ଭୁବନେଶ୍ବର ଏମ୍ସରେ ‘ଡେଣ୍ଟାଲ୍‌ ସେଣ୍ଟର୍‌’ ଖୋଲିବା ପାଇଁ ସୁପାରିସ

କୋଭିଡ ରୋଗୀଙ୍କ ଠାରେ ମା‌ସେ ପରେ ବି ଶାରୀରିକ, ମାନସିକ ଅସୁସ୍ଥତା ରହୁଛି

ନୂଆଦିଲ୍ଲୀ : ପୂର୍ବ ଭାରତର ଲୋକମାନେ ପାନ ଖାଇଥାନ୍ତି। ଏହା ଫଳରେ ମୁଖ କର୍କଟ ଏବଂ ଦାନ୍ତ ରୋଗୀଙ୍କ ସଂଖ୍ୟା ବୃଦ୍ଧିପାଉଛି। ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ବର ଏମ୍ସରେ ତୁରନ୍ତ ‘ଡେଣ୍ଟାଲ୍‌ ସେଣ୍ଟର୍‌’ ଖୋଲାଯିବାର ଆବଶ୍ୟକତା ରହିଛି। କେନ୍ଦ୍ର ସରକାରଙ୍କୁ ଏହି ସୁପାରିସ କରିଛି ସଂସଦୀୟ ଆକଳନ କମିଟି (ଏଷ୍ଟିମେଟ୍‌ କମିଟି)। ଗିରୀଶ ଭାଲଚନ୍ଦ୍ର ବାପଟଙ୍କ ଅଧ୍ୟକ୍ଷତା‌ରେ ଗଠିତ ୩୦ ଜଣିଆ ସଂସଦୀୟ କମିଟି ଦ୍ବାରା ଆଜି ଲୋକସଭାରେ ଉପସ୍ଥାପନ କରାଯାଇଥିବା ରିପୋର୍ଟରେ ଏହି ସୁପାରିସ କରାଯାଇଛି।

ଏହା ସହିତ ଭୁବନେଶ୍ବର ଏମ୍ସରେ କାର୍ଡିଓ ସେଣ୍ଟର୍‌, ନ୍ୟୁରୋ ସେଣ୍ଟର୍‌ ଏବଂ କ୍ୟାନସର୍‌ ସେଣ୍ଟର୍‌ ଖୋଲିବା ପାଇଁ ଯେଉଁ ପ୍ରସ୍ତାବ ପଠାଯାଇଥିଲା ତା’ ଉପରେ କୌଣସି ପଦକ୍ଷେପ ନିଆଯାଇନଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଏହି ସବୁ ସେ‌ଣ୍ଟର୍‌ଗୁଡିକରେ କେବଳ ୨୦ଟି ଶଯ୍ୟା ରହିଛି। ଭୁବନେଶ୍ବର ଏମ୍ସରେ ଅନ୍ୟାନ୍ୟ ସେଣ୍ଟର୍‌ ଖୋଲିବାରେ ମନ୍ଥରତା, ଆବଶ୍ୟକ ସ୍ପେସାଲିଷ୍ଟ ଓ ସୁପର‌ ସ୍ପେସାଲିଷ୍ଟ ଅଭାବ ଏବଂ ପର୍ଯ୍ୟାପ୍ତ ଶଯ୍ୟା ଅଭାବକୁ ନେଇ କମିଟି ଉଦ୍‌ବେଗ ପ୍ରକାଶ କରିଛି। ଭୁବନେଶ୍ବର ସମେତ ଦେଶରେ ସ୍ଥାପିତ ହୋଇଥିବା ଅନ୍ୟ ଛଅଟି ଏମ୍ସରେ ବହୁ ସୁପର ସ୍ପୋସାଲିଟି ୱାର୍ଡ କାର୍ଯ୍ୟକ୍ଷମ ହୋଇନାହିଁ। ଏହି ସବୁ ଏମ୍‌ସରେ କାର୍ଯ୍ୟକାରୀ ନିର୍ଦ୍ଦେଶକ ନିଯୁକ୍ତି ନକରି ଦିଲ୍ଲୀ ଏମ୍ସ ଭଳି ନିର୍ଦ୍ଦେଶକ ନିଯୁକ୍ତି କରିବା ପାଇଁ ସୁପାରିସ କରାଯାଇଛି। ନିର୍ଦ୍ଦେଶକଙ୍କ ଅବସର ବୟସ ୬୫ ବର୍ଷ ରଖିବା ପାଇଁ କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe