ଭୁବନେଶ୍ୱର: ଯାଁଳା ଫାଣ୍ଡି ପରିସରରୁ କଙ୍କାଳ ମିଳିବା ଘଟଣାରେ ଜାରି ହେଲା ସ୍କେଚ୍। କଙ୍କାଳର ସ୍କେଚ୍ ଜାରି କରିଛି କମିସନରେଟ୍ ପୁଲିସ। ବେଙ୍ଗାଲୁରୁର ବିଶେଷଜ୍ଞଙ୍କ ଦ୍ୱାରା ଏହି ସ୍କେଚ୍ ଜାରି ହୋଇଛି। ସ୍କେଚ୍ ମାଧ୍ୟମରେ ମହିଳାଙ୍କ ପରିଚୟ ଜାଣିବାକୁ ଉଦ୍ୟମ କରାଯିବ। ଏହା କମିସନରେଟ୍ ପୁଲିସର ପ୍ରଥମ ସ୍କେଚ୍ ହୋଇଥିବା ବେଳେ ଆଗକୁ ଆହୁରି ସ୍କେଚ୍ ଆସିବାର ରହିଛି।
ତେବେ ଏମ୍ସକୁ ଯାଇଥିବା କଙ୍କାଳର ଖପୁରୀର ବିଭିନ୍ନ ଦିଗର ମାପଚୁପ ଏବଂ ଫଟୋକୁ ନେଇ ବେଙ୍ଗାଲୁରୁର ଏକ୍ସପର୍ଟମାନେ ଏହି ସ୍କେଚ୍ ଜାରି କରିଛନ୍ତି। ଯେହେତୁ ମାଂସ ନାହିଁ, ତେଣୁ ଶରୀରର ରଙ୍ଗ ଭିନ୍ନ ଭିନ୍ନ ପ୍ରକାରର କରାଯାଇ ଆହୁରି ୪ରୁ ୫ଟି ସ୍କେଚ୍ ଜାରି ହେବ।
ଯାଁଳା ଫାଣ୍ଡି ପରିସରରୁ କଙ୍କାଳ ମିଳିବା ଘଟଣାରେ ଜାରି ହେଲା ସ୍କେଚ୍
Advertisment
Follow Us