ପୂର୍ବତଟ ରେଳପଥ ଦ୍ୱାରା ରେକର୍ଡ ପଣ୍ୟ ବୋଝେଇ, ୩୧୦ ଦିନରେ ୨୦୦ ନିୟୁତ ଟନ୍‌

Advertisment
ପୂର୍ବତଟ ରେଳପଥ ଦ୍ୱାରା ରେକର୍ଡ ପଣ୍ୟ ବୋଝେଇ, ୩୧୦ ଦିନରେ ୨୦୦ ନିୟୁତ ଟନ୍‌

ଭୁବନେଶ୍ବର : ୨୦୨୨-୨୩ ଆର୍ଥିକ ବର୍ଷରେ ପୂର୍ବତଟ ରେଳପଥ ଏହାର ପରିସୀମା ମଧ୍ୟରୁ ୨୦୦.୪୩ ନିୟୁତ ଟନ୍‌ ପଣ୍ୟ ବୋଝେଇ କରି ନୂତନ ରେକର୍ଡ ସୃଷ୍ଟି କରିଛି। ମାତ୍ର ୩୧୦ ଦିନ ତଥା ଚଳିତ ଆର୍ଥିକ ବର୍ଷ ଶେଷ ହେବାର ୫୫ ଦିନ ପୂର୍ବରୁ ଏହି ସଫଳତା ମିଳିଛି। ଏହି ଆକଳନ ହାସଲ କରିବାକୁ ୨୦୨୧-୨୨ ଆର୍ଥିକ ବର୍ଷରେ ପୂର୍ବତଟ ରେଳପଥ ୩୨୦ ଦିନ ସମୟ ନେଇଥିବା ବେଳେ ୨୦୨୦-୨୧ ଆର୍ଥିକ ବର୍ଷରେ ୩୬୦ ଦିନ ଏବଂ ୨୦୧୯-୨୦ ଆର୍ଥିକ ବର୍ଷରେ ୩୬୬ ଦିନ ଲାଗିଥିଲା। ଏହି ସମୟ ମଧ୍ୟରେ ପଣ୍ୟ ବୋଝେଇରୁ ପୂର୍ବତଟ ରେଳପଥ ୨୦ ହଜାର ୬୩୫ କୋଟି ଟଙ୍କା ଆୟ କରିଛି, ଯାହାକି ଗତ ଆର୍ଥିକ ବର୍ଷର ୧୯ ହଜାର ୨୦୪ କୋଟି ଟଙ୍କା ତୁଳନାରେ ୭.୫% ଅଧିକ।

publive-image South Central Railway

ଏହି ଅବଧି ମଧ୍ୟରେ ପୂର୍ବତଟ ରେଳପଥ ୧୨୬.୧୮ ନିୟୁତ ଟନ୍‌ କୋଇଲା, ୨୦.୨୨ ନିୟୁତ ଟନ୍‌ ଲୁହାପଥର, ୧୮.୧୬ ନିୟୁତ ଟନ୍‌ ଅନ୍ୟାନ୍ୟ ସାମଗ୍ରୀ, ୧୫.୭୪ ନିୟୁତ ଟନ୍‌ ଇସ୍ପାତ, ୬.୨୭ ନିୟୁତ ଟନ୍‌ ଇସ୍ପାତ କାରଖାନାକୁ କଞ୍ଚାମାଲ, ୫.୧୧ ନିୟୁତ ଟନ୍‌ ସାର, କଣ୍ଟେନରରେ ୩.୧୭ ନିୟୁତ ଟନ୍‌, ୨.୩୭ ନିୟୁତ ଟନ୍‌ ଖଣିଜ ତେଲ, ୨.୧୩ ନିୟୁତ ଟନ୍‌ ଖାଦ୍ୟଶସ୍ୟ ଓ ୧.୦୯ ନିୟୁତ ଟନ୍‌ ସିମେଣ୍ଟ ପରିବହନ କରାଯାଇଛି। ଖୋର୍ଦ୍ଧା ରୋଡ୍ ରେଳ ମଣ୍ଡଳ ୧୨୯.୯୩ ନିୟୁତ ଟନ୍‌, ୱାଲଟିୟର୍‌ ରେଳ ମଣ୍ଡଳ ୫୭.୦୩ ନିୟୁତ ଟନ୍‌ ଓ ସମ୍ବଲପୁର ରେଳ ମଣ୍ଡଳ ୧୩.୪୭ ନିୟୁତ ଟନ୍‌ ମାଲ ପରିବହନ କରିଛି। ଏହି ସଫଳତା ପାଇଁ ପୂର୍ବତଟ ରେଳପଥ ମହାପ୍ରବନ୍ଧକ ମନୋଜ ଶର୍ମା ଏହାର ତିନିଟି ରେଳ ମଣ୍ଡଳ ଓ କର୍ମଚାରୀଙ୍କୁ ସଂପୂର୍ଣ୍ଣ ଶ୍ରେୟ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe