ନିଯୁକ୍ତି ଜାଲିଆତି: ଭୁବନେଶ୍ବର ଏମ୍ସରେ ସିବିଆଇ ଟିମ୍‌ର ଚଢ଼ଉ

ନିଯୁକ୍ତି ଜାଲିଆତି ହୋଇଥିବା ଅଭିଯୋଗ ପରେ ଭୁବନେଶ୍ବର ଏମ୍ସରେ ସିବିଆଇ ଟିମ୍ ପହଞ୍ଚି ଖୋଳତାଡ୍ ଆରମ୍ଭ କରିଛନ୍ତି। ୫ ଜଣଙ୍କ ନିଯୁକ୍ତି କ୍ଷେତ୍ରରେ ଜାଲିଆତି ହୋଇଥିବା ଅଭିଯୋଗ ହୋଇଛି...

Recruitment scam: CBI team raids AIIMS Bhubaneswar

Recruitment scam: CBI team raids AIIMS Bhubaneswar Photograph: (sambad.in)

ଭୁବନେଶ୍ବର: ନିଯୁକ୍ତି ଜାଲିଆତି ହୋଇଥିବା ଅଭିଯୋଗ ପରେ ଭୁବନେଶ୍ବର ଏମ୍ସରେ ସିବିଆଇର ୯ ଜଣିଆ ଟିମ୍ ପହଞ୍ଚି ଖୋଳତାଡ୍ ଆରମ୍ଭ କରିଛନ୍ତି। ୫ ଜଣଙ୍କ ନିଯୁକ୍ତି କ୍ଷେତ୍ରରେ ଜାଲିଆତି ହୋଇଥିବା ଅଭିଯୋଗ ହୋଇଛି। 

ନକଲି କାଗଜପତ୍ର ଦେଖାଇ ଲୋକଙ୍କୁ ଚାକିରି ଦିଆଯାଇଥିବା ଅଭିଯୋଗ ପରେ ସିବିଆଇ ଟିମ୍ ବୁଧବାର ସକାଳେ ଚଢଉ ଆରମ୍ଭ କରିଛି। ଚଢଉ ବେଳେ ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଓ କାଗଜପତ୍ର ସିବିଆଇ ଜବତ କରିଛି।  ଗୋଟିଏ ପରିବାରର ୪ ଜଣଙ୍କୁ ନିଯୁକ୍ତି ଦେବାରେ ଜାଲିଆତି ହୋଇଥିବା ଅଭିଯୋଗ ହୋଇଥିଲା।

୨୦୨୩ ଓ ୨୪ ମସିହାରେ ୫ଜଣଙ୍କର ନିଯୁକ୍ତି ହୋଇଥିଲା। ନିଯୁକ୍ତି ପାଇଥିବା କର୍ମଚାରୀମାନେ ସମସ୍ତେ ଭୁବନେଶ୍ବରର ବାସିନ୍ଦା। ପୂର୍ବରୁ ଏମ୍ସ ଥାର୍ଡ ପାର୍ଟି ଜରିଆରେ ନିଯୁକ୍ତି ଦେଉଥିଲା । କିନ୍ତୁ ପରେ ଏମ୍ସ ପକ୍ଷରୁ ନିଯୁକ୍ତି ବ୍ୟବସ୍ଥାକୁ ନିଜ ହାତକୁ ନିଆ ଯାଇଥିଲା।

ଅଧିକ ପଢ଼ନ୍ତୁ: କିଟ୍‌ରେ ନେପାଳୀ ଛାତ୍ରୀଙ୍କ ମୃତ୍ୟୁ ମାମଲା: ରିମାଣ୍ଡରେ ଆସିବେ ଆଦବିକ୍ ଶ୍ରୀବାସ୍ତବ

୫ଜଣ କର୍ମଚାରୀ ପୂର୍ବରୁ ଚୁକ୍ତିଭିତ୍ତିରେ ଠିକା କର୍ମଚାରୀ ଭାବେ କାମ କରୁଥିଲେ।  ଜାଲ୍ ସାର୍ଟିଫିକେଟ ଦେଖାଇ  ସେମାନଙ୍କୁ ନିଯୁକ୍ତି ଦିଆଯାଇଥିଲା। ପରେ ସେମାନଙ୍କୁ ସ୍ଥାୟୀ ନିଯୁକ୍ତି ପ୍ରଦାନ କରାଯାଇଥିଲା।

ନିଯୁକ୍ତି କ୍ଷେତ୍ରରେ ଗାଜିଆବାଦ୍ ଏବଂ ଗୋରଖପୁରର କେତେକ ନକଲି କାଗଜପତ୍ର ଦାଖଲ କରାଯାଇଥିବା ଅଭିଯୋଗ ହୋଇଥିଲା। ଅଭିଯୋଗ ଆଧାରରେ ସିବିଆଇ ଟିମ୍ ଏମ୍ସରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି।

ମ‌ୋଟ ୭୦୦ ପଦବୀରେ ନିଯୁକ୍ତି ଜାଲିଆତି ନେଇ ଚଢ଼ଉ ଜାରି ରହିଛି।

ଅଧିକ ପଢ଼ନ୍ତୁ: ବିଧାନସଭାରେ ହଟ୍ଟଗୋଳ: ଗୃହକାର୍ଯ୍ୟ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବି

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe