୭୫୪୦ ଶିକ୍ଷକ ନିଯୁକ୍ତି ପାଇଁ ବାହାରିଲା ବିଜ୍ଞାପନ, ଡିସେମ୍ବର ୧୧ ତାରିଖ ଠାରୁ ଅନ୍‌ଲାଇନ୍‌ରେ କରିପାରିବେ ଆବେଦନ

୭୫୪୦ ଶିକ୍ଷକ ନିଯୁକ୍ତି ପାଇଁ ବାହାରିଲା ବିଜ୍ଞାପନ, ଡିସେମ୍ବର ୧୧ ତାରିଖ ଠାରୁ ଅନ୍‌ଲାଇନ୍‌ରେ କରିପାରିବେ ଆବେଦନ

ଭୁବନେଶ୍ବର: ବହୁ ପ୍ରତୀକ୍ଷିତ ୭୫୪୦ ଶିକ୍ଷକ ନିଯୁକ୍ତି ପାଇଁ  ଆଜି ଓଡ଼ିଶା ଷ୍ଟାଫ୍‌ ସିଲେକସନ କମିସନ (ଓଏସ୍‌ଏସ୍‌ସି) ପକ୍ଷରୁ ବିଜ୍ଞାପନ ପ୍ରକାଶ ପାଇଛି। ଶିକ୍ଷକ ଓ ଶିକ୍ଷୟିତ୍ରୀ ହେବାକୁ ଆଶା ରଖିଥିବା ପ୍ରାର୍ଥୀମାନଙ୍କ ମନରେ ଉତ୍ସାହ ଦେଖାଯାଇଛି। ତେବେ ଏହି ନିଯୁକ୍ତି ପ୍ରକ୍ରିୟାରେ ସାମିଲ ହେବା ପାଇଁ ଆଶାୟୀ ଛାତ୍ରଛାତ୍ରୀମାନେ ଆସନ୍ତା ଡିସେମ୍ବର ୧୧ ତାରିଖ ଠାରୁ ୨୦୨୩ ଜାନୁଆରି ୯ ତାରିଖ ପର୍ଯ୍ୟନ୍ତ ଅନଲାଇନ  ମାଧ୍ୟମରେ ଆବେଦନ କରିପାରିବେ। ତେବେ ଫେବ୍ରୁଆରୀ ୨୩ରେ ପ୍ରିଲିମନାରି ପରୀକ୍ଷା ହୋଇପାରେ ବୋଲି ସୂଚନା ପ୍ରକାଶ ପାଇଛି। ପ୍ରିଲିମନାରି ଓ ମୁଖ୍ୟ ପରୀକ୍ଷା ଉଭୟ ଇଂରାଜୀ ଓ ଓଡ଼ିଆରେ ହେବ। ଏହାର ସିଲାବସ ବିଜ୍ଞପ୍ତିରେ ପ୍ରକାଶ ପାଇବ।

publive-image

ସରକାରୀ ହାଇସ୍କୁଲ୍‌ରେ ୭୫୪୦ ଶିକ୍ଷକ ଓ ଶିକ୍ଷୟିତ୍ରୀ ନିଯୁକ୍ତି ନେଇ ଓଡ଼ିଶା ଷ୍ଟାଫ୍‌ ସିଲେକ୍ସନ୍ କମିସନ୍‌ଙ୍କୁ ଅନୁରୋଧ କରାଯାଇଥିଲା। ଏହି ନିଯୁକ୍ତି ପ୍ରକ୍ରିୟା ଶେଷହେଲେ ରାଜ୍ୟର ସମସ୍ତ ୪୮୪୮ ସରକାରୀ ହାଇସ୍କୁଲ୍‌ର ସବୁ ଶିକ୍ଷକ ପଦବି ପୂରଣ ହୋଇପାରିବ। ରାଜ୍ୟର ବିଭିନ୍ନ ସରକାରୀ ହାଇସ୍କୁଲରେ ବିଭିନ୍ନ ବିଷୟରେ ଖାଲିଥିବା ଶିକ୍ଷକ ପଦବି ପୂରଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେବାପରେ ସରକାରୀ ସ୍ତରରେ ଏହି ତତ୍ପରତା ପ୍ରକାଶ ପାଇଥିଲା

ଟିଜିଟି (କଳା), ଟିଜିଟି (ପିସିଏମ ଓ ସିବିଜେଡ୍), ସଂସ୍କୃତ, ହିନ୍ଦି, ଉର୍ଦ୍ଦୁ, ତେଲୁଗୁ ଓ ଶାରୀରିକ ଶିକ୍ଷକ ପଦବି ପୂରଣ ନିମନ୍ତେ ଚୟନ ପ୍ରକ୍ରିୟା ଆରମ୍ଭ କରାଯିବ।
୨୦୨୧-୨୨ ବର୍ଷରେ କରାଯାଇଥିବା ଦୁଇଟି ଚୟନ ପ୍ରକ୍ରିୟାରେ ୧୩ ହଜାରରୁ ଅଧିକ ଶିକ୍ଷକ ପଦବି ପୂରଣ କରାଯାଇ ବିଭିନ୍ନ ସରକାରୀ ବିଦ୍ୟାଳୟରେ ନିଯୁକ୍ତ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe