ରେକର୍ଡ: ହୀରାକୁଦ ଜଳଭଣ୍ଡାରରେ ୩ ଲକ୍ଷରୁ ଅଧିକ ପକ୍ଷୀ

ରେକର୍ଡ: ହୀରାକୁଦ ଜଳଭଣ୍ଡାରରେ ୩ ଲକ୍ଷରୁ ଅଧିକ ପକ୍ଷୀ

ସମ୍ବଲପୁର: ହୀରାକୁଦ ଜଳଭଣ୍ଡାରରେ ପକ୍ଷୀଙ୍କ ସଂଖ୍ୟା ଚଳିତ ବର୍ଷ ନୂଆ ଉଚ୍ଚତା ଛୁଇଁଛି। ଚଳିତ ବର୍ଷ ଏହି ଜଳଭଣ୍ଡାର ଓ ସଂଲଗ୍ନ ପାୱାର ଚାନେଲ୍ ଜଳାଶୟରେ ରେକର୍ଡ ୩ ଲକ୍ଷ ୧୬ ହଜାର ୬୭୬ଟି ପକ୍ଷୀ ଥିବା ଗତ ୮ ତାରିଖରେ ହୋଇଥିବା ଗଣନାରୁ ଜଣା ପଡ଼ିଛି। ୨୦୨୨ର ତୁଳନାରେ ପକ୍ଷୀଙ୍କ ସଂଖ୍ୟା ୧ ଲକ୍ଷରୁ ଅଧିକ ବୃଦ୍ଧି ପାଇଛି।

ଚଳିତ ବର୍ଷ ମୋଟ ୧୦୮ ପ୍ରଜାତିର ପକ୍ଷୀ ଚିହ୍ନଟ ହୋଇଛନ୍ତି। ସେଥି ମଧ୍ୟରେ ୧୦ଟି ନୂଆ ପ୍ରଜାତିର ପକ୍ଷୀଙ୍କୁ ଦେଖିବାକୁ ମିଳିଛି ଯେଉଁମାନେ ପ୍ରଥମ କରି ହୀରାକୁଦ ଜଳଭଣ୍ଡାରକୁ ଅତିଥି ହୋଇ ଆସିଛନ୍ତି। ଏହି ନୂଆ ପ୍ରଜାତିର ପକ୍ଷୀମାନେ ହେଲେ ବାର-ଟେଲ୍‌ଡ ‌ଗଡ୍‌ୱିଟ୍‌, ପିଏଡ୍ ହାରିଅର୍‌, କର୍ଲିଉ ସାଣ୍ଡପାଇପର୍, କଟନ୍ ପିଗ୍‌ମି ଗୁସ୍, କାସ୍ପିଆନ୍ ଟର୍ନ, ବ୍ଲୁ ଟେଲ୍‌ଡ ବି-ଇଟର୍‌, କ୍ରେଷ୍ଟେଡ୍ ସର୍ପେଣ୍ଟ ଇଗଲ୍, ଉଲି ନେକ୍‌ଡ ଷ୍ଟର୍କ, ୟୋଲୋ ବିଲ୍‌ଡ ଡକ୍ ଆଣ୍ଡ ପେଣ୍ଟେଡ୍‌ ଷ୍ଟର୍କ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe