ରେଢ଼ାଖୋଲ: ରେଢ଼ାଖୋଲ ହାତୀ ମୃତ୍ୟୁ ଘଟଣାରେ ଡିଏଫଓଙ୍କୁ ତାଗିଦ୍ କରାଯାଇଛି। ଠିକ ଭାବେ ଡ୍ୟୁଟି କରିନାହାନ୍ତି ବୋଲି ଅଭିଯୋଗ ମଧ୍ୟ ହୋଇଛି। ବନ ବିଭାଗ ପକ୍ଷରୁ ଏନେଇ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜଙ୍ଗଲ ଓ ପରିବେଶ ବିଭାଗ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ କହିଛନ୍ତି।
ତାଙ୍କୁ ଟ୍ରାନ୍ସଫର କରିବା ପାଇଁ ବଡ଼ ବିଭାଗର ଯୋଜନା ରହିଥିବା କୁହାଯାଉଛି। ହାତୀ ମୃତ୍ୟୁ ଘଟଣାରେ ତଳସ୍ତରରେ ସମ୍ପୃକ୍ତ ଥିବା କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ସେମାନଙ୍କୁ ନିଲମ୍ବିତ କରାଯାଇଛି।
ଅଧିକ ପଢ଼ନ୍ତୁ: ପ୍ରଦୂଷଣ ନିୟନ୍ତ୍ରଣକୁ ନେଇ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଦେଲେ କଡ଼ା ଚେତାବନୀ
ରେଞ୍ଜରଙ୍କ ବିରୋଧରେ ପିସିସିଏଫସ୍ତରରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ତାଙ୍କୁ ଏନେଇ ସ୍ପଷ୍ଟୀକରଣ ମଗାଯାଇଛି।
ପିସିସିଏଫସ୍ତରରେ ହାତୀ ମୃତ୍ୟୁ ଘଟଣାର ତର୍ଜମା ଚାଲିଛି ବୋଲି ଜଙ୍ଗଲ ଓ ପରିବେଶ ବିଭାଗ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ ସୂଚନା ପ୍ରଦାନ କରିଛନ୍ତି।
ଅଧିକ ପଢ଼ନ୍ତୁ: ଗୋପାଳପୁର ବନ୍ଦରରେ ଆଇଏନଏସ କୁଠାର
ସୂଚନାଯୋଗ୍ୟ, ସମ୍ବଲପୁର ଜିଲ୍ଲାର ରେଢ଼ାଖୋଲ ଜଙ୍ଗଲ ବିଭାଗର ନାକଟିଦେଉଳ ପରିସରରେ ଶିକାରୀମାନଙ୍କ ଦ୍ୱାରା ବିଛା ଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସିବା ପରେ ଦୁଇଟି ପୂର୍ଣ୍ଣ ବୟସ୍କ ମାଈ ହାତୀ ଏବଂ ଗୋଟିଏ ଶିଶୁହାତୀର ମୃତ୍ୟୁ ଘଟିଥିଲା। ଅନ୍ୟ ଦୁଇ ଅଭିଯୁକ୍ତଙ୍କୁ ଖୋଜା ଚାଲିଥିବା ବେଳେ ଦୁଇଜଣ ସନ୍ଦିଗ୍ଧ ଶିକାରୀଙ୍କୁ ଅଟକ ରଖାଯାଇଥିବା ଅଧିକାରୀମାନେ କହିଛନ୍ତି।
ଏହା ପୂର୍ବରୁ ଆଇସିସି ପକ୍ଷରୁ ଆୟୋଜିତ ଜଳବାୟୁ ପରିବର୍ତ୍ତନ ସମ୍ମିଳନୀରେ ଯୋଗଦେଇ ମନ୍ତ୍ରୀ କହିଛନ୍ତି, ଡିଏମଏଫ୍ ଫଣ୍ଡରେ ପଡ଼ିରହିଛି ୧୮ ହଜାର କୋଟି ଟଙ୍କା । ଡିଏମଏଫ୍ ଫଣ୍ଡର ହେଉନି ସଦୁପଯୋଗ । ଯୋଡ଼ା ବଡ଼ବିଲ ଅଞ୍ଚଳର ସ୍ଥିତି ବଖାଣି ଉଦବେଗ ପ୍ରକାଶ କରି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ କହିଛନ୍ତି, ଏହି ଅଞ୍ଚଳରେ ୧୪୧ଟି ଖଣି ଅଛି । ୬୦ରୁ ୭୦ଟି ଶିଳ୍ପ ଅଛି । ହେଲେ ମେଞ୍ଚା ମେଞ୍ଚା ଧୂଳି ଜମୁଛି । ପାଣି ସିଞ୍ଚା ଯାଉନି ।
ପ୍ରଦୂଷଣ ନିୟନ୍ତ୍ରଣକୁ ନେଇ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ଖଣି ମାଲିକ ଓ ସରକାରୀ ଅଧିକାରୀଙ୍କୁ ମନ୍ତ୍ରୀ କଡ଼ା ତାଗିଦ୍ କରିଛନ୍ତି । ସରକାରୀ ଯୋଜନା ଓ ନିୟମ କାର୍ଯ୍ୟକାରୀ ପାଇଁ ମାସକର ମହଲତ ଦେବା ସହ ମାସକ ମଧ୍ୟରେ ନିୟମ ପାଳନ ନହେଲେ କଡ଼ା କାର୍ଯ୍ୟନୁଷ୍ଠାନ ହେବ ବୋଲି ଚେତାବନୀ ଦେଇଛନ୍ତି ।
Follow Us