ଜ୍ୟାକ୍‌ରେ ରଥ ଘୁଞ୍ଚାଇବା ରେକର୍ଡ: ନେତ୍ରୋତ୍ସବରୁ ବାହୁଡ଼ା, ୮୦ ଫୁଟ ଘୁଞ୍ଚିଲା

Advertisment

ଭକ୍ତ ରଥ ଟାଣି ଚକଡ଼ାରେ ପହଞ୍ଚାଇଥିଲେ। ତେବେ  ରଥ ପହଞ୍ଚିବା ପରେ ତାକୁ ଯଥା ସ୍ଥାନରେ ଦଣ୍ଡାୟମାନ କରିବାରେ ଚଳିତ ବର୍ଷ ଏକ ରେକର୍ଡ ସୃଷ୍ଟି କରିଛନ୍ତି ରେଳ ବିଭାଗ କର୍ମଚାରୀ। ଚଳିତ ବର୍ଷ ଖଳାରୁ ରଥ ସିଂହଦ୍ୱାର ଚକଡ଼ାକୁ ଯାତ୍ରା....

ଭକ୍ତ ରଥ ଟାଣି ଚକଡ଼ାରେ ପହଞ୍ଚାଇଥିଲେ। ତେବେ  ରଥ ପହଞ୍ଚିବା ପରେ ତାକୁ ଯଥା ସ୍ଥାନରେ ଦଣ୍ଡାୟମାନ କରିବାରେ ଚଳିତ ବର୍ଷ ଏକ ରେକର୍ଡ ସୃଷ୍ଟି କରିଛନ୍ତି ରେଳ ବିଭାଗ କର୍ମଚାରୀ। ଚଳିତ ବର୍ଷ ଖଳାରୁ ରଥ ସିଂହଦ୍ୱାର ଚକଡ଼ାକୁ ଯାତ୍ରା....

ggdjdgjjgcbnbn

ସତ୍ୟନାରାୟଣ ରାଉତରାୟ

ପୁରୀ: ଭକ୍ତ ରଥ ଟାଣି ଚକଡ଼ାରେ ପହଞ୍ଚାଇଥିଲେ। ତେବେ  ରଥ ପହଞ୍ଚିବା ପରେ ତାକୁ ଯଥା ସ୍ଥାନରେ ଦଣ୍ଡାୟମାନ କରିବାରେ ଚଳିତ ବର୍ଷ ଏକ ରେକର୍ଡ ସୃଷ୍ଟି କରିଛନ୍ତି ରେଳ ବିଭାଗ କର୍ମଚାରୀ। ଚଳିତ ବର୍ଷ ଖଳାରୁ ରଥ ସିଂହଦ୍ୱାର ଚକଡ଼ାକୁ ଯାତ୍ରା, ସେଠାରୁ  ଶ୍ରୀଗୁଣ୍ଡିଚା ମନ୍ଦିର ଯାତ୍ରା କରି ଫେରିବା ମଧ୍ୟରେ ଜ୍ୟାକ୍‌ ଲଗାଇ ୮୦ ଫୁଟ ଘୁଞ୍ଚାଇବାକୁ ପଡ଼ିଛି। ଏହି ପ୍ରକ୍ରିୟାରେ ୨ଟି ଜ୍ୟାକ୍‌ ଭାଙ୍ଗିଛି। ବିଗତ ବର୍ଷ ମାନଙ୍କରେ ରଥକୁ ଜାକ୍ସ ମାଧ୍ୟମରେ କମ ଦୂର ଘୁଞ୍ଚାଇବାକୁ ପଡ଼ିଛି, କିନ୍ତୁ ୮ଟି ପର୍ଯ୍ୟନ୍ତ ଜାକ୍ସ ଭାଙ୍ଗିଛି। ଏଥର ମଧ୍ୟ ଭାଙ୍ଗିଛି। ଏହାକୁ ନିଷ୍ଠାର ସହ ସମ୍ପାଦନ କରିଛନ୍ତି ରେଳ ବିଭାଗର ଦୁଇଜଣ ସିନିୟର୍‌ ସେକ୍ସନ୍‌ ଇଂଜିନିୟରଙ୍କ ତତ୍ତ୍ବାବଧାନରେ ୪୦ ଜଣ ଟେକ୍ନିସିଆନ୍‌। ସ୍କ୍ରୁ ଜ୍ୟାକ୍‌ ଜରିଆରେ ରଥକୁ ଘୁଞ୍ଚାଯାଇଥିଲା। 

ରଥଯାତ୍ରା ପୂର୍ବଦିନ ଅର୍ଥାତ୍‌ ନେତ୍ରୋତ୍ସବ ଦିନ ସିଂହଦ୍ବାରଠାରେ ରଥ ଲାଗିବା ପରେ ନନ୍ଦିଘୋଷ ରଥକୁ ସିଂହଦ୍ବାର ଚକଡ଼ାରେ ୧୦ ଫୁଟ ଘୁଞ୍ଚାଇବାକୁ ପଡ଼ିଥିଲା। ମଧ୍ୟାହ୍ନ ଗୋଟାଏରୁ ରାତି ୨ଟା ପର୍ଯ୍ୟନ୍ତ ଶ୍ରମ ଦେଇ ରେଳ କର୍ମଚାରୀମାନେ ରଥ ଘୁଞ୍ଚାଇଥିଲେ। ସେ ଦିନ ଶ୍ରୀବଳଭଦ୍ରଙ୍କ ତାଳଧ୍ବଜ ରଥକୁ ୨ ଫୁଟ ମୋଡ଼ ଦିଆଯାଇଥିଲା। ଏହାବ୍ୟତୀତ ଗୁଣ୍ଡିଚା ମନ୍ଦିର ନିକଟରେ ରଥ ପହଞ୍ଚିବା ପରେ ୨୦ ଫୁଟ ଘୁଞ୍ଚାଯାଇଥିଲା। ଦକ୍ଷିଣମୋଡ଼ ପରେ ଶ୍ରୀବଳଭଦ୍ରଙ୍କ ତାଳଧ୍ବଜ ରଥକୁ ଦକ୍ଷିଣ ପାର୍ଶ୍ବକୁ ୧୦ ଫୁଟ ଘୁଞ୍ଚାଯାଇଥିଲା। ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥକୁ ମଧ୍ୟ ୫ ଫୁଟ ଘୁଞ୍ଚାଯାଇଥିଲା। ରଥ ବାହୁଡା଼ରେ ସିଂହଦ୍ୱାର ଚକଡ଼ାରେ ପହଞ୍ଚିବା ପରେ ପାଖାପାଖି ୩୦ ଫୁଟରୁ ଅଧିକ ଘୁଞ୍ଚାଇବାକୁ ପଡ଼ିଛି। 

ଚଳିତ ରଥଯାତ୍ରାରେ ତିନି ରଥକୁ ନେତ୍ରୋତ୍ସବଠାରୁ ବାହୁଡ଼ା ମଧ୍ୟରେ ପ୍ରାୟ ୮୦ ଫୁଟ ଘୁଞ୍ଚାଯାଇଛି। ବରିଷ୍ଠ ଟେକ୍ନିସିଆନ୍‌ ରବୀନ୍ଦ୍ରନାଥ ପାଣିଗ୍ରାହୀ କହିଛନ୍ତି, ‘ମୋ ୩୮ ବର୍ଷ କାର୍ଯ୍ୟକାଳ ମଧ୍ୟରେ ଚଳିତବର୍ଷ ସର୍ବାଧିକ ୮୦ଫୁଟ ରଥ ଘୁଞ୍ଚାଇବାକୁ ପଡ଼ିଛି। ବହୁ ଶ୍ରମ ସ୍ୱୀକାର କରିବାକୁ ପଡିଛି। କିନ୍ତୁ ସମସ୍ତେ ନିଷ୍ଠାର ସହ ସେବା ଦେଇଛନ୍ତି। ଏ ବର୍ଷର ସେବା ସର୍ବଦା ମନେ ରହିବ।’ ତାଙ୍କ କହିବା ମୁତାବକ, ‘ରଥକୁ ୧ ଫୁଟ ଘୁଞ୍ଚାଇବା ପାଇଁ ଅନ୍ୟୂନ ୪୦ ମିନିଟ୍‌ ସମୟ ଲାଗେ। ରଥ ଘୁଞ୍ଚାଇବା ପାଇଁ ହାଇଡ୍ରୋଲିକ୍‌ ଜ୍ୟାକ୍‌ର ବ୍ୟବହାର ହୋଇ ପାରେନାହିଁ। ରଥର ସବୁ ପଟର ଓଜନ ସମାନ ନଥିବାରୁ ଏଥିପାଇଁ କେବଳ ମାନୁଆଲ ତଥା ସ୍କ୍ରୁ ଜ୍ୟାକ୍‌ର ବ୍ୟବହାର କରାଯାଏ। ଏଥିପାଇଁ ନିଷ୍ଠାବାନ ଟେକ୍ନିସିଆନ୍‌ଙ୍କୁ ନିୟୋଜିତ କରାଯାଏ। ୨ ମାସ ଆଗରୁ ପ୍ରସ୍ତୁତି କରିଥାଉ। ନିୟୋଜିତ ହେଉଥିବା ଟେକ୍ନିସିଆନ୍‌ମାନେ ନେତ୍ରୋତ୍ସବଠାରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ଖିଅର ହୁଅନ୍ତି ନାହିଁ। ଶୁଦ୍ଧ ଶାକାହାରୀ ଭୋଜନ ଖାଇଥାଆନ୍ତି। ପୂର୍ବ ଅଧିକାରୀମାନେ ଏହି ଶିକ୍ଷା ଦେଇ ଆସିଥିବାରୁ ଏବଂ ମହାପ୍ରଭୁଙ୍କ କାର୍ଯ୍ୟ ହୋଇଥିବାରୁ ଏହାକୁ ମାନି ଆସିଛୁ।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe