ଯୁକ୍ତ୨ କଲେଜରେ ଗ୍ରୀଷ୍ମ ଛୁଟି ପାଇଁ ସୁପାରିସ

Advertisment
ସରିଲା ଯୁକ୍ତ୨ ଖାତା ଦେଖା, ଦୁଇଟି ପଦ୍ଧତିରେ ମିଳିବ ମାର୍କ

Justdial

ଭୁବ‌ନେଶ୍ବର : ବିଶ୍ବବିଦ୍ୟାଳୟ ଓ ଡିଗ୍ରି କଲେଜ ପରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ(ଯୁକ୍ତ୨ କଲେଜ)ରେ ଗ୍ରୀଷ୍ମ ଛୁଟି ଲାଗୁ କରିବା ପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟ ପକ୍ଷରୁ ଗଣଶିକ୍ଷା ବିଭାଗକୁ ସୁପାରିସ କରାଯାଇଛି। ଗଣଶିକ୍ଷା ବିଭାଗ ଅଧୀନ ସମସ୍ତ ଯୁକ୍ତ୨ କଲେଜ ମେ' ୧୨ରୁ ଜୁନ୍‌ ୫ ପର୍ଯ୍ୟନ୍ତ ଗ୍ରୀଷ୍ମ ଛୁଟି କରିବାକୁ ନିର୍ଦେଶାଳୟର ଅତିରିକ୍ତ ନିର୍ଦେଶକ ଚିଠି ଲେଖିଛନ୍ତି। ତେବେ ବିଭାଗ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ଅନୁମତି ମିଳିନି। ଯେଉଁଥିପାଇଁ ଅଧ୍ୟାପକ, ଅଧ୍ୟାପିକାଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ବର୍ତମାନ ସମୟରେ ଅଧ୍ୟାପକ, ଅଧ୍ୟାପିକାଙ୍କର କୌଣସି କାର୍ଯ୍ୟ ନ ଥିବାରୁ ଏଦିଗରେ ତୁରନ୍ତ ପଦକ୍ଷେପ ନେବାକୁ ଦାବି ହୋଇଛି।

ନିଖିଳ ଓଡ଼ିଶା ୬୬୨ ବର୍ଗ ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘ ସଭାପତି ଗୋଲକ ନାୟକଙ୍କ କହିବାନୁଯାୟୀ ରାଜ୍ୟ ସରକାରଙ୍କ ଛୁଟି ନୀତି ଅନୁଯାୟୀ ପ୍ରତିବର୍ଷ ମେ' ପ୍ରଥମ ସପ୍ତାହରୁ ଜୁନ୍‌ ୧୬ ପର୍ଯ୍ୟନ୍ତ ଛୁଟି ଘୋଷଣା କରିଥାନ୍ତି ଏବଂ ବାର୍ଷିକ ଛୁଟି ତାଲିକାରେ ଏହା ପ୍ରକାଶ ପାଇଥାଏ। ତେବେ ଏବର୍ଷ ପ୍ରବଳ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ କରୋନା ପ୍ରକୋପ ବଢ଼ୁଛି। ତା'ପରେ ବି ଏପର୍ଯ୍ୟନ୍ତ ସରକାର ଛୁଟି ଘୋଷଣା କରୁନାହାନ୍ତି। ଏନେଇ ଗତ ସପ୍ତାହରେ ବିଭାଗୀୟ ଅଧିକାରୀମାନଙ୍କୁ ଦାବିପତ୍ର ଦିଆଯାଇଥିଲା। ପରିଣାମ ସ୍ବରୂପ ନିର୍ଦେଶାଳୟ ପକ୍ଷରୁ ବିଭାଗକୁ ସୁପାରିସ କରାଯାଇଛି। ବିଭାଗୀୟ ସଚିବ ସତ୍ୟବ୍ରତ ସାହୁ ଏଦିଗରେ ପଦକ୍ଷେପ ନେବେ ବୋଲି ଆଶା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe