ପ୍ରେରଣା ପକ୍ଷରୁ ଗ୍ରୀନ ଆର୍ମି ଭାବେ ରେଡକ୍ରସ ଅଧିକାରୀ ସମ୍ବର୍ଦ୍ଧିତ

Advertisment
ପ୍ରେରଣା ପକ୍ଷରୁ ଗ୍ରୀନ ଆର୍ମି ଭାବେ ରେଡକ୍ରସ ଅଧିକାରୀ ସମ୍ବର୍ଦ୍ଧିତ
ରାଇରଙ୍ଗପୁର: ବିଶ୍ୱ ପରିବେଶ ଦିବସ ଉପଲକ୍ଷେ ପ୍ରେରଣା ଗ୍ରୀନ ଆର୍ମି ପକ୍ଷରୁ ରାଜ୍ୟସ୍ତରୀୟ ବୃକ୍ଷପ୍ରେମୀ ସମାବେଶ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଭୁବନେଶ୍ୱର ଜୟଦେବ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି। ପ୍ରେରଣା ଗ୍ରୀନ ଆର୍ମି ପକ୍ଷରୁ ବୃକ୍ଷରୋପଣ, ଜଙ୍ଗଲ ଓ ପରିବେଶ ସୁରକ୍ଷା ଓ ସାମ୍ପ୍ରତିକ ପରିବେଶ ଜନିତ ସମସ୍ୟା ଉପରେ ଆଲୋଚନା ହୋଇଥିଲା।
ଏହି ଅବସରରେ ରାଜ୍ୟର ସମସ୍ତ ଜିଲ୍ଲାରୁ ମିଶି ୧୦୦ ଜଣଙ୍କୁ ଗ୍ରୀନ ଆର୍ମି ଆୱାର୍ଡ ପୁରସ୍କୃତ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ମୟୂରଭଞ୍ଜ ଜିଲ୍ଲା ଜୁନିୟର ରେଡକ୍ରସ ଅଧିକାରୀ ତଥା ଝରାଡ଼ିହି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ସ୍ମୃତି ରଞ୍ଜନ ପାଣିଙ୍କୁ ଗ୍ରୀନ ଆର୍ମି ଆୱାର୍ଡରେ ସମ୍ବର୍ଦ୍ଧିତ କରାଯାଇଥିଲା। ପ୍ରେରଣା ଗ୍ରୀନ ଆର୍ମି କାମାଣ୍ଡାଣ୍ଟ ଇନ୍ ଚିଫ୍ ଡକ୍ଟର ଦିଲ୍ଲୀପ ଶ୍ରୀଚନ୍ଦନଙ୍କ ସଭାପତିତ୍ବରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ଡାକ୍ତର ଦାମୋଦର ରାଉତ ଯୋଗ ଦେଇ ଗଛ ଲଗାଇବା ସହିତ ଗଛର ଯତ୍ନବାନ ଉପରେ ଗୁରୁତ୍ୱାରୋପ କରିଥିଲେ।
ମୁଖ୍ୟ ବକ୍ତା ଭାବେ ବିଶ୍ୱ ବ୍ୟାଙ୍କର ପରାମର୍ଶଦାତା ପ୍ରଫେସର କୁମରବର ଦାଶ, ସମ୍ମାନୀୟ ଅତିଥି ଭାବେ ମେଜର କଳ୍ପନା ଦାସ, ବିଶ୍ୱ ଓଡ଼ିଆ ସମାଜର ଅଧ୍ୟକ୍ଷ କିଶୋର ଦ୍ବିବେଦୀ, ଡକ୍ଟର ଅଶୋକ ସୁନ୍ଦରାୟ, ଅଧ୍ୟାପିକା ଅନୁପମା ଚମ୍ପତିରାୟ ପ୍ରମୁଖ ଉପସ୍ଥିତ ରହି ଶ୍ରୀ ପାଣିଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ସୂଚନାଯୋଗ୍ୟ କରୋନା ସମୟରେ ଶ୍ରୀ ପାଣି ମୟୂରଭଞ୍ଜ ଜିଲ୍ଲାର ବହଳଦା, ରାଇରଙ୍ଗପୁର, ଯଶିପୁର, କୁସୁମୀ, ବିଶୋଇ ପ୍ରଭୁତି ବ୍ଲକରେ ବିଭିନ୍ନ ସଂଘଠନ ସହ ମିଶି ବୃକ୍ଷରୋପଣ କରିଥିବାରୁ ଶ୍ରୀ ପାଣିଙ୍କୁ "ପ୍ରେରଣା ଇଣ୍ଟରନେସନାଲ" ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe