେଇଛି।

ଗ୍ରାମଗୁଡ଼ିକରେ ଦୂଷିତ ପରିବେଶ ଯୋଗୁଁ ମଶା ପ୍ରାଦୁର୍ଭାବ ବୃଦ୍ଧି ପାଉଛି। ମାଶା ନିୟନ୍ତ୍ରଣ ପାଇଁ କୌଣସି ପଦକ୍ଷେପ ନିଆ ଯାଉନଥିବାରୁ ମଶାମାନଙ୍କ ବଂଶ ବଢ଼ୁଛି। ତୁଷୁରା ଏନ୍‌ଏସିରେ ମଶା ନିୟନ୍ତ୍ରଣ ପାଇଁ ଥିବା ୨ଟି ମେସିନ ଖରାପ ହୋଇ ୬ ମାସ ହେଲା ଖତଖାଉଛି। ଏନେଇ ଗୁଡ଼ଭେଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ଡା. ସୂର୍ଯ୍ୟକାନ୍ତ ମହାପାତ୍ରଙ୍କୁ ପଚାରିବାରୁ ଆସନ୍ତା ୧୦ରୁ ୧୯ ତାରିଖ ପର୍ଯ୍ୟନ୍ତ ଏହାର ନିରାକରଣ ପାଇଁ ସମସ୍ତଙ୍କୁ ଔଷଧ ବଣ୍ଟନ କରାଯିବ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe