ଭିମସାରର ୮୦ ପିଜି ଡାକ୍ତରଙ୍କୁ ନିଯୁକ୍ତି

Advertisment
ଭୀମସାରରେ ହେବ ସବୁ ଜିଲ୍ଲା ପାଇଁ ଅଲଗା ହେଲ୍ପ ଡେକ୍ସ

www.vimsar.ac.in

ବୁର୍ଲା: ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଆଜି ସବୁ ସରକାରୀ ମେଡିକାଲ କଲେଜରୁ ୨୦୧୯ରୁ ୨୦୨୨ ଶିକ୍ଷାବର୍ଷରେ ଉତ୍ତୀର୍ଣ୍ଣ ହୋଇଥିବା ପିଜି ଡାକ୍ତରମାନଙ୍କୁ ରାଜ୍ୟର ବିଭିନ୍ନ ସରକାରୀ ଡାକ୍ତରଖାନାରେ ନିଯୁକ୍ତି ଦିଆଯାଇଛି। ଏମାନେ ୨୦୨୩ ମସିହା ଜୁନ୍ ଶେଷ ପର୍ଯ୍ୟନ୍ତ ଚୁକ୍ତିଭିତ୍ତିକ ଡାକ୍ତର ଭାବରେ କାର୍ଯ୍ୟରତ ରହିବେ।

ଏଥିରେ ସାରା ରାଜ୍ୟର ୩୭୭ ଜଣ ପିଜି ଡାକ୍ତରଙ୍କ ନିଯୁକ୍ତି କରାଯାଇଥିବା ବେଳେ କେବଳ ଭିମସାର୍‌ର ୮୦ ଜଣ ଡାକ୍ତରଙ୍କୁ ରାଜ୍ୟର ବିଭିନ୍ନ ସରକାରୀ ଡାକ୍ତରଖାନାରେ ନିଯୁକ୍ତି ଦିଆଯାଇଛି ବୋଲି ଭିମସାର୍ ଅଧୀକ୍ଷକ ପ୍ରଫେସର ଲାଲମୋହନ ନାୟକ ସୂଚନା ଦେଇଛନ୍ତି। ଆଗକୁ ଏମାନେ ରୋଗୀମାନଙ୍କୁ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇ ଭିମସାରକୁ ଗୌରନ୍ଵାମିତ କରିବେ ବୋଲି ପ୍ରଫେସର ନାୟକ ଆଶା ପ୍ରକାଶ କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe