ବଦଳିଲା ଅଙ୍ଗନବାଡ଼ି କର୍ମୀ, ସହାୟିକା ନିଯୁକ୍ତି ମାନଦଣ୍ଡ: ଦ୍ବାଦଶ ଉତ୍ତୀର୍ଣ୍ଣ ବାଧ୍ୟତାମୂଳକ

ବଦଳିଲା ଅଙ୍ଗନବାଡ଼ି କର୍ମୀ, ସହାୟିକା ନିଯୁକ୍ତି ମାନଦଣ୍ଡ: ଦ୍ବାଦଶ ଉତ୍ତୀର୍ଣ୍ଣ ବାଧ୍ୟତାମୂଳକ

ଭୁବନେଶ୍ବର : ପୋଷଣ ୨.୦ ଏବଂ ସକ୍ଷମ ଅଙ୍ଗନବାଡି କାର୍ଯ୍ୟକାରୀ ପାଇଁ ବଦଳିଲା ଅଙ୍ଗନବାଡି କର୍ମୀ ଏବଂ ସହାୟିକାଙ୍କ ନିଯୁକ୍ତି ପାଇଁ ବୟସ ଏବଂ ଶିକ୍ଷାଗତ ଯୋଗ୍ୟତାର ମାନଦଣ୍ଡ। ଏ ସଂକ୍ରାନ୍ତରେ ରାଜ୍ୟ ସରକାରଙ୍କ ମହିଳା ଏବଂ ଶିଶୁ କଲ୍ୟାଣ ବିଭାଗ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି କରିଛନ୍ତି। ୧୮ରୁ ୩୫ ବୟସ୍କା ସର୍ବନିମ୍ନ ଦ୍ବାଦଶ ଉତ୍ତୀର୍ଣ୍ଣ ପ୍ରାର୍ଥିନୀ ଏଥିପାଇଁ ଯୋଗ୍ୟ ବିବେଚିତ ହୋଇପାରିବେ।

ପୂର୍ବରୁ ସର୍ବନିମ୍ନ ଯୋଗ୍ୟତା ଦଶମ ଉତ୍ତୀର୍ଣ୍ଣ ଥିବା ବେଳେ ୨୧ରୁ ୪୫ ବର୍ଷ ବୟସ୍କା ମହିଳା ଅଙ୍ଗନବାଡି କର୍ମୀ ପାଇଁ ଆବେଦନ କରିପାରୁଥିଲେ। ଜିଲ୍ଲାସ୍ତରରେ ଏହି ପଦ ପାଇଁ ବିଜ୍ଞପ୍ତି ପ୍ରକାଶିତ ହେଲେ ସେହି ଅନୁଯାୟୀ ସୂଚନା ଦେବା ପାଇଁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe