ଦଶପଲ୍ଲା: ଦଶପଲ୍ଲାଠାରୁ ବ୍ରହ୍ମପୁର ସଂଯୋଗ ରାଜ୍ୟ ରାଜପଥଟି ଦୀର୍ଘ ଦିନ ଧରି ମରଣଯନ୍ତା ପାଲଟିଥିବା ବେଳେ ଯାତାୟାତ ନେଇ ବହୁ ସମସ୍ୟା ସୃଷ୍ଟି ହେଉଥିଲା। ଏ ନେଇ ଗତ ୧୭ ତାରିଖ ଦିନ ‘ସମ୍ବାଦ’ରେ ଖବର ପ୍ରକାଶ ପାଇବା ପରେ ବିଭାଗୀୟ ଅଧିକାରୀ ଏହାକୁ ଗୁରୁତ୍ବ ଦେଇ ଯୁଦ୍ଧକାଳୀନ ଭିତ୍ତିରେ ଆଜିଠାରୁ ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ କରିଛନ୍ତି। ସୂଚନା ଅନୁଯାୟୀ, ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥର ତ୍ରିନାଥ ବଜାରଠାରୁ ଭଂଜନଗର ଦେଇ ଏହି ରାସ୍ତାଟି ବ୍ରହ୍ମପୁର ସହିତ ଆଦିବାସୀ ବହୁଳ ୫ଟି ପଞ୍ଚାୟତକୁ ସଂଯୋଗ କରୁଛି। ଏହି ରାସ୍ତା ଦେଇ ଦୈନିକ ଶତାଧିକ ଯାନବାହାନ ଯାତାୟାତ କରିଥାଏ। ରାସ୍ତା ପାର୍ଶ୍ବରେ ଅନେକ ସରକାରୀ କାର୍ଯ୍ୟାଳୟ ସହ ଦମକଳ କେନ୍ଦ୍ର ଓ ମହିଳା କଲେଜ ଅବସ୍ଥିତ ରହିଛି। ଏହାର ମରାମତି ପାଇଁ ୩୫ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିବା ବେଳେ ଲକ୍ଡାଉନ୍ ପାଇଁ ରାସ୍ତା ନିର୍ମାଣ କାର୍ଯ୍ୟ ବନ୍ଦ ରହିଥିଲା। ଖବର ପ୍ରକାଶ ପରେ ଏହାକୁ ଗୁରୁତ୍ବ ଦିଆଯାଇ ଆଜିଠାରୁ ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us